PoK Protest : ପାକିସ୍ତାନର ହୀନ ଚକ୍ରାନ୍ତ, ପିଓକେ ଆନ୍ଦୋଳନ ଭିତରେ ଆତଙ୍କବାଦୀଙ୍କ ଏଣ୍ଟ୍ରି କରିବାର କରୁଛି ଷଡଯନ୍ତ୍ର
ନୂଆଦିଲ୍ଲୀ,୧୫।୭: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅଧିକାର, ଦରଦାମ୍ ବୃଦ୍ଧି ପ୍ରଶାସନିକ ଜବାବଦେହୀକୁ ନେଇ ଚାଲିଥିବା ‘ଜଏଣ୍ଟ ଆବାମୀ ଆକ୍ସନ କମିଟି’ ର ନାଗରିକ ଆନ୍ଦୋଳନ ଏବେ ଖୁବ୍ ବିପଦଜନକ ମୋଡରେ ପହଁଞ୍ଚିଛି। ଏକ ବିଶେଷ ଗୁଇନ୍ଦା ରିପୋର୍ଟ ଅନୁସାରେ, ପାକିସ୍ତାନ ସେନା ଓ ଏହାର ଗୁଇନ୍ଦା ଏଜେନ୍ସି (ଆଇଏସ୍ଆଇ) ଏହି ଶାନ୍ତିପୂର୍ଣ୍ଣ ଜନ-ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ଓ ବଦନାମ କରିବା ପାଇଁ ଏକ ବିପଦଜନକ ଷଡଯନ୍ତ୍ର କରିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ମୁଜଫରବାଦ ମାର୍ଚ୍ଚର ଠିକ୍ ପୂର୍ବରୁ ପାକିସ୍ତାନ ସେନା ଲସ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦ ଭଳି ଦୁର୍ଦ୍ଦାନ୍ତ ଆତଙ୍କ ସଂଗଠନର ଗୋଷ୍ଠୀଙ୍କୁ ଏହି ନାଗରିକ ପ୍ରଦର୍ଶନରେ ଅନୁପ୍ରବେଶ କରିବାର ପ୍ରସ୍ତୁତି କରାଯାଉଛି।
୧-ପାକିସ୍ତାନ ସେନାର ଏହି ଭୟଙ୍କର ଷଡଯନ୍ତ୍ରର ୪ ବଡ଼ ରାଜନୈତିକ ଅଂଶ
ପାକିସ୍ତାନ ସାମରିକ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ଏହି ଆତଙ୍କୀ ଗୋଷ୍ଠୀଙ୍କୁ ସାଧାରଣ ନାଗରିକଙ୍କ ବେଶରେ ଭିଡ ଭିତରେ ଅନୁପ୍ରବେଶ କରିବା। ଅନୁପ୍ରବେଶ ପ୍ରଦର୍ଶନ ବେଳେ ଏମାନେ ସୁରକ୍ଷାବଳ ଉପରେ ଆକ୍ରମଣ କରିବେ, ସାର୍ବଜନୀନ ସମ୍ପତ୍ତିକୁ ମଧ୍ୟ ଭଙ୍ଗାରୁଜା କରିବେ। ଯେତେବେଳେ ଆନ୍ଦୋଳନ ହିଂସ୍ର ହୋଇଯିବ, ତେବେ ପାକିସ୍ତାନ ସେନା ଏହାକୁ ଏକ ‘ରାଷ୍ଟ୍ର ବିରୋଧି ଓ ଆତଙ୍କୀ ଷଡଯନ୍ତ୍ର’ ଭାବରେ ଘୋଷଣା କରିବାର ସୁଯୋଗ ମିଳିଯିବ। ଏହାପରେ ସେନା ସାଧାରଣ ନାଗରିକଙ୍କ ବିରୋଧରେ କଡା ମିଲିଟାରୀ କାଉଣ୍ଟର-ଟେରର ଅପରେସନ୍ ଆରମ୍ଭ କରିପାରିବ।
୨- ଆନ୍ଦୋଳନକୁ ‘ଜିହାଦି ନ୍ୟାରେଟିଭ’ର ରୂପ ଦେବା
ଏପର୍ଯ୍ୟନ୍ତ ପିଓକେର ଏହି ଆନ୍ଦୋଳନର ମୁଖ୍ୟ ରୂପରେ ବିଜୁଳି ବିଲ୍ କାଟ୍, ଅଟା ଉପରେ ସବସିଡି, ଦରଦାମ୍ ବୃଦ୍ଧି ଓ ସ୍ଥାନୀୟ ଗର୍ଭନେନ୍ସ ଭଳି ସମ୍ପୂର୍ଣ୍ଣ ଅଣ-ଧାର୍ମିକ ଆର୍ଥିକ ପ୍ରସଙ୍ଗ ଉପରେ କେନ୍ଦ୍ରିତ ରହିଛି।
୩- JAAC ଶୀର୍ଷ ନେତୃତ୍ବଙ୍କୁ ପ୍ରକ୍ସି ଆତଙ୍କୀଙ୍କୁ ଟାର୍ଗେଟ କରିବା
ଗୁଇନ୍ଦା ଇନପୁଟ୍ ଅନୁସାରେ, ପାକିସ୍ତାନୀ ସେନା ସିଧା ସଳଖ ଭାବରେ ପୋଲିସ କିମ୍ବା ରେଞ୍ଜର୍ସର ବ୍ୟବହାର କରିବା ବଦଳରେ ଲସ୍କର ଓ ଜୈଶର ‘ଡିନାଇବଲ୍ ନେଟଓ୍ବର୍କ’ ଅର୍ଥାତ ଏଭଳି ଠିକଣା ଯାହାଠାରୁ ସେନା ନିଜର ଦାୟିତ୍ବକୁ ଏଡାଇପାରେ। ଏହା ଜରିଆରେ ଆନ୍ଦୋଳନର ମୁଖ୍ୟ ଆୟୋଜକ ଓ ସିଭିଲ ସୋସାଇଟିର କର୍ମୀଙ୍କୁ ଡରାଇବା, ଅପହରଣ କରିବା କିମ୍ବା ତାକୁ ଶେଷ କରିବାର ଯୋଜନା ହେଉଛି। ଯଦି କୌଣସି ବଡ ନେତାର ହତ୍ୟା ହୁଏ, ତେବେ ପାକିସ୍ତାନୀ ସେନା ଅନ୍ତର୍ଜାତୀୟ ଚାପରୁ ବଞ୍ଚିବା ପାଇଁ ଏହାକୁ ‘ଆତଙ୍କୀ ଗୋଷ୍ଠୀର ପାରସ୍ପରିକ ଷଡଯନ୍ତ୍ର’ ବା ଆଭ୍ୟନ୍ତରୀଣ ବିବାଦ କହିପାରେ।
୪- ପିଓକେକୁ ସମ୍ପୂର୍ଣ୍ଣ ଭାବରେ ସାମରିକକରଣ କରିବା
କଥିତ ଭାବରେ ଏହି ପୁରା ପ୍ରାୟୋଜିତ ହିଂସାର ଶେଷ ଉଦ୍ଦେଶ୍ୟ ସେନାକୁ ପୁରା ପିଓକେରେ ବଡ ପରିମାଣରେ ଅତିରିକ୍ତ ବଳ ମୁତୟନ କରିବା କିମ୍ବା ଆଇନଗତ ବାହାନା ଦେବା। କାଉଣ୍ଟର-ଟେରର ଅପରେସନ୍ ଓ ଏମର୍ଜେନ୍ସିଂ ସୁରକ୍ଷା ଉପାୟ ଆଢୁଆଳରେ ପୁରା ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ଓ ଫ୍ରଣ୍ଟିୟର କୋରର ଯବାନଙ୍କୁ ମୁତୟନ କରିବା ନାଗରିକ ଥିବା ଅଞ୍ଚଳ ଉପରେ ନିଜର କ୍ଷମତାକୁ ଆହୁରି ମଜବୁତ କରିହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।