Niladrivihar residents: ସ୍ବେରେଜ୍‌ ଯନ୍ତ୍ରଣାରେ ନୀଳାଦ୍ରିବିହାରବାସୀ: ରାସ୍ତା ଖୋଳିଦେଲେ, ମରାମତି କଲେନି

Sep 13, 2026 - 10:05
Niladrivihar residents: ସ୍ବେରେଜ୍‌ ଯନ୍ତ୍ରଣାରେ ନୀଳାଦ୍ରିବିହାରବାସୀ: ରାସ୍ତା ଖୋଳିଦେଲେ, ମରାମତି କଲେନି

"ଚନ୍ଦ୍ରଶେଖରପୁର: ଅସରାଏ ବର୍ଷାରେ ରାସ୍ତାରେ ଢେଉ ଖେଳୁଛି ଆଣ୍ଠୁଏ ପାଣି।

କାହା ଘର ଆଗରେ ପାଣି ଜମି ରହୁଛି ତ ଆଉ କାହା ଘର ଭିତରେ ପାଣି ପଶୁଛି।

ସ୍ଥିତି ଏମିତି ହେଉଛି ଯେ ବର୍ଷା ଦିନରେ ଲୋକେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି।

ଏହା କୌଣସି ଉପାନ୍ତ କି ସହର ଉପକଣ୍ଠର ସମସ୍ୟା ନୁହେଁ, ବରଂ ନୀଳାଦ୍ରିବିହାର ଅଞ୍ଚଳରେ ଏମିତି ସ୍ଥିତି ଉପୁଜିଛି।

ଦଶନ୍ଧି ତଳେ ଲୋକଙ୍କ ଘର ନିକଟରେ ଆଦୌ ପାଣି ରହୁ ନଥିଲା।

ମାତ୍ର ଏବେ ସ୍ବେ‌ରେଜ୍‌ ପାଇପ୍‌ ଲାଇନ୍‌ ବିଛାଇବା ନାଁରେ ଯେଉଁ କାମ ହେଉଛି ତାହା ଦ୍ବାରା ଲୋକଙ୍କ ଘର ଭିତରେ ବି ବର୍ଷା ପାଣି ପଶିଯାଉଛି।

ଅଞ୍ଚଳବାସୀ ଏନେଇ ବାରମ୍ବାର ସରକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।Advertisment Kushei River: କୁଶେଇ ନଦୀ ନା କାଶତଣ୍ଡୀ ବଣ!

୧୯୯୦ରେ ବିଡିଏ ଦ୍ୱାରା ନୀଳାଦ୍ରିବିହାରରେ ପ୍ରାୟ ପାଞ୍ଚ ହଜାର ବାସଗୃହ ନିର୍ମାଣ କରାଯାଇ ୨୦ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲା।

ଏବେ ସଂଖ୍ୟା ବଢ଼ିଲାଣି।

ଏଥିସହ ନୀଳାଦ୍ରିବିହାରକୁ ଲାଗି ଗଢ଼ି ଉଠିଥିବା ୯ଟି ବସ୍ତିରେ ପ୍ରାୟ ୫ହଜାର ପରିବାର ରହୁଛନ୍ତି।

୧୨ ବର୍ଷ ତଳେ ରାଜ୍ୟ ସରକାର ନୀଳାଦ୍ରିବିହାର, ଶୈଳଶ୍ରୀବିହାର ଓ କୈଳାସବିହାର ସମସ୍ତ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ମହାନଗର ନିଗମ ହାତରୁ କାଢ଼ି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ।

ପୂର୍ତ୍ତ ବିଭାଗ ଉନ୍ନତମାନର ରାସ୍ତା ନିର୍ମାଣ କରି ଯାତାୟତ ସୁବିଧା କରିଛି।

ହେଲେ ସ୍ବେରେଜ୍‌ ଓ ଡ୍ରେନେଜ୍‌ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ଦୁଃଖ ହୋଇ ରହିଛି।

ବହୁ ବର୍ଷ ପୁରୁଣା ଡ୍ରେନେଜ୍‌ ବ୍ୟବସ୍ଥାକୁ "ଜାଇକା" ମାନଦଣ୍ଡରେ ନବୀକରଣ କରିବାକୁ କେବଳ ନୀଳାଦ୍ରିବିହାର ସେକ୍ଟର-୫ରେ ଦୁଇ ବର୍ଷ ତଳୁ ୭.୫୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ।

Silver Moon: ସ୍ମୃତି ଏକ ରୁପାଜହ୍ନ: ‌ସେଦିନର ନିଷ୍ପତ୍ତି ଠିକ୍‌ ଥିଲା ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପୂର୍ତ୍ତ ବିଭାଗ ପକ୍ଷରୁ ଯେଉଁ ସ୍ବେରେଜ୍‌ କାମ ହେଉଛି ସେଥିରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ଉଠିଛି।

ସ୍ବେରେଜ୍‌ ଲାଇନ୍‌ ବିଛାଯିବା ପରେ ରାସ୍ତାକୁ ଠିକ୍‌ ଭାବେ ମରାମତି କରାଯାଉ ନାହିଁ।

ରାସ୍ତା ମଝିରେ ଏହି ସ୍ବେରେଜ ଲାଇନ୍‌ ଯାଉଥିବାରୁ ସ୍ଥାନୀୟ ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅସରାଏ ବର୍ଷାରେ କେଉଁଠି ସ୍ବେରେଜ ଲାଇନ୍‌ ଦବି ଯାଉଛି ତ ଆଉ କେଉଁଠି ବଡ଼ ଫାଟ ସୃଷ୍ଟି ହେଉଛି।

ନୀଳାଦ୍ରିବିହାରର ଲେନ୍‌ ୧ରୁ ୧୪ ମଧ୍ୟରେ ସମସ୍ତ ରାସ୍ତାର ଅବସ୍ଥା ଏବେ ଏଭଳି ହୋଇଛି ଯେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ି ଅତିକ୍ରମ କରିବା କଷ୍ଟକର ହୋଇପଡ଼ୁଛି।

ଛୋଟ ପିଲାଙ୍କୁ ଗାଡ଼ି ନେଇ ବିଦ୍ୟାଳୟ ଯାଉଥିବା ଅଭିଭାବକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି।

ବର୍ଷା ହେଲେ ଅବସ୍ଥା ନ କହିବା ଭଲ।

ଗାଡ଼ି ଚଳାଇବା ବଦଳରେ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି।

ଡ୍ରେନେଜ୍‌ ବିଭାଗର ଜଣେ ଅଧିକାରୀ କହିଛନ୍ତି ଡ୍ରେନେଜ୍‌ ନିର୍ମାଣ ବେଳେ ଜମିର ସ୍ତର ଠିକ୍‌ ଭାବେ ମାପ ନ ହେବାରୁ ଗୋଟିଏ ଗୋଟିଏ ତ୍ରୁଟି ସଂଶୋଧନ କରିବା ଅସମ୍ଭବ।

ଏହାର ସ୍ଥାୟୀ ସମାଧାନ ପାଇଁ "ଏରିଆଲ ସର୍ଭେ" କରି ବିସ୍ତୃତ ଡିପିଆର୍‌ ପ୍ରସ୍ତୁତ କରିବା ଦରକାର।

ସେହି ଡିପିଆର୍‌କୁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନୁମୋଦନ କଲେ ହିଁ ସ୍ଥାୟୀ ସମାଧାନ ହୋଇପାରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)