Welcome!

Unlock your personalized experience.
Sign Up

WIND VS ENG: ଲର୍ଡ୍ସରେ ଇତିହାସ ରଚିଲା ଟିମ୍ ହରମନ୍‌ପ୍ରୀତ, ଇଂଲଣ୍ଡକୁ ୨୭୦ରନ୍‌ରେ ଦେଲା ମାତ୍‌

Jul 14, 2026 - 07:59
WIND VS ENG: ଲର୍ଡ୍ସରେ ଇତିହାସ ରଚିଲା ଟିମ୍ ହରମନ୍‌ପ୍ରୀତ, ଇଂଲଣ୍ଡକୁ ୨୭୦ରନ୍‌ରେ ଦେଲା ମାତ୍‌

ନୂଆଦିଲ୍ଲୀ,୧୪/୦୭; ଭାରତୀୟ ମହିଳା କ୍ରିକେଟ୍ ଦଳ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରି ଲର୍ଡ୍ସ ଦୁର୍ଗ ଦଖଲ କରିଛି । ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ଦଳ ୨୭୦ ରନ୍‌ରେ ଘରୋଇ ଇଂଲଣ୍ଡକୁ ହରାଇ ସିରିଜ ବିଜୟୀ ହୋଇଛି । ଏଥି ସହ ଭାରତ ଇଂଲଣ୍ଡ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବାରେ ସଫଳ ହୋଇଛି । ଲର୍ଡ୍ସ ପ୍ରଥମ ଥର ମହିଳା ଟେଷ୍ଟ ଆୟୋଜନ କରିଥିବାବେଳେ ଭାରତ ଐତିହାସିକ ବିଜୟ ସହ ଏକାଧିକ ରେକର୍ଡ ସ୍ଥାପନ କରିଛି । ପ୍ରଥମ ମହିଳା ପେସ୍ ବୋଲର ଭାବେ ଲର୍ଡ୍ସରେ ୫ ୱିକେଟ୍ ସଫଳତା ଅର୍ଜନ କରିଥିବା କ୍ରାନ୍ତି ଗୌଡ଼ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ଉଭୟ ଇନିଂସ୍‌ରେ ମୋଟ ୭ଟି (୫୍ମ୨) ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ୟସ୍ତିକା ଭାଟିଆ ପ୍ରଥମ ବ୍ୟାଟର ଭାବେ ଶତକ ହାସଲ କରି ଲର୍ଡ୍ସ ଇତିହାସ ପୃଷ୍ଠାରେ ନିଜ ନାମ ଲେଖାଇଥିଲେ ।

ତୃତୀୟ ଦିବସ ଶେଷ ସୁଦ୍ଧା ଭାରତର ବିଜୟ ନିଶ୍ଚିତ ହୋଇସାରିଥିଲା । ୪୫୭ରନ୍‌ରେ ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ରେ ୬/୧୩୦ ରନ୍ କରି ପରାଜୟ ଦ୍ୱାରରେ ରହିଥିଲା । ଆଜି ଚତୁର୍ଥ ତଥା ଅନ୍ତିମ ଦିବସରେ ଘରୋଇ ଦଳ କିଛି ଚମତ୍କାର ଅପେକ୍ଷାରେ ରହିଥିଲା । ଭାରତୀୟ ବୋଲରମାନେ ଦେଢ଼ ଘଣ୍ଟା ମଧ୍ୟରେ ଇଂଲଣ୍ଡର ବାକି ୪ଟି ୱିକେଟ୍ ହାତେଇବାରେ ସଫଳ ହୋଇଥିଲେ । ପୂର୍ବ ଦିନରୁ ଅର୍ଦ୍ଧଶତକ ପୂରଣ କରି ଅପରାଜିତ ଥିବା ଆମି ଜୋନ୍ସ (୫୪) ଆଉଟ୍ ହେବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ଶୋଫି ଏକ୍ଲେଷ୍ଟୋନ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ । ସେ ୫୦ ରନ୍ କରିଥିଲେ । ଅନ୍ୟ ୩ଜଣ ବ୍ୟାଟର ୨ଅଙ୍କ ଛୁଇଁ ପାରିନଥିଲେ । ଇଂଲଣ୍ଡ ଇନିଂସ୍ ୧୮୬ରନ୍ରେ ସୀମିତ ରହିଥିଲା । ଭାରତ ପକ୍ଷରୁ ସ୍ନେହ ରାଣା ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ସାୟଲୀ ସତଘରେ, କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ଗୌତମ ଗମ୍ଭୀରଙ୍କର କିଛି ପସନ୍ଦର ଖେଳାଳି ଅଛନ୍ତି …ଟିମ୍ ଇଣ୍ଡିଆର ସିଲେକ୍ସନକୁ ନେଇ ଏହି ଭାରତୀୟ ବ୍ୟାଟ୍ସମ୍ୟାନ କଲେ ପ୍ରଶ୍ନ

ରେକର୍ଡ  ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଦୀର୍ଘ ୯୨ ବର୍ଷ ଏବଂ ୧୫୨ଟି ମ୍ୟାଚ୍ ପରେ ପ୍ରଥମ ଥର ମହିଳା ଟେଷ୍ଟ ଖେଳାଯାଇଥିଲା । ଭାରତ ଏହି ମ୍ୟାଚ୍କୁ ୨୭୦ରନ୍ରେ ଜିତି ରେକର୍ଡ ପ୍ରତିଷ୍ଠା କରିଥିଲା । କ୍ରାନ୍ତି ଗୌଡ଼ଙ୍କ ନାମରେ ପ୍ରଥମ ୫ ୱିକେଟ୍ ସଫଳତା ଏବଂ ୟସ୍ତିକା ଭାଟିଆଙ୍କ ନାମରେ ପ୍ରଥମ ଶତକ ରେକର୍ଡ ଯୋଡ଼ି ହୋଇଥିଲା ।  ଇଂଲଣ୍ଡ ବିପକ୍ଷରେ ଭାରତ ୨୭୦ରନ୍ରେ ବିଜୟ ହାସଲ କରିଥିଲା । ଏହା ମହିଳା ଟେଷ୍ଟରେ ଚତୁର୍ଥ ବୃହତ୍ ବିଜୟ ରହିଥିଲା । ଭାରତ ନାମରେ ସର୍ବବୃହତ୍ ବିଜୟ ରେକର୍ଡ ରହିଛି । ୨୦୨୩ରେ ମୁମ୍ବାଇ ଅନୁଷ୍ଠିତ ଏକ ମ୍ୟାଚ୍ରେ ଦଳ ୩୪୭ରନ୍ରେ ଇଂଲଣ୍ଡକୁ ପରାଜିତ କରିଥିଲା ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟ ୧୦ଟି ଟେଷ୍ଟ ଖେଳାଯାଇଛି । ଏଥିରେ ଭାରତ ୩ଟି ମ୍ୟାଚ୍ ଜିତିଥିବାବେଳେ ୭ଟି ଡ୍ର’ କରିଛି ।  ଟେଷ୍ଟ ଦଳର ଅଧିନାୟିକା ଭାବେ ହର୍ମନପ୍ରୀତଙ୍କ ଏହା ଚତୁର୍ଥ ବିଜୟ ରହିଥିଲା । ସେ ଭାରତର ସବୁ ସଫଳ ଟେଷ୍ଟ ଅଧିନାୟକ । ପୂର୍ବରୁ ମିଥାଲି ରାଜଙ୍କ ନେତୃତ୍ୱରେ ଦଳ ୩ଟି ଟେଷ୍ଟ ଜିତିଥିଲା । ମହିଳା ଟେଷ୍ଟ ଅଧିନାୟକ ଭାବେ ଅଷ୍ଟ୍ରେଲିଆର ଲିନ୍ ଲାର୍ସେନଙ୍କ ନାମରେ ସର୍ବାଧିକ ବିଜୟ ରେକର୍ଡ ରହିଛି । ତାଙ୍କ ଅଧିନରେ ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍ ଜିତିଥିଲା ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।