Nine Miscreants Break Into House: ଝାରସୁଗୁଡ଼ାରେ ବଡ଼ ଧରଣର ଡକାୟତି, ରାତି ଅଧରେ ଘରେ ପଶିଲେ ୯ ଦୁର୍ବୃତ୍ତ
ଝାରସୁଗୁଡ଼ାରେ ବଡ଼ ଧରଣର ଡକାୟତି।
ରାତି ଅଧରେ ଘରେ ପଶିଲେ ୯ ଜଣ ଦୁର୍ବୃତ୍ତ।
ବନ୍ଧୁକ ଦେଖାଇ ଘର ମାଲିକଙ୍କୁ ଆକ୍ରମଣ କରିବା ସହ ହାତ ଓ ପାଟି ବାନ୍ଧିଦେଲେ।
ଲୁଟିନେଲେ ନଗଦ ୭୦ ହଜାର ଟଙ୍କା।
ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଅଞ୍ଚଳ ତାଲମାଲ ଗାଁରେ।
ଶୁଭମ କେଶରୀଙ୍କ ଘରେ ଗତ ରାତିରେ ପଶିଥିଲେ ଦୁର୍ବୃତ୍ତ।
ଘର ମାଲିକଙ୍କ ହାତ ଓ ପାଟି ବାନ୍ଧିବା ପରେ ତାଙ୍କୁ ମାଡ଼ ମାରିଥିଲେ।
ଏହାପରେ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।
Advertisment ସକାଳେ ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଝାରସୁଗୁଡ଼ା ଏସ୍ ପି ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।
ଘଟଣାର ତଦନ୍ତ ପାଇଁ ଫୋରେନସିକ୍ ଟିମ୍ କୁ ଡକାଯାଇଛି।
ଟିମ୍ ପକ୍ଷରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି।
ତେବେ ୯ ଜଣ ଦୁର୍ବୃତ୍ତ କିଏ ଏବଂ କେଉଁଠି ଲୁଚିଛନ୍ତି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
ରାତି ଅଧରେ ୯ ଡକାୟତଙ୍କ ଆତଙ୍କ ଝାରସୁଗୁଡ଼ାରେ ବଡ଼ ଧରଣର ଡକାୟତି ରାତି ଅଧରେ ଘରେ ପଶିଲେ ୯ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଘର ମାଲିକଙ୍କୁ ଆକ୍ରମଣ ଲୁଟିନେଲେ ନଗଦ ୭୦ ହଜାର ଟଙ୍କା ଆକ୍ରମଣ କଲେ, ହାତ ଓ ପାଟି ବାନ୍ଧି ଲୁଟିନେଲେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ତାଲମାଲ ଗାଁରେ ଲୁଟ୍ ଥାନାରେ ମାମଲା, ଝାରସୁଗୁଡ଼ା ପୋଲିସର ତଦନ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
