paddy procurement : ୩ ଜୁଲାଇ ସୁଦ୍ଧା ୨୦.୨୦ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ, ଚାଷୀଙ୍କ ଖାତାକୁ ଗଲା ୪,୦୬୯.୩୧ କୋଟି MSP

Jul 04, 2026 - 11:47
paddy procurement : ୩ ଜୁଲାଇ ସୁଦ୍ଧା ୨୦.୨୦ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ, ଚାଷୀଙ୍କ ଖାତାକୁ ଗଲା ୪,୦୬୯.୩୧ କୋଟି MSP
ଭୁବନେଶ୍ଵର, ୪/୭ : ୨୦୨୫-୨୬ ରବି ଧାନ ସଂଗ୍ରହରେ ରେକର୍ଡ। ୩ ଜୁଲାଇ ୨୦୨୬ ସୁଦ୍ଧା ୨୦.୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। ଏଥିରେ ୩.୫୯ ଲକ୍ଷରୁ ଅଧିକ ଚାଷୀ  ନିଜ ଧାନ ବିକ୍ରି କରିଛନ୍ତି। ଚାଷୀଙ୍କୁ ୪,୦୬୯.୩୧ କୋଟି ଟଙ୍କା MSP ଓ ୧,୨୫୫.୬୬ କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ୧୯.୦୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ମିଲରଙ୍କ ଦ୍ୱାରା ଉଠାଯାଇଥିବା ବେଳେ, ପ୍ରାୟ ୧.୫୧ ଲକ୍ଷ ମେଟ୍ରିକ୍ ଟନ୍ ଧାନର ଗ୍ରହଣ ପ୍ରକ୍ରିୟା ବାକି ରହିଛି। ସୂଚନା ଥାଉକି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୩୦ ତାରିଖରେ ୩ ଜୁଲାଇ ପର୍ଯ୍ୟନ୍ତ ରବି ଧାନ କିଣା ଅବଧି ବଢ଼ାଯାଇଥିଲା। ରାଜ୍ୟର ୫ଟି ଜିଲ୍ଲାରେ ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ତେଣୁ ୩ ଦିନ ମଧ୍ୟରେ ସବୁ ଧାନ ଉଠିଯିବ, ଆଉ ଅବଧି ବଢେଇବାର ଆବଶ୍ୟକତା ନାହିଁ ବୋଲ ଯୋଗାଣ ମନ୍ତ୍ରୀ କହିଥିଲେ।  ଆହୁରି ପଢନ୍ତୁ- ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ରବି ଧାନ କିଣା ଅବଧି : ଯୋଗାଣ ମନ୍ତ୍ରୀ ୮ ତାରିଖ ଯାଏ ପ୍ରବଳ ବର୍ଷିବ ,ମତ୍ସଜୀବୀଙ୍କୁ ସମୁଦ୍ରମନା ..୪୮ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା