15 JUNE 2026

Welcome!

Unlock your personalized experience.
Sign Up

Rath Yatra security : ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ, ୨୪ ଘଣ୍ଟାରେ ୨୩ ଅଭିଯୁକ୍ତ ଗିରଫ

Jun 15, 2026 - 17:18
Rath Yatra security : ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ, ୨୪ ଘଣ୍ଟାରେ ୨୩ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର, ୧୫/୦୬ : ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀ ସହରକୁ କ୍ରାଇମ୍ ଫ୍ରି ପାଇଁ ବଡ଼ ପଦକ୍ଷେପ। ସିଟି ସବଡିଭିଜନର ବିଭିନ୍ନ ଥାନାରେ ୮ ଟି ମାମଲା ରୁଜୁ ହୋଇଛି। ୨୪ ଘଣ୍ଟାରେ ୨୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି। ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ, ମଦ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ‘କ୍ଲିନ୍ ସିଟି ଡ୍ରାଇଭ୍’କୁ ଜୋରଦାର କରିଛି। ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି। ସେପଟେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ଦଲାଲ ଲୁଟିବା ଘଟଣାରେ ସିଂହଦ୍ଵାରା ଥାନା ପୁଲିସ ପକ୍ଷରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଚଢ଼ାଉ ସମୟରେ ପୁଲିସ ବିପୁଳ ପରିମାଣର ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ କରିଛି। ପୁଲିସ ୩ଟି ଖଣ୍ଡା, ୪ଟି ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ ସହ ୭୫୦ ଲିଟରରୁ ଅଧିକ ମଦ ଜବତ କରିଛି।

ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୩୦୭ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କୋରେକ୍ସ କାରବାର ପାଇଁ ୧୯ଟି କେସରେ ୨୯ ଜଣଙ୍କୁ ଗିରଫ କରାଯାଇ ୧୬୦୦ରୁ ଅଧିକ ବୋତଲ ଜବତ ହୋଇଛି। ସେହିପରି ବ୍ରାଉନ ସୁଗାର ମାମଲାରେ ୪୭ଟି କେସରେ ୨୮ ଜଣ, ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ରେ ୬୨୩ଟି ଏବଂ ମଦ କାରବାର ପାଇଁ ୩୫୦ଟି ମାମଲା ରୁଜୁ ହୋଇଛି।

ଆହୁରି ପଢନ୍ତୁ-  ଶ୍ରୀମନ୍ଦିରରେ ଭକ୍ତଙ୍କୁ ଏବେ ଶନିଦଶା: ଜଗା ଦର୍ଶନ ଓ ମହାପ୍ରସାଦ ପାଇଁ ଯନ୍ତ୍ରଣା ଅସହ୍ୟ, ମୁଣ୍ଡ ପିଛା ୫ଶହ, ନଚେତ୍‌ ଦୂର୍‌ଦୂର୍‌ ମାର୍‌ମାର

ରଥ ଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି,ଅପରାଧ ମୁକ୍ତ ହେବ ପୁରୀ ସହର ..


 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।