Welcome!

Unlock your personalized experience.
Sign Up

PM Modi meets President : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି

Jul 30, 2026 - 22:39
PM Modi meets President :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ କରିଛନ୍ତି ସାକ୍ଷାତ। ଏହି ସାକ୍ଷାତକାରରେ ଦେଶର ଶୀର୍ଷ ନେତୃତ୍ୱ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ଆନୁଷ୍ଠାନିକ ବୈଠକ ପାଇଁ ଏକାଠି ହୋଇଥିଲେ। ରାଷ୍ଟ୍ରପତି ଭବନର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏହି ଆନୁଷ୍ଠାନିକ ବୈଠକର ଫଟୋ ସହ ଏହି ସୂଚନା ସେୟାର କରାଯାଇଛି। ପୋଷ୍ଟରେ ଲେଖାଯାଇଛି, ‘ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି।'

ଏହା ପୂର୍ବରୁ ଆଜି, ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଭୂ-ରାଜନୈତିକ ସଙ୍କଟର ସମୀକ୍ଷା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତିର ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ 'କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି' (CCS)ର ଚତୁର୍ଥ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଥିଲା। ଏହି ସଂଘର୍ଷ କାରଣରୁ ଅନେକ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ଥିବାରୁ, ପ୍ରଧାନମନ୍ତ୍ରୀ ଏକ whole-of-government ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗରିକଙ୍କ ସୁରକ୍ଷା ଓ ଦେଶର ଆର୍ଥିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ , ଏକ ଏକତ୍ରିତ ଓ ସମନ୍ୱିତ ମନିଟରିଂ ବ୍ୟବସ୍ଥା ପ୍ରତିଷ୍ଠା କରିବା ନେଇ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କ୍ୟାବିନେଟ୍ ସଚିବ CCS ବୈଠକରେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଥିଲେ। ଏଲପିଜି/ଏଲଏନଜି ଏବଂ ଫର୍ଟିଲାଇଜର ସମେତ ପେଟ୍ରୋଲିୟମ୍ ଦ୍ରବ୍ୟର ପର୍ଯ୍ୟାପ୍ତ ସପ୍ଲାଇକୁ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସେ କହିଥିଲେ। ଏଲପିଜି ଆମଦାନୀ ପାଇଁ ବିକଳ୍ପ ସ୍ରୋତଗୁଡ଼ିକୁ ଆଗରୁ ପ୍ରସ୍ତୁତ କରାଯାଇଛି ଏବଂ ପ୍ରମୁଖ ପେଟ୍ରୋଲିୟମ୍ ଦ୍ରବ୍ୟଗୁଡ଼ିକର ମୋଟ ଷ୍ଟକ୍ ଓ ଯୋଗାଣ ସ୍ଥିତି ସନ୍ତୋଷଜନକ ରହିଛି ବୋଲି ସେ ସ୍ପଷ୍ଟ କରିଥିଲେ ।

ଉକ୍ତ ବୈଠକରେ ଆଗାମୀ ରବି ଫସଲ ଋତୁ ପାଇଁ ଆବଶ୍ୟକ ସାର ସମ୍ପର୍କରେ ଆକଳନ କରାଯାଇ ଥିଲା ଏବଂ ସାରର ବିକଳ୍ପ ସ୍ରୋତ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ମଧ୍ୟ ପଢନ୍ତୁ - 8th Pay Commission: ସଂସଦରେ ପ୍ରଥମ ଥର ଉତ୍ତର ଦେଲେ ମୋଦି ସରକାର,କର୍ମଚାରୀ ୟୁନିୟନର କ’ଣ ରହିଛି ଦାବି ?

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।