8th Pay Commission: ସଂସଦରେ ପ୍ରଥମ ଥର ଉତ୍ତର ଦେଲେ ମୋଦି ସରକାର,କର୍ମଚାରୀ ୟୁନିୟନର କ’ଣ ରହିଛି ଦାବି ?
ନୂଆଦିଲ୍ଲୀ,୩୦।୭: ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (ସିପିସି) ଅଧୀନରେ ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ସରକାର ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ନିଜର ମତାମତ ପ୍ରକାଶ କରିଛନ୍ତି। ତେବେ ସରକାର କର୍ମଚାରୀ ସଂଘଗୁଡ଼ିକର ଦାବି ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି। କେନ୍ଦ୍ର ସରକାର ସଂସଦରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଅଷ୍ଟମ ବେତନ କମିଶନ ଏକ ସ୍ୱାଧୀନ ସଂସ୍ଥା ଭାବରେ କାର୍ଯ୍ୟ କରେ। ଏହାର ବୈଠକ, ଷ୍ଟେକ୍ ହୋଲ୍ଡରଙ୍କ ସହିତ ଆଲୋଚନା କିମ୍ବା ବିଚାରାଧୀନ ପ୍ରସ୍ତାବଗୁଡ଼ିକ ବିଷୟରେ ସରକାରଙ୍କୁ ସୂଚନା ପ୍ରକାଶ କରିବାକୁ ବାଧ୍ୟ ନୁହେଁ। ସରକାର କହିଛନ୍ତି ଯେ କମିଶନ ଏହାର ନୋଟିଫାଏଡ୍ ‘ଟର୍ମ୍ସ ଅଫ୍ ରେଫରାନ୍ସ’ (ToR) ମଧ୍ୟରେ ସ୍ୱାଧୀନ ଭାବରେ କାର୍ଯ୍ୟ କରେ।
ଫିଟ୍ମେଣ୍ଟ ଫାକ୍ଟର ଉପରେ ସରକାରଙ୍କ ସ୍ଥିତି
ଯେତେବେଳେ ରାଜ୍ୟସଭା ସାଂସଦ ଜାଭେଦ ଅଲି ପଚାରିଲେ ଯେ ସରକାର କର୍ମଚାରୀ ସଂଘଗୁଡ଼ିକର ଫିଟମେଣ୍ଟ ଫ୍ୟାକ୍ଟରକୁ ବଢାଇବା ଓ ସାଲାରୀ କାଲକୁଲେସନ୍ ପାଇଁ ଫ୍ୟାମିଲି ୟୁନିଟକୁ ୩ ରୁ ବଢାଇ ୫ କରିବାର ଦାବି ଉପରେ ବିଚାର କରୁଛନ୍ତି କି ? ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ ଯେ, କମିଶନଙ୍କ ‘ଟର୍ମ୍ସ ଅଫ୍ ରେଫରାନ୍ସ’ ଅନୁଯାୟୀ, ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସରକାରଙ୍କୁ ତାଙ୍କର ବୈଠକ, ପରାମର୍ଶ କିମ୍ବା ପ୍ରସ୍ତାବ ବିଷୟରେ ଜଣାଇବା ପାଇଁ କୌଣସି ଆଇନଗତ ବାଧ୍ୟତା ନାହିଁ।
କର୍ମଚାରୀ ୟୁନିୟନର କ’ଣ ରହିଛି ଦାବି ?
ସରକାର ଏହା ମଧ୍ୟ କହିଛନ୍ତି ଯେ, କମିଶନ୍ ଏପର୍ଯ୍ୟନ୍ତ କେତେ ବୈଠକ କରିଛି କିମ୍ବା କେଉଁ କର୍ମଚାରୀଙ୍କ ୟୁନିଅନ ସହିତ ପରାମର୍ଶ କରିଛନ୍ତି ତାହା ପ୍ରକାଶ କରିନାହାଁନ୍ତି। ଏଥିରେ କୁହାଯାଇଛି ଯେ ୩ ନଭେମ୍ବର, ୨୦୨୫ ର ପ୍ରସ୍ତାବ ଅନୁଯାୟୀ,ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନ ହେବାର ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ। କୌଣସି ସଂଶୋଧିତ ସମୟସୀମା ଘୋଷଣା କରାଯାଇ ନାହିଁ। କର୍ମଚାରୀ ସଂଘଗୁଡ଼ିକ ଦାବି କରୁଛନ୍ତି ଯେ କମିଶନ ସପ୍ତମ ବେତନ କମିଶନ ଅନୁଯାୟୀ ଫିଟମେଣ୍ଟ ଫ୍ୟାକ୍ଟରକୁ ଏଥର ୨.୫୭ ରୁ ୩.୮୩ କୁ ବୃଦ୍ଧି କରି ଦିଅନ୍ତୁ। ଏହାଦ୍ବାରା ସର୍ବନିମ୍ନ ମୌଳିକ ଦରମା ୧୮୦୦୦ ରୁ ବଢି ସିଧା ୬୯୦୦୦ ହୋଇଯିବ। ଏହା ବ୍ୟତୀତ, ଫିଟମେଣ୍ଟ ଫ୍ୟାକ୍ଟରକୁ ମଧ୍ୟ ୩ ରୁ ୫ କୁ ବୃଦ୍ଧି କରାଯାଉଛି। ସେମାନେ ଚାହାଁନ୍ତି ଯେ କର୍ମଚାରୀଙ୍କ ପିତାମାତାଙ୍କୁ ଏହି ୟୁନିଟରେ ଅନ୍ତର୍ଭୁକ୍ତ କରାଯାଉ।
ଆହୁରି ପଢନ୍ତୁ : Manusmriti Remarks: ‘ଶିକ୍ଷା କ୍ଷେତ୍ରରେ ଜାତିଭେଦକୁ ପ୍ରୋତ୍ସାହିତ କରୁଛି ‘ମନୁସ୍ମୃତି’, ଖଡଗେଙ୍କ ବୟାନ ପରେ ରାଜ୍ୟସଭାରେ ପ୍ରବଳ ହଙ୍ଗାମା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।