PO Recruitment 2026: SBIରେ ଚାକିରି ସୁଯୋଗ,୧୫୦୦ ପିଓ ନିଯୁକ୍ତି ପାଇଁ ଖୁବ୍ଶୀଘ୍ର ଆବେଦନ
ନୂଆଦିଲ୍ଲୀ,୦୬/୦୭: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଚଳିତ ବର୍ଷ ୧୫୦୦ପ୍ରୋବେସନାରୀ ଅଧିକାରୀ (ପିଓ) ନିଯୁକ୍ତି ନେଇ ଯୋଜନା କରିଛି । ଏ ନେଇ ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ । ମୋଟ ୧୫୦୦ ପଦବୀ ମଧ୍ୟରୁ ୧୪୪୬ଟି ନିୟମିତ ଏବଂ ୫୪ଟି ବ୍ୟାକ୍ଲଗ୍ ପଦବୀ ରହିଛି । ଆବେଦନକାରୀ ଯେକୌଣସି ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ । ଆବେଦନର ବୟସ ଅତିକମ୍ରେ ୨୧ ବର୍ଷ ହୋଇଥିବା ଆବଶ୍ୟକ । ଅନ୍ଲାଇନ ଆବେଦନ ଏବଂ ଦେୟ ପଇଠ ପ୍ରକ୍ରିୟା ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ । ପ୍ରିଲିମିନାରୀ ପରୀକ୍ଷା ଲାଗି କଲ୍ ଲେଟର ଜୁଲାଇ ଦ୍ୱିତୀୟ କିମ୍ବା ୩ୟ ସପ୍ତାହରେ ପ୍ରକାଶ ପାଇବ ।
ଏସ୍ବିଆଇ ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ ଆର୍ôଥକ ବର୍ଷରେ ବ୍ୟାଙ୍କ ୪୬୪୦ ଅଫିସର ଏବଂ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଛି । ବ୍ୟାଙ୍କର ବାର୍ଷିକ ଆଟ୍ରିସନ (କର୍ମଚାରୀଙ୍କ ଛାଡିବା) ହାର ୧ ପ୍ରତିଶତରୁ କମ୍ (୦.୯୭%) ରହିଛି । ଏହା ଶିଳ୍ପ କ୍ଷେତ୍ରରେ ସର୍ବନିମ୍ନ । ବ୍ୟାଙ୍କର ମୋଟ୍ କର୍ମଚାରୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୨୮.୫୪% । ଏହାବାଦ ଏସ୍ବିଆଇ ଆଇଟି, ରିସ୍କ ମ୍ୟାନେଜମେଣ୍ଟ, ଆଇନ ଓ ଡାଟା ଆନାଲିଟିକ୍ସ ଭଳି କ୍ଷେତ୍ରରେ ବିଶେଷଜ୍ଞ ଅଫିସର ମଧ୍ୟ ନିଯୁକ୍ତି କରିଥାଏ ।