30 JULY 2026

Welcome!

Unlock your personalized experience.
Sign Up

Rafale Deal: ଭାରତକୁ ରାଫେଲର ‘ସୋର୍ସ କୋଡ୍’ ଦେବାକୁ ଏବେ ବି ଫ୍ରାନ୍ସ ପ୍ରସ୍ତୁତ ନୁହେଁ, ଚାଲିଛି ଆଲୋଚନା

Jul 28, 2026 - 19:42
Rafale Deal: ଭାରତକୁ ରାଫେଲର ‘ସୋର୍ସ କୋଡ୍’ ଦେବାକୁ ଏବେ ବି ଫ୍ରାନ୍ସ ପ୍ରସ୍ତୁତ ନୁହେଁ, ଚାଲିଛି ଆଲୋଚନା

ନୂଆଦିଲ୍ଲୀ,୨୮।୭: ଫ୍ରାନ୍ସ ଓ ଭାରତ ଭିତରେ ବଢୁଥିବା ବନ୍ଧୁତର ଏକ ବଡ଼ କାରଣ ହେଉଛି ରାଫେଲ ଫାଇଟର ଜେଟ୍। ୪.୫ ଜେନେରେସନର ଏହି ବିମାନ ଭାରତୀୟ ବାୟୁସେନାର ଯୁଦ୍ଧର ଏକ ବଡ ଅଂଶ। ଏହି ରାଫେଲର ଦମ୍ ଭାରତ ମଇ ୨୦୨୫ ରେ ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ଆଡ୍ହାକୁ ଧ୍ବଂସ କରିଦେଇଥିଲା। ତେବେ ସବୁଠାରୁ ବଡ଼ କଥା ହେଲା ଭାରତୀୟ ବାୟୁସେନାରେ ବହୁ ସଂଖ୍ୟାରେ ସାମିଲ ହେବାପରେ ବି ଫ୍ରାନ୍ସ ଭାରତ ଉପରେ ସମ୍ପୂର୍ଣ୍ଣ ଭରସା କରିପାରିନି। ସେ ରାଫେଲର ସୋର୍ସ କୋଡ୍ ଓ ରାଡାର ଆଇପିଆର ସମ୍ପର୍କିତ ଟେକ୍ନୋଲୋଜିର ସୂଚନାର ଦେବାଠାରୁ ଦୂରେଇ ରହୁଛି। ତେବେ ୧୧୪ ଡାସଲ୍ଟ ରାଫେଲ ମଲ୍ଟି ରୋଲ୍ ଫାଇଟର ଜେଟ୍ କୋଟି କୋଟି ଡଲାର ମୂଲ୍ୟରେ କିଣିବାକୁ ନେଇ ଆଲୋଚନା ଆଗକୁ ବଢିସାରିଛି।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଚାହୁଁଛି ଇଣ୍ଟରଫେସ୍ ଡାଟା

ସୋର୍ସ କୋଡ୍ ଓ ରାଡାର ଆଇପିଆର ସମ୍ପର୍କିତ ବାଧା ପରେ ବି ଭାରତ-ଫ୍ରାନ୍ସ ରାଫେଲ ଆଲୋଚନା ଆଗକୁ ବଢୁଛି। କାରଣ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବଦେଶୀ ହତିଆରକୁ ଜୋଡିବା ପାଇଁ ଇଣ୍ଟରଫେସ୍ ଡାଟାର ଦାବି କରୁଛନ୍ତି। କୁହାଯାଉଛି ଯେ, ରାଡାରର ଇଣ୍ଟେଲେକଚୁଆଲ୍ ପ୍ରପଟି ରାଇଟସ୍ (ଆଇପିଆର) ଓ ଏୟାରକ୍ରାଫ୍ଟର କୋର ସଫ୍ଟଓ୍ବେର ପର୍ଯ୍ୟନ୍ତ ପହଁଞ୍ଚିବାକୁ ନେଇ ଚାଲିଥିବା ବିବାଦର କାରଣରୁ ବୁଝାମଣାରେ ବିଳମ୍ବ ହୋଇପାରେ। ଏହି ବିଳମ୍ବ ଏଭଳି ସମୟରେ ହେଉଛି ଯେତେବେଳେ ଭାରତୀୟ ବାୟୁସେନାକୁ ନିଜର କମ୍ ହେଉଥିବା ଫାଇଟର ସ୍କ୍ବାର୍ଡନର ସଂଖ୍ୟାକୁ ବଢାଇବା ଅତି ଜରୁରୀ। ଭାରତ ୧୧୪ ରାଫେଲ ଫାଇଟର ଜେଟ୍ କିଣିବା ପାଇଁ ଦୁି ଦେଶର ସରକାରଙ୍କ ଭିତରେ ପ୍ରସ୍ତାବିତ ଡିଲ୍ ଅନୁସାରେ, ଲେଟର ଅଫ୍ ରିକ୍ବେଷ୍ଟ ଉପରେ ଫ୍ରାନ୍ସର ଜବାବ୍ ଅଗଷ୍ଟ ମଝି ସୁଦ୍ଧା ମିଳିଯିବ। ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଫ୍ରାନ୍ସର ଅଧିକାରୀ ଏଲ୍ଓଆର ଉପରେ ନିଜର ଜବାବ ଦେବା ପାଇଁ ଅଗଷ୍ଟ ମଧ୍ୟ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ଭାରତ ଏହି ଏଲଓଆର ଚଳିତ ବର୍ଷ ମଇରେ ପଠାଇଥିଲା। ଫ୍ରାନ୍ସ ନିଜର ଜବାବ୍ ଦେବାପରେ ଦୁଇ ପକ୍ଷ ଦାମ୍ ଓ ଅନ୍ୟ ଜିନିଷ ଉପରେ କଥା ହେବେ।

ରହିଛି ଦୁଇଟି ବଡ଼ ବାଧା

ପ୍ରଥମତଃ, ଡାସଲ୍ଟ ଆଭିଏସନ୍ କହିଛି ଯେ ରାଫେଲର ଅତ୍ୟାଧୁନିକ RBE2 ସକ୍ରିୟ ଇଲେକ୍ଟ୍ରୋନିକ୍ ସ୍କାନଡ୍ ଏରେ (AESA) ରାଡାର ପାଇଁ IPR (ବୌଦ୍ଧିକ ସମ୍ପତ୍ତି ଅଧିକାର) ସମ୍ପୂର୍ଣ୍ଣ ଭାବରେ ଏହାର ଫରାସୀ ପାର୍ଟନର ‘ଥେଲ୍ସ’ଙ୍କ ପାଖରେ ଅଛି, ଯାହା ଫଳରେ ଭାରତ ପାଇଁ ଏହାକୁ ପରିବର୍ତ୍ତନ କିମ୍ବା ବଦଳାଇବା କଷ୍ଟକର ହୋଇପଡୁଛି। ଦ୍ୱିତୀୟ ପ୍ରତିବନ୍ଧକ ହେଉଛି ରାଫେଲ ଯୁଦ୍ଧ ବିମାନର ସୋର୍ସ କୋଡ୍, ଯାହାକୁ ଫ୍ରାନ୍ସ ସେୟାର କରୁନାହିଁ।

ରାଫେଲର ସୋର୍ସ କୋଡ୍ ‘ଡିଜିଟାଲ ବ୍ରେନ୍’

ରାଫେଲ ଯୁଦ୍ଧ ବିମାନର ଅତ୍ୟନ୍ତ ଗୋପନୀୟ ସୋର୍ସ କୋଡ୍ ‘ଡିଜିଟାଲ୍ ବ୍ରେନ୍’ ଭାବରେ କାର୍ଯ୍ୟ କରେ ଯାହା ଏହାର ମିଶନ୍ କମ୍ପ୍ୟୁଟର, ସେନ୍ସର ଫ୍ୟୁଜନ୍ ଏବଂ SPECTRA ଇଲେକ୍ଟ୍ରୋନିକ୍ ଓ୍ବାର ଫେୟାର ସୁଇଟ୍ କନଟ୍ରୋଲ କରେ। ଏହା ଫ୍ରାନ୍ସ ଏକ୍ସପର୍ଟଙ୍କ କଟକଣା କାରଣରୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଓ ସିଲ୍ ରହିଛି। ପ୍ୟାରିସ୍ ଏହି କୋଡ୍ଗୁଡ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ସମ୍ପତ୍ତି ବୋଲି ବିବେଚନା କରେ, ଯାହା ଏହାର ଦଶନ୍ଧି ଧରି ରହିଥିବା ଖାସ୍ ଟେକ୍ନୋଲୋଜିର ସୁରକ୍ଷା କରିଥାଏ।

Tejas fighter jet : ଶତ୍ରୁ ଦେଶ ଆଗରେ ଦୃଢ଼ ଭାବେ ଠିଆ ହୋଇଛି ଭାରତୀୟ ତେଜସ୍ , ୬ ମାସ ପରେ ମଧ୍ୟ ତ୍ରୁଟି ପ୍ରମାଣ କରି ପାରି ନାହିଁ ପାକିସ୍ତାନଆହୁରି ପଢନ୍ତୁ : 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।