Mukesh Observed Fast : ଗୀତ ରେକର୍ଡ କରିବା ପୂର୍ବରୁ କାହିଁକି ବ୍ରତ ରଖୁ ଥିଲେ ସିଙ୍ଗର ମୁକେଶ , ଜାଣନ୍ତୁ କାରଣ …
ମୁମ୍ୱାଇ : ହିନ୍ଦୀ ସିନେମାର ପ୍ରସିଦ୍ଧ ଗାୟକ ମୁକେଶ ଆମ ମଧ୍ୟରେ ନାହାନ୍ତି ସତ , ହେଲେ ତାଙ୍କର ଗୀତ ଗୁଡ଼ିକ ଅମର ହୋଇ ରହିଛି। ‘ କିସି କି ମୁସକୁରାହଟୋଂ ପେ ହୋ ନିସାର’ ଠାରୁ ନେଇ ‘କଭି-କଭି ମେରେ ଦିଲ ମେଁ ଖୟାଲ ଆତା ହୈ’ ଯାଏ ସେ ପ୍ରାୟ ୧୦୦୦ଟି ଗୀତର ଭଏସ୍ ଦେଇଛନ୍ତି। ସେ ତାଙ୍କର କାମ ପ୍ରତି ବହୁତ ସମର୍ପିତ ଥିଲେ। ତାଙ୍କ ସହ କାମ କରିଥିବା ଜଣେ ବ୍ୟକ୍ତି ତାଙ୍କ ସହ ଜଡ଼ିତ ଏକ ଉତ୍ସାହଜନକ କଥା ମଧ୍ୟ କୁହନ୍ତି। ଯେଉଁଦିନ ମୁକେଶଙ୍କ ଗୀତର ରେକର୍ଡିଂ ହେଉଥିଲା , ସେ ଭୋଜନ କରୁ ନଥିଲେ, ବ୍ରତ ରଖୁ ଥିଲେ। ଏହା ପଛରେ ଏକ ମଜାଦାର କାରଣ ଥିଲା।
ସ୍କୁଲରେ ଗାଉ ଥିଲେ ଗୀତ-
ମୁକେଶଙ୍କର ଜନ୍ମ ୨୨ ଜୁଲାଇ ୧୯୨୩ ରେ ଦିଲ୍ଲୀରେ ହୋଇ ଥିଲା। ତାଙ୍କ ପିତାଙ୍କ ନାମ ଜୋରାୱର ଚନ୍ଦ ମାଥୁର ଓ ମାତାଙ୍କ ନାମ ଚାନ୍ଦ ରାଣୀ ଥିଲା। ପିଲାଦିନୁ ହିଁ ମୁକେଶଙ୍କର ଗୀତ ପ୍ରତି ଥିଲା ସଉକ। ସେ ଦିଲ୍ଲୀରେ ମାଟ୍ରିକ୍ ପଢି ଥିଲେ। ସ୍କୁଲରେ ଯେବେ କୌଣସି ଫଙ୍କସନ ହେଉ ଥିଲା ତ , ମୁକେଶ ସେଠାରେ ଗୀତ ଗାଉ ଥିଲେ ଏବଂ ଟିଚର୍ସ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ।
ଫିଲ୍ମକୁ କେମିତି ଆସିଲେ –
ମୁକେଶଙ୍କ ଭଉଣୀଙ୍କର ବାହାଘର ଥିଲା। ଏଥିରେ ଅଭିନେତା ମୋତିଲାଲ ମଧ୍ୟ ଆସି ଥିଲେ। ତାଙ୍କର ସଂପର୍କ ଭଉଣୀଙ୍କ ଶ୍ୱଶୂର ଘର ପକ୍ଷରୁ ଥିଲା। ମୁକେଶ ବରଯାତ୍ରୀଙ୍କ ପାଇଁ ଗୀତ ଗାଉ ଥିବା ବେଳେ ମୋତିଲାଲ ଖୁବ୍ ଆକର୍ଷିତ ହୋଇ ଗଲେ। ସେ ମୁକେଶଙ୍କୁ ମୁମ୍ୱାଇ ଆସିବାକୁ କୁହନ୍ତି। ମୁକେଶଙ୍କ ପିତା ତାଙ୍କର ମୁମ୍ୱାଇ ଯିବାକୁ ମନା କରନ୍ତି। କିନ୍ତୁ ମୁକେଶ, ତାଙ୍କୁ ମନାଇବାରେ ସଫଳ ହୁଅନ୍ତି , ଆଉ ଏହାପରେ ୧୯୩୯ ମସିହାରେ ମୁକେଶ ସ୍ୱପ୍ନର ନଗରୀରେ ପାଦ ଦିଅନ୍ତି।
ଅଭିନୟରୁ କ୍ୟାରିୟରର ଆରମ୍ଭ -
ମୁକେଶ ମୁମ୍ୱାଇ ଆସି ପ୍ରଥମେ ଆକ୍ଟିଂ କଲେ। ସେ ଫିଲ୍ମ ‘ନିର୍ଦ୍ଦୋଷ’ରେ କାମ କଲେ। ଫିଲ୍ମରେ ତାଙ୍କୁ ସେତେ ସଫଳତା ମିଳିଲା ନାହିଁ। କିନ୍ତୁ ତାଙ୍କର ସିଙ୍ଗିଙ୍ଗ୍ କମାଲ କଲା। ଧିରେ ଧିରେ ମୁକେଶଙ୍କ କାମ ବଢିବାକୁ ଲାଗିଲା ଏବଂ ରାଜ କପୁରଙ୍କ ଭଏସ ତାଙ୍କର ଜୀବନକୁ ବଦଳାଇ ଦେଲା।
କଲ୍ୟାଣଜୀ-ଆନନ୍ଦଜୀ କହିଥିଲେ କାହାଣୀ –
ପ୍ରସିଦ୍ଧ ସଙ୍ଗିତକାର ଯୋଡ଼ି କଲ୍ୟାଣଜୀ-ଆନନ୍ଦଜୀଙ୍କ ମଧ୍ୟକୁ ଆନନ୍ଦଜୀ ଅନେକ ସମୟରେ ସାକ୍ଷାତକାରରେ ମୁକେଶଙ୍କ ଏକ ଅଭ୍ୟାସ କଥାକୁ ଦୋହରାନ୍ତି। ସେ କୁହନ୍ତି , ଯେଉଁ ଦିନ ମୁକେଶଙ୍କୁ ଗୀତ ରେକର୍ଡ କରିବାର ଥାଏ , ,ସେହି ଦିନ ସେ କିଛି ବି ଖାଆନ୍ତି ନାହିଁ। ଯେପର୍ଯ୍ୟନ୍ତ ଗୀତର ରେକର୍ଡିଂ ଶେଷ ହେଉ ନଥିଲା , ସେପର୍ଯ୍ୟନ୍ତ ସେ କେବଳ ପାଣି ଓ ଉଷୁମ କ୍ଷୀର ପିଉ ଥିଲେ। ଭୋଜନ ଠାରୁ ସଂପୂର୍ଣ୍ଣ ଦୂରେଇ ରହୁ ଥିଲେ।
ମୁକେଶଙ୍କର ବ୍ରତ ରଖିବାର କଣ ଥିଲା କାରଣ -
ମୁକେଶଙ୍କ ବ୍ରତ ରଖିବା ପଛର କୌଣସି ଧାର୍ମିକ କାରଣ ନୁହେଁ , ବରଂ ତାଙ୍କର କାମ ହିଁ ଥିଲା। ପ୍ରକୃତ କଥା ହେଲା , ତାଙ୍କର ବିଶ୍ୱାସ ଥିଲା ଯେ, ଭୋଜନ ନକଲେ ଗଳା ପୂରା ସଫା ରହେ ଏବଂ ସ୍ୱର ଖୁବ୍ ଭଲ ହୁଏ। ଖାଦ୍ୟ ଖାଇବା ଦ୍ୱାରା ଆଳସ୍ୟ ଅନୁଭବ ହୁଏ , ତ ସେ ଏଥିରୁ ରକ୍ଷା ପାଇବାକୁ ଚାହୁଁ ଥିଲେ। ଗାୟିକୀ ତାଙ୍କ ପାଇଁ ସାଧନା ଭଳି ଥିଲା , ଏଣୁ ତାଙ୍କୁ ଖାଦ୍ୟ ଛାଡ଼ିବାକୁ ପଡ଼ୁ ପଛେ , ସେ ବହୁତ ଡେଡିକେସନର ସହ ଏହି କାମକୁ କରୁଥିଲେ ।
ଆହୁରି ମଧ୍ୟ ପଢନ୍ତୁ - Kriti Sanon Breakup Rumours: ବ୍ରେକଅପ୍ ଗୁଜବକୁ ଖଣ୍ଡନ କଲେ କ୍ରିତି, ସୋସିଆଲ ମିଡିଆରେ ପୋଷ୍ଟ କଲେ ଫଟୋ