15 JUNE 2026

Welcome!

Unlock your personalized experience.
Sign Up

Women’s T20 World Cup 2026 : ଭାରତର ଦମଦାର୍ ବିଜୟ, ପାକିସ୍ତାନକୁ ୬୪ରନରେ ହରାଇଲା

Jun 15, 2026 - 07:17
Women’s T20 World Cup 2026 : ଭାରତର ଦମଦାର୍ ବିଜୟ, ପାକିସ୍ତାନକୁ ୬୪ରନରେ ହରାଇଲା

ମୁମ୍ବାଇ,୧୪/୬ : ଭାରତ ୨୦୨୬ମହିଳା ଟି-୨୦ ବିଶ୍ୱକପରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି । ଟିମ୍ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬୪ ରନ୍ରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଏହା ଭାରତର ସପ୍ତମ ବିଜୟ। ହରମନପ୍ରୀତ କୌରଙ୍କ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍ କରିଥିଲା। ଜବାବରେ ପାକିସ୍ତାନ କେବଳ ୧୦୬ ରନ୍ କରିପାରିଥିଲା। ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ୬୮ ରନ୍ର ଏକ ଧମାକାଦାର ଇନିଂସ ଖେଳିଥିଲେ । ସେହିଭଳି ବୋଲିଂରେ ଦୀପ୍ତି ଶର୍ମା କମାଲ୍ କରିଥିଲେ। ଦିପ୍ତୀ ୪ଓଭରରେ କେବଳ ୧୦ରନ୍ ଦେଇ ୫ଓ୍ବିକେଟ ନେଇଥିଲେ ।

ଭାରତଠାରୁ ମିଳିଥିବା ୧୭୧ ରନ୍ର ଟାର୍ଗେଟର ଜବାବରେ ପାକିସ୍ତାନ ଗୋଟିଏ ସମୟରେ ୬ ଓଭରରେ ୫୨ ରନ୍ କରିଥିଲା। ଓପନରମାନେ ଏକ ଚମତ୍କାର ଆରମ୍ଭ କରିଥିଲେ। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ବିପକ୍ଷରେ ପାୱାରପ୍ଲେରେ ପାକିସ୍ତାନ ପ୍ରଥମ ଥର ଏତେ ବଡ଼ ସ୍କୋର କରିଥିଲା। କିନ୍ତୁ ସପ୍ତମ ଓଭରରୁ ଭାରତୀୟ ବୋଲରମାନେ କୌଣସି ଭୁଲ କରି ନ ଥିଲେ । ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ପାକିସ୍ତାନକୁ ପରାସ୍ତ କରିଥିଲେ।

୪ ଓଭରରେ ମାତ୍ର ୧୦ରନ ଦେଇ ୫ ୱିକେଟ ନେଇଥିବା ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦ୱିକେଟ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବାରେ ବିଶ୍ବର ଦ୍ୱିତୀୟ ମହିଳା ବୋଲର ହୋଇଯାଇଛନ୍ତି । ଶ୍ରୀଚରଣୀ ୩ ୱିକେଟ ନେଇଥିଲେ। ପାକିସ୍ତାନ ଟିମ୍ ସମ୍ପୂର୍ଣ୍ଣ ୨୦ଓଭର ଖେଳିପାରି ନ ଥିଲା । ୧୭ ଓଭରରେ ପାକିସ୍ତାନ ଟିମ୍ ୧୦୬ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ଭାରତ ୬୪ ରନରେ ମ୍ୟାଚ୍ ଜିତି ନେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।