Murder: ସରକାରୀ ଚାକିରି ଓ ସମ୍ପତ୍ତି ଲୋଭରେ ସୁପାରି ଦେଇ ମାଆଙ୍କୁ ହତ୍ୟା କରାଇଲା ଝିଅ, ୭ ଗିରଫ
"ଜୟପୁର: ରାଜସ୍ଥାନର ଜୟପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି।
ସରକାରୀ ଚାକିରି ଓ ସମ୍ପତ୍ତି ହାତେଇବା ଲକ୍ଷ୍ୟରେ ଜଣେ ୨୩ ବର୍ଷୀୟା ଯୁବତୀ ନିଜ ମାଆଙ୍କୁ ସୁପାରି ଦେଇ ହତ୍ୟା କରାଇଥିବା ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି।
ଏହି ଘଟଣାକୁ ସଡ଼କ ଦୁର୍ଘଟଣା ବୋଲି ଦେଖାଇବା ପାଇଁ ଯୋଜନା କରାଯାଇଥିଲା।
ପୁଲିସ କହିଛି, ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି।Advertisment ମୃତକ ନୀରଜ ଶର୍ମା (୪୫) ଜୟପୁରର ଏକ ଅଦାଲତରେ ଲୋୟର ଡିଭିଜନ କ୍ଲର୍କ (ଏଲ୍ଡିସି) ଭାବେ କାର୍ଯ୍ୟରତ ଥିଲେ।
ଗତ ଜୁଲାଇ ୩ ତାରିଖ ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟ୍ରେ ସେ ନିଜ ପୁଅକୁ କୋଚିଂ ସେଣ୍ଟରରେ ଛାଡ଼ି ଘରକୁ ଫେରୁଥିବାବେଳେ ଏକ ଦ୍ରୁତଗାମୀ ସ୍କର୍ପିଓ ଏସ୍ୟୁଭି ତାଙ୍କୁ ଧକ୍କା ଦେଇଥିଲା।
ଗାଡ଼ିଟି ପ୍ରାୟ ୧୩୦ କିଲୋମିଟର ବେଗରେ ଚାଲୁଥିବାରୁ ଧକ୍କା ଏତେ ଜୋରରେ ଲାଗିଥିଲା ଯେ ନୀରଜ ପ୍ରାୟ ୧୦୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଧକ୍କା ଦେବା ପରେ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଥିଲା।
ଆୟୁଷୀଙ୍କ ଭାଇ ରାକେଶ ଶର୍ମାଙ୍କ ଆବେଦନକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପ୍ରଥମେ ଏହାକୁ ଏକ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ଧରାଯାଇଥିଲେ ମଧ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଜାଣିବାକୁ ପାଇଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ନୀରଜଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସହାନୁଭୂତିମୂଳକ ନିଯୁକ୍ତିରେ ସେ ଏହି ସରକାରୀ ଚାକିରି ପାଇଥିଲେ।
କିନ୍ତୁ ତାଙ୍କ ଝିଅ ଆୟୁଷୀ ଶର୍ମା ଏହି ଚାକିରି ନିଜେ ପାଇବାକୁ ଚାହୁଥିଲେ।
ଏହା ସହିତ ମାଆଙ୍କ ସହ ଦୀର୍ଘ ଦିନ ଧରି ସମ୍ପତ୍ତିକୁ ନେଇ ବିବାଦ ମଧ୍ୟ ଚାଲିଥିଲା।
ମାଆଙ୍କୁ ବାଟରୁ ହଟାଇଦେଲେ ସେ ପୁଣି ସହାନୁଭୂତି ସ୍ବରୂପ ଚାକିରି ପାଇବେ ଓ ସମ୍ପତ୍ତି ଉପରେ ବି ତାଙ୍କର ଅଧିକାର ରହିବ- ଏହା ଥିଲା ତାଙ୍କ ଯୋଜନା।
Murder: ବେଲପାହାଡ଼ ହତ୍ୟାକାଣ୍ଡର ୪୮ ଘଣ୍ଟା ଭିତରେ ପର୍ଦ୍ଦାଫାଶ: ୨ ଗିରଫ, ଜଣେ ନାବାଳକ ଅଟକ ସିସିଟିଭି ଫୁଟେଜରୁ ତଦନ୍ତରେ ଆଗକୁ ବଢ଼ିବା ପାଇଁ ସୁରାକ ମିଳିଥିଲା।
ଜେରା ପରେ ଆୟୁଷୀ ନିଜର ଅପରାଧ ସ୍ବୀକାର କରିଥିବା ପୁଲିସ କହିଛି।
ପୁଲିସ ଅନୁସାରେ, ଆୟୁଷୀ ନିଜ ମଉସା ମୋହନ ସ୍ୱରୂପ ଓ ସମ୍ପର୍କୀୟ ଭାଇ ବଲରାମ ଓରଫ ରବିଙ୍କ ସହ ମିଶି ଭରତପୁରର ହେମନ୍ତ ଶର୍ମାଙ୍କୁ ୭ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ।
ପ୍ରଥମେ ସେମାନେ ଏକ ଥାର୍ ଏସ୍ୟୁଭି ଭଡ଼ାରେ ଆଣି ହତ୍ୟା ଯୋଜନା କରିଥିଲେ, କିନ୍ତୁ ସେଥିରେ ସଫଳ ହୋଇନଥିଲେ।
ପରେ ପ୍ରାୟ ଏକ ମାସ ଧରି ନୀରଜଙ୍କ ଗତିବିଧି ଉପରେ ନଜର ରଖି ସ୍କର୍ପିଓ ବ୍ୟବହାର କରି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।
ଘଟଣା ଦିନ ମୋହିତ ଶର୍ମା ନୀରଜଙ୍କ ଲାଇଭ୍ ଲୋକେସନ୍ ଅନ୍ୟମାନଙ୍କୁ ପଠାଉଥିବାବେଳେ, ଆକାଶ ଶର୍ମା ଗାଡ଼ି ଚଳାଉଥିଲେ ଏବଂ ଅରବିନ୍ଦ ଶର୍ମା ତାଙ୍କ ସହ ଥିଲେ।
ହତ୍ୟା ପରେ ଅଭିଯୁକ୍ତମାନେ ସ୍କର୍ପିଓକୁ ଛାଡ଼ି ମୋଟରସାଇକେଲ୍ରେ ଫେରାର ହୋଇଯାଇଥିଲେ।
ବର୍ତ୍ତମାନ ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।