Judgement: ମେଘାଳୟ ହନିମୁନ୍ ହତ୍ୟା ମାମଲା: ଆରେଷ୍ଟ ମେମୋରେ ତ୍ରୁଟି
"ନୂଆଦିଲ୍ଲୀ: ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ହତ୍ୟା ମାମଲାରେ ଆରେଷ୍ଟ ମେମୋରେ ଥିବା ଏକ ଟାଇପ୍ ତ୍ରୁଟିକୁ ନେଇ ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉଠାଇଛନ୍ତି।
କେବଳ ଏକ ଲିଖନଗତ ତ୍ରୁଟି ଆଧାରରେ ଗିରଫକୁ ବେଆଇନ ଘୋଷଣା କରାଯାଇପାରିବ କି ନାହିଁ ଏବଂ ସେହି ପ୍ରସଙ୍ଗରେ ବୃହତ୍ତର ଖଣ୍ଡପୀଠଙ୍କ ମତ ଆବଶ୍ୟକ କି ନାହିଁ, ତାହାକୁ ଅଦାଲତ ବିଚାର କରୁଛନ୍ତି।Advertisment ମାମଲାର ଶୁଣାଣି ବେଳେ ସୁପ୍ରିମ୍କୋର୍ଟ କହିଛନ୍ତି, ଗିରଫ ମେମୋରେ ଏକ ଟାଇପ୍ ତ୍ରୁଟିକୁ ନେଇ ସମଗ୍ର ତଦନ୍ତ କିମ୍ବା ଗିରଫ ପ୍ରକ୍ରିୟାକୁ ବାତିଲ କରିଦେବା ଉଚିତ କି ନୁହେଁ, ସେ ନେଇ ସ୍ପଷ୍ଟ ଆଇନଗତ ବ୍ୟାଖ୍ୟାର ଆବଶ୍ୟକତା ରହିଛି।
ଏହି ପ୍ରସଙ୍ଗରେ ପୂର୍ବରୁ ଦିଆଯାଇଥିବା କେତେକ ରାୟକୁ ମଧ୍ୟ ଦେଖାଯିବା ଦରକାର ବୋଲି ଅଦାଲତ ମତ ଦେଇଛନ୍ତି।
Tamilnadu: କରୁର ଦଳାଚକଟା ମାମଲା: "ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆମେ କିପରି ନିୟନ୍ତ୍ରଣ କରିବୁ?" ଡିଏମ୍କେକୁ ସୁପ୍ରିମ୍କୋର୍ଟଙ୍କ ତୀବ୍ର ଭର୍ତ୍ସନା ଏହି ମାମଲାରେ ଅଭିଯୁକ୍ତ ପକ୍ଷ ଦାବି କରିଛନ୍ତି ଯେ, ଗିରଫ ମେମୋରେ ତାରିଖ ଓ ସମୟ ସମ୍ପର୍କିତ ଲିଖନଗତ ତ୍ରୁଟି ଥିବାରୁ ଗିରଫ ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନ ଉଠୁଛି।
ଏହାର ଜବାବରେ ମେଘାଳୟ ସରକାର କହିଛନ୍ତି, ଏହା କେବଳ ଏକ ସାଧାରଣ ଟାଇପ୍ ତ୍ରୁଟି ଥିଲା।
ଏହାର କୌଣସି ପ୍ରଭାବ ତଦନ୍ତ କିମ୍ବା ଗିରଫ ପ୍ରକ୍ରିୟା ଉପରେ ପଡ଼ିନାହିଁ ଏବଂ ସମସ୍ତ ଆଇନଗତ ପ୍ରକ୍ରିୟା ନିୟମ ଅନୁଯାୟୀ ପାଳନ କରାଯାଇଛି।
ସୁପ୍ରିମ୍କୋର୍ଟ କହିଛନ୍ତି, ଏହି ପ୍ରସଙ୍ଗ କେବଳ ଗୋଟିଏ ମାମଲାରେ ସୀମିତ ନୁହେଁ।
ଭବିଷ୍ୟତରେ ଏଭଳି ଅନେକ ମାମଲାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ହୋଇପାରେ।
ସେଥିପାଇଁ ବୃହତ୍ତର ଖଣ୍ଡପୀଠ ଏ ବିଷୟରେ ନିଷ୍ପତ୍ତି ଦେଲେ ତାହା ତଳ ଅଦାଲତ ଓ ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ସ୍ପଷ୍ଟ ମାର୍ଗଦର୍ଶନ ହେବ।
ତେବେ ସୁପ୍ରିମ୍କୋର୍ଟ ଏ ପର୍ଯ୍ୟନ୍ତ ମାମଲାକୁ ବୃହତ୍ତର ଖଣ୍ଡପୀଠଙ୍କ ନିକଟକୁ ପଠାଇ ନାହାନ୍ତି।
ଏହି ପ୍ରସଙ୍ଗରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପରବର୍ତ୍ତୀ ଶୁଣାଣିରେ ଅଦାଲତ ନିଷ୍ପତ୍ତି ନେଇପାରନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।