Nightfall: ରାତିରେ ଡିବିରି, ଲଣ୍ଠନ ଭରସା
"ବଟକୃଷ୍ଣ ବିହାରୀ ବାରିପଦା: ବିଜୁଳି ଆଲୁଅ ନ ଥିବାରୁ ରାତିରେ ଡିବିରି ଓ ଲଣ୍ଠନ ଜଳାଇ ଚଳୁଛୁ ବୋଲି କହନ୍ତି ବିଶୋଇ ବ୍ଲକ୍ ବାଘବାଡ଼ି ପଡ଼ାଗାଁର ବିଜୁଳି ମହାନ୍ତ ଓ ଦେବଯାନୀ ମହାନ୍ତ।
ଦିନରେ ସୂର୍ଯ୍ୟ, ରାତିରେ ଡିବିରିକୁ ଭରସା କରିବାକୁ ପଡ଼ୁଛି।
ସେମାନଙ୍କ ଏହି ମନ୍ତବ୍ୟ ସରକାରୀ ସ୍ଲୋଗାନ୍ "ଅନ୍ଧାରରେ କେହି ରହିବେ ନାହିଁ, ସବୁ ଗାଁରେ ଜଳିବ ବିଜୁଳିବତି"କୁ ସତେ ଯେମିତି ଉପହାସ କରୁଛି।
କେନ୍ଦ୍ର ହେଉ କି ରାଜ୍ୟ ସରକାର, ବିଭିନ୍ନ ଯୋଜନାରେ ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ତେବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୧ ହଜାର ୫୩ ଗାଁ ଏବେ ବି ଅନ୍ଧାରରେ ରହିଛି।
ବିଦ୍ୟୁତ୍ ସଂଯୋଗ ନଥିବାରୁ ୧୫ ହଜାର ୧୦୨ ପରିବାର ଆଜିସୁଦ୍ଧା ନିଜଗାଁରେ ଟେଭିଭିଜନ୍ କାର୍ଯ୍ୟକ୍ରମ ଦେଖିବା କିମ୍ବା ଦେଶବିଦେଶ ଖବର ଜାଣିବାର ସୌଭାଗ୍ୟ ପାଇନାହାନ୍ତି।Advertisment BijayShankar: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ ଗାଁଠୁ ୧୦ରୁ ୧୫ କିଲୋମିଟର ଆସିଲେ ଯାହା ଖବର ପାଉଛନ୍ତି।
ଏବେ ପ୍ରାୟ ପ୍ରତିଘରେ ଟିଭି।
ତେବେ ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ ଜିଲ୍ଲାର ୧୫୧୦୨ ପରିବାର ଟେଲିଭିଜନ୍ ଦେଖିବାରୁ ବଞ୍ଚିତ ଅଛନ୍ତି ବୋଲି ଏକ ବେସରକାରୀ ସର୍ଭେ ସଂସ୍ଥା ରିପୋର୍ଟରୁ ଜଣାପଡ଼ିଛି।
ମୟୂରଭଞ୍ଜରେ ରାଜସ୍ବ ଗାଁ ସଂଖ୍ୟା ୩୯୬୬।
ଅବଶ୍ୟ ସବୁ ରାଜସ୍ବ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଛି।
ହେଲେ ଜିଲ୍ଲାର ୫୩୫୨ଟି ପଡ଼ାଗାଁରୁ ୧୦୫୩ଟି ଗାଁକୁ ଆଜିସୁଦ୍ଧା ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ।
ରାଜୀବ ଗାନ୍ଧୀ, ବିଜୁ ଜ୍ୟୋତି ଓ ସୌଭାଗ୍ୟ ଯୋଜନାରେ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଥିବା ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସରକାରଙ୍କ ଘୋଷଣା ମୟୂରଭଞ୍ଜରେ ସତେ ଯେମିତି ପ୍ରହସନ ପାଲଟିଛି।
ବିଦ୍ୟୁତ୍ ସଂଯୋଗ ହୋଇପାରି ନଥିବା ଏସବୁ ଗାଁ କପ୍ତିପଦା, ବିଶୋଇ, ବାଙ୍ଗିରପୋଷି, ଜାମଦା, ଠାକୁରମୁଣ୍ଡା, ବିଜାତଳା, ଶୁଳିଆପଦା, ବହଳଦା, ଯଶିପୁର ଆଦି ବ୍ଲକ୍ ଅଧୀନରେ ଯାଉଛି।
କପ୍ତିପଦା ଓ ବିଶୋଇ ବ୍ଲକ୍ରେ ବିଦ୍ୟୁତ୍ ନଥିବା ଗାଁ ଅଧିକ ରହିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
Private transformer: ସରକାରୀ ଜମିରେ ଘରୋଇ ଟ୍ରାନ୍ସଫର୍ମର ସରକାରୀ ବାବୁମାନଙ୍କ ଇଚ୍ଛାଶକ୍ତିର ଅଭାବ ହେଉ କି ନେତାମାନଙ୍କ ଆନ୍ତରିକତାର ଅଭାବ, ଜିଲ୍ଲାର ହଜାରେ ପଡ଼ାଗାଁରେ ବିଦ୍ୟୁତ୍ ସଂଯୋଗ ହୋଇ ନ ପାରିବା ବିଡ଼ମ୍ବନାର ବିଷୟ।
ତେବେ ଏ ନେଇ ବିଦ୍ୟୁତ୍ କର୍ମଚାରୀ ସଂଘ ରାଜ୍ୟ ସରକାରଙ୍କ ନିଶ୍ଚିତ ଦୃଷ୍ଟି ଆକର୍ଷଣ କରିବ ବୋଲି ଜଣେ କର୍ମକର୍ତ୍ତା କହିଛନ୍ତି।
ଅନ୍ୟପକ୍ଷରେ ଜଙ୍ଗଲ, ପାହାଡ଼ ନିକଟବର୍ତ୍ତୀ ଗାଁକୁ ବିଦ୍ୟୁତ୍ ସଂଯୋଗ କରିବା ସହଜ ହେଉନାହିଁ।
ତେଣୁ ସେସବୁ ଗାଁକୁ ସୋଲାର୍ ଲାଇଟ୍ ଯୋଗାଇବା ବ୍ୟବସ୍ଥା ହେବା ଆବଶ୍ୟକତା ରହିଛି।
ଏ ନେଇ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା.
ବୁଢ଼ାନ ମୁର୍ମୁ କହିଛନ୍ତି, ବିଦ୍ୟୁତ୍ ବିଭାଗ ଓ ଜିଲ୍ଲାପାଳଙ୍କ ସହ କଥାହୋଇ ଏ ଦିଗରେ ତୁରନ୍ତ ବ୍ୟବସ୍ଥା କରାଯିବ।
ଏ ନେଇ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଭାସ୍କର ମଢ଼େଇ କହିଛନ୍ତି, ଜିଲ୍ଲା ଯୋଜନାବୋର୍ଡ ବୈଠକ ବସିନାହିଁ।
ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।"