NHRC Winter Internship 2026: ମାନବାଧିକାର ଆୟୋଗରେ ଇଣ୍ଟର୍ନସିପ୍ ସୁଯୋଗ, ମିଳିବ ୧୨,୦୦୦ ଟଙ୍କା ଷ୍ଟାଇପେଣ୍ଡ; ଏପରି କରନ୍ତୁ ଆବେଦନ…

Oct 14, 2026 - 17:38
NHRC Winter Internship 2026: ମାନବାଧିକାର ଆୟୋଗରେ ଇଣ୍ଟର୍ନସିପ୍ ସୁଯୋଗ, ମିଳିବ ୧୨,୦୦୦ ଟଙ୍କା ଷ୍ଟାଇପେଣ୍ଡ; ଏପରି କରନ୍ତୁ ଆବେଦନ…

"ନୂଆଦିଲ୍ଲୀ: ଯଦି ଆପଣ ମାନବାଧିକାର, ଆଇନ ଓ ସାମାଜିକ ସମସ୍ୟା ସମ୍ପର୍କରେ ଜାଣିବାକୁ ଆଗ୍ରହୀ, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି।

ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ୱିଣ୍ଟର୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ୍‌ ୨୦୨୬ ପାଇଁ ଆବେଦନ ଆହ୍ୱାନ କରାଯାଇଛି ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ଏହି ଇଣ୍ଟର୍ନସିପ୍‌ରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ୧୨,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ।Advertisment ଆହୁରି ପଢ଼ନ୍ତୁ- Punjab police : ପଞ୍ଜାବ: ମ୍ୟାଡ ସାନ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁମ୍ବାଇରୁ ଗିରଫ କେବେ ଆରମ୍ଭ ହେବ ଇଣ୍ଟର୍ନସିପ୍?

ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ମୋଟ ୪ ସପ୍ତାହ ଧରି ଚାଲିବ।

ଏହା ୧୪ ଡିସେମ୍ବର ୨୦୨୬ରୁ ଆରମ୍ଭ ହୋଇ ୮ ଜାନୁଆରୀ ୨୦୨୭ରେ ଶେଷ ହେବ।

ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଆୟୋଜିତ ହେବ।

ଏଥିପାଇଁ ମୋଟ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ ବୋଲି ଦିଆଯାଇଥିବା ସୂଚନାରେ ଉଲ୍ଲେଖ ରହିଛି।ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ୧୫ ଅକ୍ଟୋବର ୨୦୨୬ ସନ୍ଧ୍ୟା ୬ଟା ସୁଦ୍ଧା ଅନଲାଇନ୍‌ରେ ଆବେଦନ କରିପାରିବେ।

କିଏ କରିପାରିବେ ଆବେଦନ?

୧.

ଶିକ୍ଷାଗତ ଯୋଗ୍ୟତା: ଆଇନ, ସାମାଜିକ ବିଜ୍ଞାନ କିମ୍ବା ଏହା ସହ ଜଡ଼ିତ ବିଷୟରେ ପୋଷ୍ଟ ଗ୍ରାଜୁଏସନ୍ କିମ୍ବା ଅନ୍ୟ ଯୋଗ୍ୟ ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ।୨.

ବୟସ ସୀମା: ୧ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ କିମ୍ବା ତାଠାରୁ କମ୍ ହୋଇଥିବା ଆବଶ୍ୟକ।୩.

ମାର୍କ ଯୋଗ୍ୟତା: ଦ୍ୱାଦଶ ଶ୍ରେଣୀରେ ଅତିକମ୍‌ରେ ୬୦ ପ୍ରତିଶତ ମାର୍କ ରହିଥିବା ଦରକାର।

ଏହାସହିତ ସ୍ନାତକ ପାଠ୍ୟକ୍ରମ କିମ୍ବା ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ କୋର୍ସର ପ୍ରଥମ ୬ଟି ସେମିଷ୍ଟରରେ ମଧ୍ୟ ଅତିକମ୍‌ରେ ୬୦ ପ୍ରତିଶତ ମାର୍କ ରହିବା ଆବଶ୍ୟକ।୪.

ପୂର୍ବରୁ ଇଣ୍ଟର୍ନସିପ୍ କରିଥିଲେ ଆବେଦନ କରିପାରିବେନି: ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ଏନ୍‌ଏଚ୍‌ଆର୍‌ସିର ଏକ ମାସିଆ ସମର୍‌ କିମ୍ବା ୱିଣ୍ଟର୍‌ ଇଣ୍ଟର୍ନସିପ୍ କରିସାରିଛନ୍ତି, ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହେବେନାହିଁ।

ଇଣ୍ଟର୍ନସିପ୍‌ରେ କ"ଣ ମିଳିବ ସୁଯୋଗ?

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଶରେ ମାନବାଧିକାରର ସ୍ଥିତି, ମାନବାଧିକାର ଆୟୋଗର କାର୍ଯ୍ୟପ୍ରଣାଳୀ ଏବଂ ଏ ସମ୍ପର୍କିତ ଆଇନ ଓ ନୀତି ବିଷୟରେ ଜାଣିବାର ସୁଯୋଗ ପାଇବେ।

ଏହାସହିତ ଇଣ୍ଟର୍ନସିପ୍ ସଫଳତାର ସହ ଶେଷ କରୁଥିବା ଛାତ୍ରଛାତ୍ରୀଙ୍କୁ ୧୨,୦୦୦ ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ।ଯାତାୟାତ ଖର୍ଚ୍ଚ: ଦିଲ୍ଲୀ ବାହାରୁ ଆସୁଥିବା ମନୋନୀତ ପ୍ରାର୍ଥୀଙ୍କୁ ଆୟୋଗର ନିୟମ ଅନୁଯାୟୀ ଯିବା ଓ ଫେରିବା ପାଇଁ ଥ୍ରୀ-ଟିୟର୍ ଏସି ଟ୍ରେନ୍ ଟିକେଟ୍‌ର ଭଡ଼ା ମଧ୍ୟ ମିଳିବ।

କିପରି କରିବେ ଆବେଦନ?

ଆହୁରି ପଢ଼ନ୍ତୁ- CJP Protest: ମାର୍କିନ ଗାୟିକାଙ୍କ ବିସ୍ଫୋରକ ବୟାନ: ମୋଦୀ ସରକାରକୁ ଅସ୍ଥିର କରିବାକୁ ଅଭିଜିତ୍‌ ଦୀପ୍‌କେଙ୍କୁ ଆମେରିକାରୁ ପାଣ୍ଠି ମିଳୁଛି ଏହି ଇଣ୍ଟର୍ନସିପ୍ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ।୧.

ପ୍ରଥମେ ଏନ୍‌ଏଚ୍‌ଆର୍‌ସିର ଅଫିସିଆଲ୍ ୱେବ୍‌ସାଇଟ୍ https://nhrc.nic.in କୁ ଯାଆନ୍ତୁ।୨.

ୱିଣ୍ଟର୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ୍‌ ୨୦୨୬ ସମ୍ପର୍କିତ ଅଫିସିଆଲ୍ ନୋଟିସ୍ ଓ ଆବେଦନ ଲିଙ୍କ୍ ଖୋଜନ୍ତୁ।୩.

ନୋଟିସ୍‌ରେ ଦିଆଯାଇଥିବା ଯୋଗ୍ୟତା ଓ ନିୟମଗୁଡ଼ିକୁ ଭଲ ଭାବରେ ପଢ଼ନ୍ତୁ।୪.

ଅନଲାଇନ୍ ଆବେଦନ ଫର୍ମରେ ଆବଶ୍ୟକ ତଥ୍ୟ ପୂରଣ କରନ୍ତୁ।୫.

ଆବେଦନ ସମୟରେ ୨୫୦ ଶବ୍ଦ ମଧ୍ୟରେ ଏକ ଷ୍ଟେଟମେଣ୍ଟ ଅଫ୍ ପର୍ପୋଜ୍ (ଏସ୍‌ଓପି) ଲେଖିବାକୁ ପଡ଼ିବ।

ଏହାସହିତ ନିଜ କଲେଜ କିମ୍ବା ଶିକ୍ଷାନୁଷ୍ଠାନ ପକ୍ଷରୁ ମିଳିଥିବା ସୁପାରିସ ପତ୍ର (ରେକୋମେଣ୍ଡେସନ୍‌ ଲେଟର୍‌) ମଧ୍ୟ ଦାଖଲ କରିବାକୁ ହେବ।୬.

ସମସ୍ତ ତଥ୍ୟ ଯାଞ୍ଚ କରି ଧାର୍ଯ୍ୟ ସମୟ ପୂର୍ବରୁ ଆବେଦନ ଦାଖଲ କରନ୍ତୁ।

ଆବେଦନର ଶେଷ ତାରିଖ ମନେ ରଖନ୍ତୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ୧୫ ଅକ୍ଟୋବର ୨୦୨୬ ସନ୍ଧ୍ୟା ୬ଟା ପୂର୍ବରୁ ଆବେଦନ କରିବା ଆବଶ୍ୟକ।

ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଉପଲବ୍ଧ ବିଜ୍ଞପ୍ତି ପଢ଼ି ଯୋଗ୍ୟତା, ଆବଶ୍ୟକ ଦଲିଲ ଓ ଅନ୍ୟାନ୍ୟ ନିୟମ ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)