15 JULY 2026

Welcome!

Unlock your personalized experience.
Sign Up

Rath Traffic Management: ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ ଆଇସିଆର, ଏନ୍‌ଏଚ୍‌ରେ ଗାଡ଼ି ଗଣିବ କ୍ୟାମେରା

Jul 15, 2026 - 15:51
Rath Traffic Management: ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ ଆଇସିଆର, ଏନ୍‌ଏଚ୍‌ରେ ଗାଡ଼ି ଗଣିବ କ୍ୟାମେରା

ପୁରୀ ୧୫/୦୭:  ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ  ସମାଗମ ହେବ । ହଜାର ହଜାର ସଂଖ୍ୟାର  ଗାଡ଼ି ପୁରୀ ଆସିବ । ରଥଯାତ୍ରା ପାଇଁ ସ୍ୱତନ୍ତ୍ର  ଟ୍ରାଫିକ୍‌ ମୋବିଲିଟି ପ୍ଲାନ୍‌ ପ୍ରସ୍ତୁତ ହୋଇଛି ।  ଟ୍ରାଫିକ ପରିଚାଳନା ସହ ଭିଡ଼ ନିୟନ୍ତ୍ରଣକୁ  ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚଳିତବର୍ଷ ଭିଡ଼କୁ  ଇଣ୍ଟିଗ୍ରେଟେଡ କଣ୍ଟୋଲ୍‌ ରୁମ୍‌ (ଆଇସିଆର୍‌)  ଜରିଆରେ ପରିଚାଳନା କରାଯିବ ।

ହ୍ୱାଟ୍‌ସଆପ୍‌ ଚାଟ୍‌ବଟ୍‌ରେ ଟ୍ରାଫିକ ସୂଚନା 

ରଥଯାତ୍ରା ଭିଡ଼ରେ ଟ୍ରାଫିକ ପରିଚାଳନା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର  ସହୟତା ନିଆଯାଇଛି । ଏଥିସହ ଏକ ହ୍ୱାଟ୍‌ସ ଆପ୍‌ ଚାଟ୍‌ବଟ୍‌ ଖୋଲାଯାଇଛି ।  ଏଥିରେ ଏକ କ୍ୟୁଆର୍‌ ସ୍କାନର ରହିଛି । ଏହି ସ୍କାନରକୁ ବିଭିନ୍ନ ସ୍ଥାନରେ  ଲଗାଯିବ । ଏହି ସ୍କାନରକୁ ଶ୍ରଦ୍ଧାଳୁମାନେ ମୋବାଇଲରେ ସ୍କାନ୍‌ କରିବା ଦ୍ୱାରା  କେଉଁ ପାଶ୍ୱର୍ରେ ସୁବିଧାରେ ଯାଇ ସିଧାସଳଖ ପାର୍କିଂରେ ପହଞ୍ଚିବେ ସେ  ସମ୍ପର୍କରେ ଅବଗତ ହୋଇପାରିବେ । କୌଣସି ଅସୁବିଧାର ସମ୍ମୁଖୀନ ହେବେ  ନାହିଁ ବୋଲି ପୁଲିସ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ସେହିଭଳି ସହରରେ  ଲାଗିଥିବା ବିଭିନ୍ନ ଏଲ୍‌ଇଡିରେ ମଧ୍ୟ ଟ୍ରାଫିକ କଟକଣା ସୂଚନା ଉପଲବ୍ଧ ହେବ ।

ଏନ୍‌ଏଚ୍‌ରେ ଗାଡ଼ି ଗଣିବ କ୍ୟାମେରା

ରଥଯାତ୍ରା ଦିନ ପୁରୀର ୩ ପ୍ରବେଶ ପଥରେ ପଇଁତରା ମାରିବ ଡ୍ରୋନ୍‌ କ୍ୟାମେରା ।  ପୁରୀ ସହରକୁ କେତେ ସଂଖ୍ୟାରେ ଯାନବାହନ ଆସୁଛି ତାହାକୁ ଗଣତି କରିବ ।  ଏପରିକି ବସ୍‌, କାର୍‌, ଅଟୋ ଓ ବାଇକ୍‌ ସଂଖ୍ୟା ଇଣ୍ଟିଗ୍ରେଟେଡ କଣ୍ଟୋଲ୍‌ ରୁମ୍‌ରୁ  ଚିତ୍ର ସ୍ପଷ୍ଟ ହୋଇପାରିବ । ସେହିଭଳି ଜାତୀୟ ରାଜପଥରେ ଟ୍ରାଫିକ ଭିଡ଼ ।

ଅଧିକ ପଢ଼ନ୍ତୁ :-  Liquor Shops Closed: ରଥଯାତ୍ରା ଲାଗି ନିଶା କାରବାରରେ କଟକଣା, ପୁରୀ ସହରରେ ୪ ଦିନ ମଦ, ଭାଙ୍ଗ ଦୋକାନ ବନ୍ଦ

ମାଗଣାରେ ୩ ସ୍ଥାନରୁ ସଟଲ୍‌ ସେବା
 

ତାଳବଣିଆ, ସମଙ୍ଗ ଓ ଷ୍ଟର୍ଲିଂ ଛକ ପାର୍କିଂରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ନିକଟସ୍ଥ ଅଞ୍ଚଳରେ  ପହଞ୍ଚାଇବା ଲାଗି ମାଗଣା ବ୍ୟବସ୍ଥା ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।