Ketan Siya Case : କେତନଙ୍କୁ ରାସ୍ତାରୁ ହଟେଇବାକୁ କରିଥିଲେ ବଡ଼ ପ୍ଲାନିଂ , ମିଳିଲା ହତ୍ୟାକାଣ୍ଡ ପୂର୍ବ ଦିନର ସିସିଟିଭି ଭିଡିଓ
ନୂଆଦିଲ୍ଲୀ : ଯୁବ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟାକାଣ୍ଡରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ପୁଲିସର ଯାଞ୍ଚରେ ଏବେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଓ ତାଙ୍କର ବୟଫ୍ରେଣ୍ଡ ଚେତନ ଚୌଧୁରୀଙ୍କର ଏକ ସିସିଟିଭି ଫୁଟେଜ୍ ହାତରେ ଲାଗିଛି , ଯେଉଁଥିରେ ପୂରା ରହସ୍ୟ ଖୋଲି ଯାଇଛି। ଏହି ଫୁଟେଜ କେତନଙ୍କର ହତ୍ୟାର ଠିକ୍ ଗୋଟିଏ ଦିନ ପୂର୍ବର। ଏଥିରେ ସିୟା ଓ ଚେତନ ଏକାଠି ପୁଣେର ଏକ କାଫେରେ ନଜର ଆସୁଛନ୍ତି। କୁହାଯାଉଛି ଯେ, ଏଠାରେ ବସି ସେ କେମିତି କେତନଙ୍କୁ ରାସ୍ତାରୁ ହଟାଇବାର ଅଛି, ପୂରା ପ୍ଲାନିଂ କରି ଥିଲେ ଏବଂ ପରବର୍ତ୍ତୀ ଦିନ ତାଙ୍କୁ ଠେଲି ମାରି ଦେଇ ଥିଲେ।
୨୦ ବର୍ଷିୟ ସିୟା ଗୋୟଲଙ୍କର ଚଳିତ ବର୍ଷ ନଭେମ୍ୱରରେ ୨୬ ବର୍ଷିୟ କେତନ ଅଗ୍ରୱାଲଙ୍କ ସହ ବାହାଘର ହେବାର ଥିଲା। ଦୁହିଁଙ୍କର ନିର୍ବନ୍ଧ ଗତ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା , କିନ୍ତୁ ସିୟା ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ। ତାଙ୍କ ଉପରେ ପରିବାରର ଚାପ ଥିଲା। ହେଲେ ସେ ମନା କରି ପାରିଲେ ନାହିଁ। ସେ ତାଙ୍କ ପ୍ରେମିତ ଚେତନଙ୍କ ସହ ଆଗକୁ ବଢିବାକୁ ଚାହୁଁ ଥିଲେ। ଉଭୟଙ୍କର ସାକ୍ଷାତ୍ ଗତ ବର୍ଷ ଦିପାବଳୀ ଅବସରରେ ହୋଇଥିଲା। ଚେତନଙ୍କ ପିତାଙ୍କର ଏକ ରାସନର ଦୋକାନ ଥିଲା , ଅନ୍ୟପଟେ କେତନଙ୍କ କୋଟି କୋଟି ଟଙ୍କାର ସଂପତ୍ତି ଥିଲା। ସିୟା ଓ ଚେତନ ଉଭୟ ମିଶି କେତନଙ୍କୁ ପୁଣେର ଲୋହାଗଡ ଦୁର୍ଗରୁ ୪୦୦ ଫୁଟ୍ ଗଭୀର ଖାଇକୁ ଠେଲି ମାରି ଦେଇ ଥିଲେ।
ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବର। ଏଥିରେ ସିୟା ଗୋୟଲ ଓ ଚେତନ ଚୌଧୁରୀ ଥାର୍ଡ ୱେବ୍ ନାମକ କାଫେରେ ଭେଟାଭେଟି ହୋଇଥିଲେ ଏବଂ ଉଭୟ ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ସେଠାରେ ରହି କାଥାବାର୍ତ୍ତା ହୋଇଥିଲେ। ପ୍ରଥମ ସିସିଟିଭି ଫୁଟେଜରେ ଦୁହେଁ କାଫେର ଗେଟ୍ ଭିତରକୁ ଯିବାର ଦେଖା ଯାଉଛି। ସିୟା ଜିନ୍ସ ଟପ୍ ଓ ଚେତନ ଟିସର୍ଟ ଜିନ୍ସ ପିନ୍ଧି ଥିଲେ। ସିୟା ଓ ଚେତନ , ଉଭୟ ଗହଳି ସ୍ଥାନରୁ ଯାଇ କାଫେର ଖୋଲା ସ୍ଥାନରେ ଯାଇ ବସିଲେ ଏବଂ ଲଗାତାର ଆଲୋଚନା କରୁଥିଲେ। ଉଭୟ ଖୁବ୍ ପାଖାପାଖି ଚେୟାରରେ ବସି ଥିଲେ। ଗୁପ୍ତ କଥାବାର୍ତ୍ତା ହେଉ ଥିଲେ।
ଏହି ଦିନ ଦୁହେଁ କେତନଙ୍କୁ ରାସ୍ତାରୁ ହଟେଇବାର ପୂରା ଷଡ଼ଯନ୍ତ୍ର ରଚି ଥିଲେ। ଦୁହେଁ ଏକାନ୍ତରେ କଥାବାର୍ତ୍ତା କରୁ ଥିଲେ। ଭିଡ଼ିଓରେ ଚେତନ ଓ ସିୟାଙ୍କ ହାବଭାବ ଦେଖି ସ୍ପଷ୍ଟ ଜଣାପଡ଼ୁଛି ଯେ ଦୁହେଁ ଏମିତି ଆଲୋଚନା କରୁଛନ୍ତି , ଯାହାକୁ ଯେମିତି ଆଉ କେହି ନଜାଣନ୍ତୁ କି ନଶୁଣନ୍ତୁ। ମଝିରେ ସିୟାଙ୍କ ପାଖକୁ ଫୋନ୍ କଲ୍ ଆସୁଛି , କଥାବାର୍ତ୍ତା ହୋଇ ପୁଣି ସେ ଚେତନଙ୍କ ସହ ଆଲୋଚନା କରୁଛନ୍ତି। ଉଭୟ ଏହି ମିଟିଂରେ କେତନଙ୍କୁ କେମିତି ଲୁହାଗଡ ଦୁର୍ଗରୁ ଠେଲି ହତ୍ୟା କରିବାର ପୂରା ପ୍ଲାନିଂ କରି ଥିଲେ।
ସିୟା କେତନଙ୍କୁ ଠେଲି ଦେଇ ମାରିବାର ଅନେକ ଚେଷ୍ଟା କରି ଥିଲେ , କିନ୍ତୁ ପ୍ରତି ଥର ସେ ବିଫଳ ହୋଇ ଥିଲେ। ଏହାପରେ କିଛି ନା କିଛି ବାହାନା କରି ଥିଲେ। ୧୮ ଜୁନରେ ସେ ନିଜ କାମରେ ସଫଳ ହୋଇ ଗଲେ। ପ୍ରାରମ୍ଭରେ ତ ଏହାକୁ ଦୁର୍ଘଟଣା ମନେକରାଯାଉ ଥିଲା। କୁହାଯାଉ ଥିଲା ଯେ, ପାଦ ଖସିବା କାରଣରୁ ଜୀବନ ଚାଲିଗଲା। ପରିବାର ମଧ୍ୟ ଏହି କଥାକୁ ସତ ଭାବି ନେଇଥିଲେ। ସିୟା ଇନଷ୍ଟାଗ୍ରାମରେ କେତନଙ୍କ ସହ ପୋଷ୍ଟ କରିଥିଲେ , ସେଥିରେ ସେ ଖୁବ୍ ନଜର ଆସିଥିଲେ। ହେଲେ ପୂରା ମାମଲା ସେତେବେଳେ ଖୋଲି ଗଲା ,ଯେବେ କେତନଙ୍କ ଭଉଣୀ ସିୟାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ କିଛି ପ୍ରଶ୍ନ ପଚାରି ଥିଲେ। ଏହାପରେ ତାଙ୍କୁ ସନ୍ଦେହ ହେଲା।
ପୁଲିସରେ ମାମଲା ପହଞ୍ଚିବାରୁ ଯାଞ୍ଚରେ ପ୍ରକୃତ ଘଟଣା ଜଣାପଡ଼ିଲା। ପଚରାପଚରି ଓ କଲ୍ ରେକର୍ଡିଂ ଆଦିରୁ ଜଣାପଡ଼ିଲା ଯେ, କେତନଙ୍କୁ ରାସ୍ତାରୁ ହଟେଇବାକୁ ସିୟା ଓ ତାଙ୍କର ବୟଫ୍ରେଣ୍ଡ ଚେତନ ତାଙ୍କୁ ( କେତନ) ଠେଲି ଦେଇଥିଲେ।
ଆହୁରି ମଧ୍ୟ ପଢନ୍ତୁ : Siya Goyal Confession: ‘କେତନକୁ ସବୁ ସତ କହିଥିଲି, ତଥାପି ସେ ବାହାଘର ଭାଙ୍ଗୁନଥିଲା...’, ପୁଣେ ହତ୍ୟାକାଣ୍ଡରେ ସିୟା ଗୋୟଲଙ୍କ ଚାଞ୍ଚଲ୍ୟକର ଖୁଲାସା !