Mahanadi Tribunal: ଖୁବ୍ଶୀଘ୍ର ତୁଟିବ ମହାନଦୀ ଜଳ କଳି, ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲେ ବୈଷୟିକ ଟିମ୍, ଜୁଲାଇ ୧୧ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର,୨୭/୦୬: ଖୁବ୍ ଶୀଘ୍ର ମହାନଦୀ ଜଳ କଳି ସମାଧାନ ହେବ। ଦୀର୍ଘଦିନ ଧରି ମହାନଦୀ ପାଣିକୁ ନେଇ ଓଡିଶା ଏବଂ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ଅନ୍ତ ଘଟିବ। ଏହାସହ ଦୁଇ ରାଜ୍ୟ ମଧ୍ୟରେ ସଚିବସ୍ତରୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।
ଆଜି ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍ । ଆଗାମୀ ଦିନରେ ଦୁଇ ରାଜ୍ୟ ଭିତରେ ସଚିବସ୍ତରୀୟ ବୈଠକ ହେବ । ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ ୨ ରାଜ୍ୟ ମଧ୍ୟରେ ସମାଧାନର ବାଟ ଧୀରେ ଧୀରେ ପ୍ରଶସ୍ଥ ହେଉଥିବା ନେଇ ସଂକେତ ମିଳିଛି ।
ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ଆସନ୍ତା ଜୁଲାଇ ୧୧ରେ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ । ଜଳବଣ୍ଟନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଜଳନୀତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଆଗାମୀ ପର୍ଯ୍ୟାୟରେ ଦୁଇ ରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଅଧିକ ପଢ଼ନ୍ତୁ :- ଗଙ୍ଗୁଆରେ ରାଜ୍ୟର ପ୍ରଥମ ବ୍ୟାରେଜ୍ ‘ମଲିଆ ବନ୍ଧ’, ୧୯୮୨ ମସିହାରେ ପ୍ରଳୟଙ୍କାରୀ ବନ୍ୟାରେ ଭୁଶୁଡ଼ି ପଡିଛି...