market building fire : ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୧୫ରୁ ଅଧିକ ଦୋକାନ
ଭୁବନେଶ୍ୱର, ୩୦/୦୬ : ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠସ୍ଥଳୀ ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୧୫ରୁ ଅଧିକ ଦୋକାନ। ମାର୍କେଟ ବିଲ୍ଡିଂ ପରିସରରେ ଥିବା ଏକ କପଡ଼ା ଦୋକାନରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ, କୌଣସି କାରଣବଶତଃ ମାର୍କେଟ ବିଲ୍ଡିଂରେ ଥିବା ଏକ କପଡ଼ା ଦୋକାନରେ ନିଆଁ ଲାଗିଯାଇଛି। ଦୋକାନ ଭିତରେ ପୋଷାକ ଏବଂ କପଡ଼ା ଗଚ୍ଛିତ ଥିବାରୁ ନିଆଁ ଅତି କ୍ଷିପ୍ର ଗତିରେ ବ୍ୟାପି ଯାଇଛି। ପ୍ରାୟ ୧୫ଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ହୋଇଛି ଯେ ମାର୍କେଟ ବିଲ୍ଡିଂ ପରିସରରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛନ୍ତି।
ଆହୁରି ପଢନ୍ତୁ- ଚାଷ ସ୍ଥିତି ସାଂଘାତିକ, ମେଘ ଖୋଜୁଛି ଚାଷୀ, ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା
ବଡ଼ଦାଣ୍ଡରୁ କେମିତି ହଜିଗଲା ମାଳିନୀ ନଦୀ ?