02 JULY 2026

Welcome!

Unlock your personalized experience.
Sign Up

Toilet Restaurant : ଚର୍ଚ୍ଚାରେ ଟଏଲେଟ୍ ରେଷ୍ଟୁରାଣ୍ଟ, ଟଏଲେଟ୍ ସିଟ୍‌ରେ ବସି କମୋଡରେ ଖାଉଛନ୍ତି ଲୋକେ

Jul 02, 2026 - 10:01
Toilet Restaurant : ଚର୍ଚ୍ଚାରେ ଟଏଲେଟ୍ ରେଷ୍ଟୁରାଣ୍ଟ, ଟଏଲେଟ୍ ସିଟ୍‌ରେ ବସି କମୋଡରେ ଖାଉଛନ୍ତି ଲୋକେ

ନୂଆଦିଲ୍ଲୀ, ୨/୭ : ଅଜବ ରେଷ୍ଟୁରାଣ୍ଟର ଗଜବ ଥିମ୍। ଏଠି କମୋଡରେ ପରଷାଯାଏ ଖାଦ୍ୟ। ଟଏଲେଟ୍ ସିଟ୍‌ ରେ ବସି ୟୁରିନାଲ୍ ଓ ବାଥଟବ୍ ଆକାରର ବାସନରେ ଖାଦ୍ୟ ଖାଆନ୍ତି ଲୋକେ। ଏଠାକୁ ଯିଏ ଯାଆନ୍ତି, ସେ ଖାଦ୍ୟ ଖାଇବା କଥା କମ୍ ଭାବନ୍ତି। ହେଲେ ବାଥରୁମ୍ ଯିବା କଥା ଅଧିକ ଭାବନ୍ତି। ଖାଲି ସେତିକି ନୁହେଁ, ଏହି ରେଷ୍ଟୁରାଣ୍ଟର ମେନ୍ୟୁର ନାମ ଶୁଣିଲେ ଆପଣ ବି ହସି ହସି ବେଦମ୍ ହୋଇଯିବେ। ଏଭଳି ଅଜବଗଜବ ଥିମ୍ ପାଇଁ, ଏବେ ଚର୍ଚ୍ଚାରେ ତାଇୱାନର ମଡର୍ଣ୍ଣ ଟଏଲେଟ୍ ରେଷ୍ଟୁରାଣ୍ଟ। ଫଟୋ ଓ ଭିଡିଓ ପାଇଁ ଏହି ରେଷ୍ଟ୍ରୁରାଣ୍ଟରେ ଲାଗୁଛି ଗ୍ରାହକଙ୍କ ଗହଳି।  

୨୦୦୪ରେ ଏହି ଅଜବ ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରତିଷ୍ଠାତା ଥରେ ଏକ ଜାପାନୀ କମିକ୍ ପଢିଲା ବେଳେ ତାଙ୍କ ମୁଣ୍ଡକୁ ଟଏଲେଟ୍ ଥିମ୍ ର ରେଷ୍ଟ୍ରୁରାଣ୍ଟ କରିବାକୁ ଆଇଡିଆ ଆସିଥିଲା। ପ୍ରଥମେ ଏକ ଛୋଟ ଦୋକାନରୁ ସେ ବ୍ୟବସାୟ ଆରମ୍ଭ କରିଥିଲେ। ସେଠାରେ ଆଇସକ୍ରିମ୍ ଏବଂ କିଛି ସ୍ନାକ୍ସକୁ ଟଏଲେଟ୍ ଆକୃତିର ବାସନରେ ପରଷୁଥିଲେ। ଗ୍ରହକଙ୍କୁ ଏହି ଥିମ୍ ପସନ୍ଦ ଆସିବାରୁ ସେ ବଡ଼ ରେଷ୍ଟ୍ରୁରାଣ୍ଟ ଖୋଲିଲେ। ଗ୍ରାହକମାନେ ମଧ୍ୟ ଏହି ଟଏଲେଟ୍ ରେଷ୍ଟୁରାଣ୍ଟକୁ ପସନ୍ଦ କଲେ। 

ଏହି ରେଷ୍ଟୁରାଣ୍ଟର ପୁରା ଇଣ୍ଟେରିଅର ଟଏଲେଟ୍ ଥିମ୍‌ ରେ ନିର୍ମିତ ହୋଇଛି। କାନ୍ଥରେ ଟଏଲେଟ୍ ଭଳି ଟାଇଲ୍ସ ଲାଗିଛି। ପାଇପ୍ ଏବଂ ସାଜସଜ୍ଜା ଜିନିଷ ଲଗାଯାଇଛି। ଏହା ଭିତରେ ପାଦ ରଖିବା କ୍ଷଣି ଏକ ମର୍ଡର୍ଣ୍ଣ ୱାଶରୁମ୍‌ର ଭାଇଭ୍ ଦେବ। ସବୁଠୁ ବଡ଼ କଥା ହେଲା, ଏହି ରେଷ୍ଟୁରାଣ୍ଟ ଦେଖିବାକୁ ଟଏଲେଟ୍ ଥିମ୍‌ ର ହୋଇଥିଲେ ବି, ଏଠାରେ ଖାଦ୍ୟପେୟ ଓ ପରିଷ୍କାର ପରିଚ୍ଛନ୍ନତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଏ। 

ତେବେ ରେଷ୍ଟୁରାଣ୍ଟ ମାଲିକଙ୍କ କହିବା କଥା ଏଠାକୁ ଅଧିକାଂଶ ଯୁବପୀଢି ଆସୁଛନ୍ତି। ରେଷ୍ଟୁରାଣ୍ଟ ସେମାନଙ୍କୁ ଏକ ନିଆରା ଏବଂ ଭିନ୍ନ ଅନୁଭବ ଦେଉଛି। ସେମାନେ ସାଙ୍ଗମାନଙ୍କ ସହ ଏଠାକୁ ଆସି ମଜା ଉଠାଉଛନ୍ତି ଏବଂ ଫଟୋ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ତେବେ ସମସ୍ତଙ୍କ ପାଇଁ ଏହା ସମାନ ଅନୁଭବ ଦିଏନି। କାରଣ ଖାଦ୍ୟ ଯେତି ସ୍ଵାଦିଷ୍ଟ ହେଲେବି କମୋଡ ଆକାରର ବାସନ ଦେଖି ଆନେକଙ୍କୁ ଖାଇବାକୁ ଘୃଣା ଲାଗେ।

ଆହୁରି ପଢନ୍ତୁ- କୁଏତ, କତାର ,ବାହାରିନ ଭଳି ଦେଶରେ କାହିଁକି ଚାଲେ ନାହିଁ ଟ୍ରେନ୍ …ଏହା ହିଁ କାରଣ