09 JULY 2026

Welcome!

Unlock your personalized experience.
Sign Up

Live-in Relationship : ଲିଭ୍-ଇନ୍ ପାର୍ଟନରଙ୍କୁ ଛାଡ଼ିବା ହେବନି ସହଜ, ଏଣିକି No ବ୍ରେକଅପ୍ ...

Jul 09, 2026 - 13:46
Live-in Relationship : ଲିଭ୍-ଇନ୍ ପାର୍ଟନରଙ୍କୁ ଛାଡ଼ିବା ହେବନି ସହଜ, ଏଣିକି No ବ୍ରେକଅପ୍ ...

ମଧ୍ୟପ୍ରଦେଶ ୦୯/୦୭ : ୟୁନିଫର୍ମ ସିଭିଲ୍ କୋଡ୍ ବା UCCକୁ ନେଇ ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ପଦକ୍ଷେପ । ସରକାର ପ୍ରସ୍ତୁତ କରୁଥିବା UCC ଡ୍ରାଫ୍ଟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସବୁଠୁ ଅଧିକ ଚର୍ଚ୍ଚାରେ ରହିଛିଲିଭ୍-ଇନ୍ ସମ୍ପର୍କକୁ ନେଇ କଠୋର ବ୍ୟବସ୍ଥାଯାହା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ନୂଆ ଡ୍ରାଫ୍ଟ ଅନୁଯାୟୀ,ଲିଭ୍-ଇନ୍ ସମ୍ପର୍କରେ ରହିବାକୁ ହେଲେ ପ୍ରଥମେ ରେଜିଷ୍ଟ୍ରେସନ୍ କରିବା ବାଧ୍ୟତାମୂଳକ। ଏହାଛଡ଼ା ସମ୍ପର୍କ ଶେଷ କରିବା ପାଇଁ ମଧ୍ୟ ଛାଡ଼ପତ୍ର ଭଳି ଆଇନଗତ ପ୍ରକ୍ରିୟା ରହିବ। ଯଦି ଜଣେ ପଞ୍ଜୀକୃତ ଲିଭ୍-ଇନ୍ ପାର୍ଟନର ଅନ୍ୟ କାହାକୁ ବିବାହ କରିବାକୁ ଚାହାନ୍ତି, ତେବେ ପ୍ରଥମେ ପୂର୍ବ ଲିଭ୍-ଇନ୍ ପଞ୍ଜୀକରଣକୁ ବାତିଲ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଯଦି ଜଣେ ଏକପାଖିଆ ଭାବେ ସମ୍ପର୍କ ଶେଷ କରିବାକୁ ଚାହାନ୍ତି ତେବେ ଅନ୍ୟ ପକ୍ଷ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିପାରିବେ।

'ଣ ରହିଛି ନୂଆ ନିୟମ ?

  • ଲିଭ୍-ଇନ୍ ପଞ୍ଜୀକରଣ ପାଇଁ ଉଭୟ ବ୍ୟକ୍ତିଙ୍କ ପ୍ରାପ୍ତବୟସ୍କ ହେବା ଆବଶ୍ୟକ
  • ବୟସ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ
  • ଜିଲ୍ଲା ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡ଼ିବ
  • ଲିଭ୍-ଇନ୍ ପରେ ଯଦି ଉଭୟ ବିବାହ କରନ୍ତି, ତେବେ ପଞ୍ଜୀକରଣ ସ୍ୱୟଂଚାଳିତ ଭାବେ ବାତିଲ ହୋଇଯିବ

ବିବାହିତ ବ୍ୟକ୍ତିଙ୍କ ପାଇଁ କଡ଼ା ବ୍ୟବସ୍ଥା

ଡ୍ରାଫ୍ଟରେ କୁହାଯାଇଛି ଯଦି କୌଣସି ବିବାହିତ ବ୍ୟକ୍ତି ଅନ୍ୟ କାହା ସହ ଲିଭ୍-ଇନ୍ ସମ୍ପର୍କରେ ରହନ୍ତି, ତେବେ ପ୍ରଚଳିତ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ଆହୁରି ପଢନ୍ତୁ ;- Delhi High Court: ସିଗାରେଟ୍-ଗୁଟ୍‌ଖା ବେପାରୀଙ୍କ ଅକଲ ଗୁଡ଼ୁମ୍, ସ୍କୁଲ ପାଖରେ ତମାଖୁ ବିକ୍ରି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଆଇନ ବିଭାଗ ଡ୍ରାଫ୍ଟକୁ ଚୂଡ଼ାନ୍ତ କରିସାରିଛନ୍ତି। UCC କମିଟି ଅଧ୍ୟକ୍ଷା ରଞ୍ଜନା ପ୍ରକାଶ ଦେଶାଇଙ୍କ ସହ ଆଲୋଚନା ପରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ବିଧାନସଭାରେ ବିଲ୍ ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଲ୍ ବିଧାନସଭାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ, ଲିଭ୍-ଇନ୍ ସମ୍ପର୍କ ଓ ଉତ୍ତରାଧିକାର ସମ୍ପର୍କିତ ନୂଆ ବ୍ୟବସ୍ଥାକୁ ନେଇ ଆଇନଗତ ଚର୍ଚ୍ଚା ଆହୁରି ବଢ଼ିପାରେ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।