13 JUNE 2026

Welcome!

Unlock your personalized experience.
Sign Up

Raja Raghuvanshi Murder Case: ମେଘାଳୟ ନୁହେଁ ଏହି ଦେଶକୁ ଚାଲିଗଲେ ସୋନମ, ରାଜାଙ୍କ ଭାଇ ଆଣିଲେ ଅଭିଯୋଗ

Jun 11, 2026 - 20:35
Raja Raghuvanshi Murder Case: ମେଘାଳୟ ନୁହେଁ ଏହି ଦେଶକୁ ଚାଲିଗଲେ ସୋନମ, ରାଜାଙ୍କ ଭାଇ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାରା ଦେଶରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ତେବେ ଏହି ମାମଲାରେ ଏକ ନୂଆ ଅଭିଯୋଗ ଆସିଛି । ରାଜାଙ୍କ ଭାଇ ବିପିନ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ କହିଛନ୍ତି କି, ସୋନମ ଭାରତ ଛାଡ଼ି ଚାଳିଯାଇଛନ୍ତି । ସେ ଏବେ ମେଘାଳୟ ନୁହେଁ ନେପାଳରେ ଅଛନ୍ତି । ଜାମିନ୍ ପାଇବା ପରେ ସୋନମ ଥରେ ମଧ୍ୟ କୋର୍ଟରେ ହାଜର ହୋଇନାହାନ୍ତି । ସେ କେବଳ ଓକିଲଙ୍କ ସାହାଯ୍ୟରେ ତାରିଖ ଗଡ଼ାଉଛନ୍ତି ।

ଏକ ଗଣାମଧ୍ୟମ ସହ କଥା ହେବା ସମୟରେ ବିପିନ ଏଭଳି ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ସୋନମ ନେପାଳକୁ ସ୍ଥାନାନ୍ତର କରିଛନ୍ତି । ବିଚାରକୁ ପ୍ରଭାବିତ ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ସେ ଏଭଳି କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ବିପିନ । ଏହାସହ ସେ ଟ୍ବିଶାଙ୍କ ହତ୍ୟା ମାମଲାର ଉଦାହରଣ ଦେଇ କହିଥିଲେ କି, ମୋ ଭାଇଙ୍କ ହତ୍ୟା ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥାନ୍ତା ।

ସେ ଏହି କହିଛନ୍ତି କି, ମୋ ଭାଇଙ୍କ ହତ୍ୟା ଘଟଣାରେ ଅନେକ ଗୁଡ଼ିଏ ଦିଗ ରହିଛି । ଯାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଆବଶ୍ୟକ । ସୋନମ ଜାମିନକୁ ପ୍ରତ୍ୟାହାର କରିବା ପାଇଁ ମେଘାଳୟ ହାଇକୋର୍ଟରେ ଦାବି କରିଛନ୍ତି । ଏହି ଆବେଦନର ଶୁଣାଣି ସରିଛି, କେବଳ କୋର୍ଟଙ୍କ ନିର୍ଦେ୍ଦଶକୁ ଅପେକ୍ଷା ରହିଛି । ଆଶା କରାଯାଉଛି କୋର୍ଟ ଶୀଘ୍ର ରାୟ ଶୁଣାଇବେ ।

କହି ରଖୁଛୁ କି, ଏପ୍ରିଲ୍ ୨୭ରେ ଜିଲ୍ଲା କୋର୍ଟ ସୋନମ ରଘୁବଂଶୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ, ଯାହା ଦ୍ୱାରା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଅଭିଯୁକ୍ତ ଜଣେ ମହିଳାଙ୍କୁ କିପରି ଜାମିନ ଦିଆଯାଇଥିଲା ତାହା ଉପରେ ବିବାଦ ସୃଷ୍ଟି ହୋଇଥିଲା। ସୋନମଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ପୋଲିସ ଗିରଫଦାରୀର କାରଣ ଏବଂ ତାଙ୍କ ବିରୁଦ୍ଧରେ ଅଭିଯୋଗ ସ୍ପଷ୍ଟ ଭାବରେ କହିନାହିଁ, ଯାହା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। କୋର୍ଟ ଏହି ଆଇନଗତ ତ୍ରୁଟିକୁ ସ୍ୱୀକାର କରି ସୋନମଙ୍କୁ ଜାମିନ ପ୍ରଦାନ କରିଥିଲେ।

ଏହାସହ ପଢ଼ନ୍ତୁ : Smriti Mandhana: ମହିଳା ଟି-୨୦ ବିଶ୍ବକପ ପୂର୍ବରୁ ସ୍ମୃତି ଫେଲ୍, ବଢ଼ିଲାଣି ଟିମ୍ ଇଣ୍ଡିଆର ଚିନ୍ତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।