Indian Army: ଭାରତୀୟ ସେନାରେ ଅଫିସର ହେବାର ସୁଯୋଗ, ଜେଇଇ ମେନ୍ ଦେଇଥିବା ଛାତ୍ରଛାତ୍ରୀ କରନ୍ତୁ ଆବେଦନ

Oct 14, 2026 - 17:38
Indian Army: ଭାରତୀୟ ସେନାରେ ଅଫିସର ହେବାର ସୁଯୋଗ, ଜେଇଇ ମେନ୍ ଦେଇଥିବା ଛାତ୍ରଛାତ୍ରୀ କରନ୍ତୁ ଆବେଦନ

"ନୂଆଦିଲ୍ଲୀ: ଜେଇଇ ମେନ୍‌ ପରୀକ୍ଷା ଦେଇଥିବା ଏପରି ଛାତ୍ରଛାତ୍ରୀ, ଯେଉଁମାନେ ପାଠପଢ଼ା ସହ ଭାରତୀୟ ସେନାରେ ଯୋଗଦେଇ ଦେଶ ସେବା କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର।

ଭାରତୀୟ ସେନା ପକ୍ଷରୁ ଟେକ୍ନିକାଲ୍ ଏଣ୍ଟ୍ରି ସ୍କିମ୍‌ ପାଇଁ ଆବେଦନ ଆରମ୍ଭ ହୋଇଛି।

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ https://joinindianarmy.nic.in/Authentication.aspx କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ୧୨ ନଭେମ୍ବର ୨୦୨୬ ରହିଛି।Advertisment ନିଯୁକ୍ତି ପାଇଁ ଯୋଗ୍ୟତା ଓ ମାନଦଣ୍ଡ ପ୍ରାର୍ଥୀ ଜେଇଇ ମେନ୍‌ -୨୦୨୬ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଆବଶ୍ୟକ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ (ପିସିଏମ୍‌) ବିଷୟ ସହ ଦ୍ୱାଦଶ ଶ୍ରେଣୀରେ ଅତିକମ୍‌ରେ ୬୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୬ ବର୍ଷ ୬ ମାସ ଏବଂ ସର୍ବାଧିକ ୧୯ ବର୍ଷ ୬ ମାସ ହେବା ଆବଶ୍ୟକ।

ବୟସ ଗଣନା  ୨୦୨୭ ଜୁଲାଇ ୧ ତାରିଖକୁ ଆଧାର କରି କରାଯିବ।

କିପରି କରିବେ ଆବେଦନ?

1.

ପ୍ରଥମେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ https://joinindianarmy.nic.in/Authentication.aspx କୁ ଯାଆନ୍ତୁ।

2.

ୱେବସାଇଟ୍‌ର ମୂଳ ପୃଷ୍ଠାରେ ଥିବା ଆବେଦନ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

3.

ଆବଶ୍ୟକ ତଥ୍ୟ ପୂରଣ କରି ପଞ୍ଜୀକରଣ କରନ୍ତୁ।

4.

ପଞ୍ଜୀକରଣ ପରେ ଲଗ୍‌ଇନ୍‌ କରି ଅନ୍ୟାନ୍ୟ ତଥ୍ୟ ପୂରଣ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।

5.

ଶେଷରେ ଫର୍ମ ଦାଖଲ କରି ଏହାର ଏକ ପ୍ରିଣ୍ଟ୍‌ଆଉଟ୍‌ ନିଜ ପାଖରେ ସାଇତି ରଖନ୍ତୁ।

ଆବେଦନ ପାଇଁ ଦେବାକୁ ପଡ଼ିବନି ଶୁଳ୍କ ଏହି ନିଯୁକ୍ତି ପାଇଁ କୌଣସି ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ସମସ୍ତ ପ୍ରାର୍ଥୀ ମାଗଣାରେ ଆବେଦନ କରିପାରିବେ।

ନିଯୁକ୍ତିରେ ପ୍ରାର୍ଥୀମାନଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ଆବେଦନ କରିଥିବା ପ୍ରାର୍ଥୀଙ୍କ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ।

ଏହାପରେ ସେମାନଙ୍କୁ ଶାରୀରିକ ଓ ଡାକ୍ତରୀ ପରୀକ୍ଷା ପାଇଁ ଡକାଯିବ।

ଚୟନ ହେଉଥିବା ଯୁବକମାନଙ୍କୁ ୪ ବର୍ଷର ପ୍ରଶିକ୍ଷଣ ଦିଆଯିବ।

ଏହା ସହିତ ସେମାନଙ୍କୁ ଇଞ୍ଜିନିୟରିଂ ଡିଗ୍ରି ମଧ୍ୟ ପ୍ରଦାନ କରାଯିବ।

ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡ: ହତ୍ୟାକାରୀ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)