Welcome!

Unlock your personalized experience.
Sign Up

Lightning : ଭୋଜି ଖାଇ ଫେରୁଥିଲେ ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ, ୮ ଗୁରୁତର

Jun 21, 2026 - 06:18
Lightning  : ଭୋଜି ଖାଇ ଫେରୁଥିଲେ ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ, ୮ ଗୁରୁତର

ଦେବଗଡ, ୨୦।୬ : ଭୋଜି ଖାଇ ଫେରୁଥିଲେ। ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ। ଏଥିସହ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୪ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଏହି ଘଟଣା ଘଟିଛି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଅନ୍ତେଷ୍ଟି କ୍ରିୟା ଭୋଜି ଖାଇ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ସାବିତ୍ରୀ ମୁଣ୍ଡା (୫୫)ଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୮ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୪ ଜଣ ଶିଶୁ ଛେଣ୍ଡିପଦାରେ ଚିକିତ୍ସା ହେଉଥିବା ବେଳେ ଅନ୍ୟ ଚାରି ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳ ପଠାଯାଇଛି।

ଆହୁରି ପଢନ୍ତୁ : ମହାବଳ ବାଘ ଛାଲ ଜବତ, ଜଣେ ଗିରଫ