Women’s T20 World Cup : ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମୁକାବିଲା ପାଇଁ ଅଫିସିଆଲ୍‌ ଘୋଷଣା, ଜ୍ୟାକଲିନ୍‌ ଓ ବ୍ରିନ୍ଦାଙ୍କୁ ପଡ଼ିଆ ଅମ୍ପାୟାର ଦାୟିତ୍ବ

Jul 04, 2026 - 11:47
Women’s T20 World Cup : ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମୁକାବିଲା ପାଇଁ ଅଫିସିଆଲ୍‌ ଘୋଷଣା, ଜ୍ୟାକଲିନ୍‌ ଓ ବ୍ରିନ୍ଦାଙ୍କୁ ପଡ଼ିଆ ଅମ୍ପାୟାର ଦାୟିତ୍ବ
ଦୁବାଇ,୦୪/୦୭: ଆଇସିସି ପକ୍ଷରୁ ଆସନ୍ତା ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମୁକାବିଲା ପାଇଁ ମ୍ୟାଚ୍ ଅଫିସିଆଲ୍‌ଙ୍କ  ନାମ ଘୋଷଣା କରାଯାଇଛି । ଆସନ୍ତା ରବିବାର ଲର୍ଡ୍ସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ଖେଳାଯିବ । ଅଷ୍ଟ୍ରେଲିଆ ଅଷ୍ଟମ ଥର ଏବଂ ଇଂଲଣ୍ଡ ଦଳ ଷଷ୍ଠ ଥର ଫାଇନାଲ୍ ଖେଳିବାକୁ ଯାଉଛନ୍ତି । ଏହି ମ୍ୟାଚ୍ ପାଇଁ ଜାମାଇକାର ଜ୍ୟାକଲିନ୍ ୱିଲିୟମ୍ସ ଓ ଭାରତର ବ୍ରିନ୍ଦା ରାଠୀ ପଡ଼ିଆ ଅମ୍ପାୟାର ନିଯୁକ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ :-  Women’s T20 World Cup: ଟି-ଟ୍ୱେଣ୍ଟି ବିଶ୍ୱକପକୁ ମିଳିବ ପୁରୁଣା ଚାମ୍ପିଅନ୍, ଏହି ଦୁଇ ଦେଶ ମଧ୍ୟରେ ଫାଇନାଲ ଫାଇଟ୍ ପୂର୍ବରୁ ୱିଲିୟମ୍ସ ୨୦୨୩ ବିଶ୍ୱକପ୍ ଫାଇନାଲ୍‌ରେ ପଡ଼ିଆ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ମାତ୍ର ବ୍ରିନ୍ଦା ପ୍ରଥମ ଥର ବିଶ୍ୱକପ୍ ଫାଇନାଲ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି । ଚଳିତ ବିଶ୍ୱକପ୍ରେ ସେ ୨ଟି ମ୍ୟାଚ୍ରେ ପଡ଼ିଆ ଅମ୍ପାୟାର ଦାୟିତ୍ୱ ତୁଲାଇ ସାରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର କିମ୍ କଟନ ତୃତୀୟ ଅମ୍ପାୟାର ଏବଂ ଶ୍ରୀଲଙ୍କାର ନିମାଲି ପେରେରା ଚତୁର୍ଥ ଅମ୍ପାୟାର ଦାୟିତ୍ୱ ତୁଲାଇବେ । ଭାରତର ଜିଏସ୍ ଲକ୍ଷ୍ମୀ ମ୍ୟାଚ୍ ରେଫରୀ ନିଯୁକ୍ତ ହୋଇଛନ୍ତି । ସେ ଚଳିତ ସଂସ୍କରଣରେ ୨ଟି ମ୍ୟାଚ୍ରେ ମ୍ୟାଚ୍ ରେଫରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ଅଧିକ ପଢ଼ନ୍ତୁ :-  Vaibhav sooryavanshi: ବୈଭବ ସୂର୍ଯ୍ୟବଂଶୀଙ୍କ 'New Chapter' ପୋଷ୍ଟକୁ ନେଇ ହଲଚଲ, ଡେବ୍ୟୁ ନା ସରପ୍ରାଇଜ୍ ?