India A VS SriLanka A: ସୁଦର୍ଶନଙ୍କ ପରେ ଚମକିଲେ ଗୁରନୂର, ୧-୦ରେ ସିରିଜ ଜିତିଲା ଭାରତ ଏ'
ନୂଆଦିଲ୍ଲୀ,୦୬/୦୭; ଘରୋଇ ଶ୍ରୀଲଙ୍କା ଏ’ ବିପକ୍ଷରେ ଭାରତ ଏ’ ୧-୦ରେ ଅନ୍ଅଫିସିଆଲ୍ ଟେଷ୍ଟ ସିରିଜ ବିଜୟୀ ହୋଇଛି । ଦ୍ୱିତୀୟ ମ୍ୟାଚ୍ରେ ଦଳ ୧୦ ୱିକେଟ୍ରେ ଶ୍ରୀଲଙ୍କା ଏ’କୁ ପରାସ୍ତ କରିଥିଲା । ଯୁବ ପେସ୍ ବୋଲର ଗୁରନୂର ବ୍ରାର ୧୦ (୪+୬) ୱିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଓପନର ସାଇ ସୁଦର୍ଶନ ୧୬୮ରନ୍ ମାରାଥନ ଇନିଂସ୍ ଖେଳିଥିଲେ । ପଞ୍ଚମ ଦିବସରେ ରବିବାର ଭାରତ ଏ’ ଅସମାପ୍ତ ପ୍ରଥମ ଇନିଂସ୍ ୮/୫୪୧ ରନ୍ରୁ ବ୍ୟାଟିଂ ଆରମ୍ଭ କରି ୫୪୩ରେ ଅଲଆଉଟ୍ ହୋଇଯାଇଥିଲା । ସାରାଂଶ ଜୈନ ୭୦ରନ୍ କରି ଅପରାଜିତ ରହିଥିଲେ ।
ଶ୍ରୀଲଙ୍କା ଏ’ ପକ୍ଷରୁ କେଶର ନୂୱାନ୍ଥା ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ୧୬୬ ରନ୍ ପଛୁଆ ଥାଇ ଶ୍ରୀଲଙ୍କା ଏ’ ଦ୍ୱିତୀୟ ଇନିଂସ୍ରେ ୨୦୯ରନ୍ରେ ଅଲଆଉଟ୍ ହେବା ସହ ଭାରତ ଏ’ ସାମ୍ନାରେ ୩୩ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଦଳ ପକ୍ଷରୁ ଆସେନ ବନ୍ଦାରା ୮୭ (୧୧ଚୌକା, ୨ଛକା), ନୂୱାନ୍ଥା ୨୬, ଦିଲୁମ ସୁଦିରା ୨୧ ରନ୍ କରିଥିଲେ । ଭାରତ ଏ’ ପକ୍ଷରୁ ଗୁରନୂର ୬ଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଦୁଇ ଓପନର ସାଇ ସୁଦର୍ଶନ ଓ ଅମନ ମୋଖାଡ଼େ ୬.୨ ଓଭର ମଧ୍ୟରେ ଭାରତ ଏ’କୁ ବିଜୟୀ କରାଇଥିଲେ । ସୁଦର୍ଶନ ୨୫ ଓ ମୋଖାଡ଼େ ୧୧ରନ୍ କରି ଅପରାଜିତ ଥିଲେ । ପୂର୍ବରୁ ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଏ’ ପ୍ରଥମ ଇନିଂସ୍ରେ ୩୬୬ରନ୍ କରି ଅଲଆଉଟ୍ ହୋଇଥିଲା । ଗୁରନୂର ଓ ସାରାଂଶ ୪ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଏହା ବି ପଢନ୍ତୁ...Women's T20 World Cup 2026: ରେକର୍ଡ ସପ୍ତମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ଦେଲା ମାତ୍
ଗୋଟିଏ ପଟେ ଭାରତ ଲଗାତାର ମ୍ୟାଚ୍ ହାରୁଛି । ଅନ୍ୟ ପଟେ ଭାରତ ଏ' ମ୍ୟାଚ୍ ଜିତି ସିରିଜ୍ କବଜା କରୁଛନ୍ତି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡଠୁ ୨-୦ରେ ଟି-ଟ୍ୱେଣ୍ଟି ସିରିଜ୍ ହାରିଥିଲା । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳୁଛି । ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ବାତିଲ ହେବା ପରେ ଶନିବାର ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚରେ ବି ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ଆସନ୍ତାକାଲି ତୃତୀୟ ଟି-ଟ୍ୱେଣ୍ଟି ଖେଳିଯିବ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ ମ୍ୟାଚ୍ ହାରୁଥିବା ବେଳେ ଭାରତ ଏ' ଲଗତାର ମ୍ୟାଚ୍ ଜିତୁଛି । ଶ୍ରୀଲଙ୍କ ଏ ବିପକ୍ଷରେ ଅନଅଫିସିଆଲ ଟେଷ୍ଟ ସିରିଜ୍ ଜିତିଛି । ଏହା ପୂର୍ବରୁ ଲିଷ୍ଟ ଏ କ୍ରିକେଟରେ ଶ୍ରୀଲଙ୍କା ଏ' ବିପକ୍ଷରେ ତ୍ରୀ-ରାଷ୍ଟ୍ରୀୟ ଦିନିକିଆ ସିରିଜ ଜିତିଥିଲା । ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ଧମାକା ଦେଖିବାକୁ ମିଳିଥିଲା ।