06 AUGUST 2026

Welcome!

Unlock your personalized experience.
Sign Up

Text Book Error: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି; ଝୁଲଣା-୧ରେ ‘ଅ' ବଦଳରେ ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା

Aug 05, 2026 - 14:03
Text Book Error: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି; ଝୁଲଣା-୧ରେ ‘ଅ' ବଦଳରେ ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା

ଭୁବନେଶ୍ବର, ୦୫/୦୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ' ବଦଳରେ ‘ଚ’ରୁ ଆରମ୍ଭ ହୋଇଛି  ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ'ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର 'ଚ' ରହିଛି । ଏହାପରେ ଟ, ମ, ଗ ଏବଂ ର ରହିଛି। ଏହାପରେ ଯାଇ ଆସୁଛି ‘ଅ' ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’ ।

ସବୁଠୁ ବଡ଼କଥା ହେଉଛି ଦେଶଭକ୍ତି ସଙ୍ଗୀତରେ ବି ଭୁଲ୍ । ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆମ ଜାତୀୟ ସଙ୍ଗୀତ’ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି’କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳ ବନାନ ମଧ୍ୟ ଭୁଲ୍ ରହିଛି । ଯାହାକୁ ନେଇ ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

​​​​​​​

ପ୍ରଥମ ଶ୍ରେଣୀ ବହି ତ୍ରୁଟି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର ଚାହୁଁଛନ୍ତି ଭବିଷ୍ୟତ ପିଢ଼ି ମୁର୍ଖ ହୁଅନ୍ତୁ। କେତେ ଭୁଲ କଥା କହି ସେମାନଙ୍କୁ ଭୁଲେଇ ହେବ ସେ କଥା ସରକାର କରୁଛନ୍ତି। କିନ୍ତୁ ସରକାର ସଜାଗ ହେଉନାହାନ୍ତି। ନହେଲେ ବାରମ୍ବାର ଏମିତି ଭୁଲ କରନ୍ତେ ନାହିଁ। ତେବେ ପ୍ରମିଳା ମଲ୍ଲିକଙ୍କ ଅଭିଯୋଗର ଜବାବ ରଖିଛି ବିଜେପି। ସରକାର ମାନିଛନ୍ତି ବହିରେ ତ୍ରୁଟି ହୋଇଛି ବୋଲି। ସେଥିପାଇଁ ପଦକ୍ଷେପ ନେଇଛନ୍ତି ଗୋଟିଏ ରିଫର୍ମ ଆଣିଲେ ଏମିତି ସବୁ ତ୍ରୁଟି ସାମ୍ନାକୁ ଆସେ। କିନ୍ତୁ ବିଗତ ସରକାର ଚାହୁଁନଥିଲେ ରିଫର୍ମ ଆସୁ ବୋଲି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ।...

ଅଧିକ ପଢ଼ନ୍ତୁ-Ration Card E-kyc: ଦୁଇ ବର୍ଷ ପୂରିଲା, କେବେ ସରିବ ଇ-କେୱାଇସି ଝାମେଲା ? ୫୦ ଲକ୍ଷ ଭୂତ ରାସନ କାର୍ଡରୁ କଟିଛି ମାତ୍ର ୧୦ ଲକ୍ଷ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।