Vigilance raid : ଆୟ ଠୁ ଅଧିକ ଠୁଳ କରି ହରଡ଼ଘଣାରେ ଭିମସାରର ୨ ଅଧିକାରୀ, ଚଢାଉ କଲା ଭିଜିଲାନ୍ସ
ଭୁବନେଶ୍ଵର, ୩୦/୦୬ : ଭିଜିଲାନ୍ସ ଜାଲରେ ବୁର୍ଲା ଭିମସାରର ୨ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ବୁର୍ଲା ଭିମସାରର ସୁପରିଟେଣ୍ଡେଣ୍ଟ ଅଶ୍ୱିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଧର ବିଶ୍ୱାଳଙ୍କ ଘରେ ରେଡ୍ ହୋଇଛି। ଅଶ୍ୱିନୀ ମେହେରଙ୍କ ୫ଟି ଓ ଧନୁର୍ଧର ବିଶ୍ୱାଳଙ୍କ ୪ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।
ଧନୁର୍ଧର ବିଶ୍ୱାଳଙ୍କ ୪ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ଵଲପୁର ସ୍ଥିତ ଦୁଇ ମହଲା ଘର, ଗୁଡେସିଙ୍ଗା ସ୍ଥିତ ଘର, ଭିମସାର ସ୍ଥିତ ସରକାରୀ ବାସଭବନ ଓ ଅଫିସ୍ ଚାମ୍ଵରରେ ରେଡ୍ ଚାଲିଛି। ସେହିପରି ଅଶ୍ୱିନୀ ମେହେରଙ୍କ ୫ଟି ସ୍ଥାନରେ ରେଡ୍ ହୋଇଛି। ଏହି ଚଢ଼ାଉରେ ୫ ଜଣ DSP, ୫ ଜଣ ଇନ୍ସପେକ୍ଟର, ୩ ASI ସାମିଲ ଅଛନ୍ତି। ଭିମସାର ସ୍ଥିତ ସରକାରୀ ବାସଭବନ, ଅଫିସ୍ ଚାମ୍ଵର, ବୁର୍ଲା ସ୍ଥିତ ୪ ମହଲା ଘର, ପଥରବନ୍ଧରେ ଥିବା ଘର, ବରଗଡ଼ ସ୍ଥିତ ଘରେ ରେଡ୍ ଚାଲିଛି।
ଆହୁରି ପଢନ୍ତୁ- ଅଣସର ଘରେ ଠାକୁର, ନିସ୍ତବ୍ଧ ଶ୍ରୀମନ୍ଦିର: ସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ଉପଚାର, ବିଳମ୍ବିତ ରାତିରେ ବିଜେ କଲେ ପଟିଦିଅଁ
୨୫୦ ବର୍ଷର ନନ୍ଦୀ ବରଗଛ ଖୋଜୁଛି ଅସ୍ତିତ୍ୱ