07 JULY 2026

Welcome!

Unlock your personalized experience.
Sign Up

PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି ଚୂଡ଼ାନ୍ତ, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ

Jul 07, 2026 - 11:16
PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି ଚୂଡ଼ାନ୍ତ, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ, ୭।୭: ପ୍ରତିରକ୍ଷା ଓ ରଣନୀତିକ ସମ୍ପର୍କ କ୍ଷେତ୍ରରେ ଏସିଆ ମହାଦେଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’କୁ ନେଇ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ମଙ୍ଗଳବାର ସକାଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋଙ୍କ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଦୁଇ ଦିନିଆ ସରକାରୀ ଗସ୍ତରେ ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାରେ ଅତ୍ୟନ୍ତ ଭବ୍ୟ ଓ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରବୋଭୋ ନିଜେ ଉପସ୍ଥିତ ରହି ପିଏମ୍ ମୋଦୀଙ୍କୁ ଆଲିଙ୍ଗନ କରି ଆନ୍ତରିକତାର ସହ ସ୍ୱାଗତ ଜଣାଇଥିଲେ । ଏହାପରେ ଦୁଇ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ସାମୁଦ୍ରିକ ସୁରକ୍ଷା ସହ ଜଡ଼ିତ ଅନେକ ବଡ଼ ରାଜିନାମାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।