Neymar: ମରକ୍କୋ ବିପକ୍ଷରେ ଖେଳିବେନି ନେମାର
"ନ୍ୟୁଜର୍ସି: ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ସଫଳତମ ଦଳ ବ୍ରାଜିଲକୁ ଏକ ବହୁତ ବଡ଼ ଝଟ୍କା ଲାଗିଛି।
ରବିବାରର ମରକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍ରୁ ଏହି ଦଳର ତାରକା ଖେଳାଳି ନେମାର (ଜୁନିଅର) ବାଦ୍ ପଡ଼ିଛନ୍ତି।
ଶନିବାର ପ୍ରଶିକ୍ଷକ କାର୍ଲୋ ଆନ୍ସେଲୋଟି ଏକଥା ସ୍ପଷ୍ଟ କରିଛନ୍ତି।Advertisment ବ୍ରାଜିଲ ଏଥର ଷଷ୍ଠ ଥର ପାଇଁ ବିଜେତା ହେବାକୁ ଲକ୍ଷ୍ୟ ରଖିଛି ୫ଥର ବିଜେତା ବ୍ରାଜିଲ ତଥା ଗତ ବିଶ୍ବକପ୍ର ସେମିଫାଇନାଲିଷ୍ଟ୍ ବ୍ରାଜିଲ ଏଥର ଷଷ୍ଠ ଥର ପାଇଁ ବିଜେତା ହେବାକୁ ଲକ୍ଷ୍ୟ ରଖିଛି।
ତେବେ ନେମାରଙ୍କ ଆଘାତ ଜନିତ ସମସ୍ୟା ଏହି ଦିଗରେ ଏକ ବଡ଼ ପ୍ରତିବନ୍ଧକ ଭାବେ ବିବେଚନା କରାଯାଉଛି।
ସୂଚନାଯୋଗ୍ୟ ଯେ ନଳିଗୋଡ଼ରେ ଆଘାତ ଲାଗି ନେମାର ଢେର କିଛି ଦିନ ହେବ ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଦୂରେଇ ରହିଥିଲା ବେଳେ ବିଶ୍ବକପ୍ ବେଳକୁ ସେ ପୂରା ଠିକ୍ ହୋଇଯାଇଥିବେ ବୋଲି ଆଶା କରାଯାଉଥିଲା।
ତେବେ ଏହା ସମ୍ଭବ ହୋଇ ନହେବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।
ତେବେ ୩୪ବର୍ଷୀୟ ନେମାର ଦ୍ରୁତ ଆରୋଗ୍ୟ ପଥରେ ରହିଛନ୍ତି।
ସବୁକିଛି ଠିକ୍ ରହିଲେ ଆମର ଦ୍ବିତୀୟ ମ୍ୟାଚ୍ ସେ ଖେଳିବେ ବୋଲି ଆନ୍ସେଲୋଟି ଦୃଢ଼ ଆଶା ପୋଷଣ କରିଛନ୍ତି।
Cattle Smugglers: ଗୋ- ମାଫିଆଙ୍କୁ ଆଉ ନିସ୍ତାର ନାହିଁ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଚଢ଼ାଉ ଜୋରଦାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।