30 JUNE 2026

Welcome!

Unlock your personalized experience.
Sign Up

Ketan Murder Case: କେତନଙ୍କଠୁ ସପିଂ କରିବାକୁ ୧ କୋଟି ନେଇଥିଲେ ସିୟା; ପ୍ରେମିକ ଚେତନଙ୍କୁ ଦେଇଥିଲେ, ସିକ୍ରେଟ୍ କଲ୍‌ରୁ ଖୁଲାସା

Jun 30, 2026 - 15:33
Ketan Murder Case: କେତନଙ୍କଠୁ ସପିଂ କରିବାକୁ ୧ କୋଟି ନେଇଥିଲେ ସିୟା; ପ୍ରେମିକ ଚେତନଙ୍କୁ ଦେଇଥିଲେ, ସିକ୍ରେଟ୍ କଲ୍‌ରୁ ଖୁଲାସା

ମୁମ୍ୱାଇ,୩୦/୦୬: ଜୁନ୍ ୧୮ରେ ଲୋହାଗଡ଼ ଦୁର୍ଗରୁ ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କୁ ଠେଲି ହତ୍ୟା କରାଯିବା ମାମଲାରେ ପ୍ରତି ଦିନ ନୂଆ କଥା ସାମ୍ନାକୁ ଆସୁଛି । ଇତିମଧ୍ୟରେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଭାବିପତ୍ନୀ ସିୟା ଗୋୟଲ ବିବାହ ଲାଗି ଜିନିଷପତ୍ର କିଣିବାକୁ କେତନଙ୍କଠାରୁ ୧ କୋଟି ଟଙ୍କା ନେଇଥିଲେ । ସେହି ଟଙ୍କାରେ କିନ୍ତୁ ସେ ଜିନିଷପତ୍ର କିଣିନଥିଲେ । ପୂରା ଟଙ୍କାକୁ ପ୍ରେମିକ ଚେତନ ଚୌଧୁରୀଙ୍କୁ ଦେଇଥିଲେ ।

କ୍ୟାରିୟର ବନାଇବା, ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଚେତନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ସିୟା ଏଭଳି ପଦକ୍ଷେପ ନେଇଥିଲେ । ଏଥିସହ ସିୟା-ଚେତନଙ୍କ ମଧ୍ୟରେ ଏକ ବୁଝାମଣା ମଧ୍ୟ ହୋଇଥିଲା । ସେ ଅନୁସାରେ, କେତନଙ୍କ ହତ୍ୟାକାଣ୍ଡ ପରେ ସିୟା ସନ୍ଦେହ ଏଡ଼ାଇବାକୁ ୩ ବର୍ଷ ଧରି ବିବାହ କରିବେ ନାହିଁ । ସେହି ସମୟ ମଧ୍ୟରେ ଚେତନ ଆର୍ଥିକ ଭାବେ ସୁଦୃଢ଼ ହୋଇଗଲେ ବିବାହ ଲାଗି ସେମାନେ ଯୋଜନା କରିଥିଲେ ବୋଲି ପୁଲିସ କହିଛି । ଇତିମଧ୍ୟରେ ବାଲିରେ ହେବାକୁ ଥିବା ପ୍ରି-ୱେଡିଂ ଟ୍ରିପ୍ ଲାଗି କେତନ-ସିୟାଙ୍କୁ ଏୟାରପୋର୍ଟରେ ଛାଡି଼ଥିବା ଡ୍ରାଇଭର ବୈଭବଙ୍କ ବୟାନ ବି ସାମ୍ନାକୁ ଆସିଛି । ସେ କହିଛନ୍ତି, ସିୟା ପ୍ରି-ୱେଡିଂ ଟ୍ରିପ୍ରେ ଯିବାକୁ ଚାହୁଁନଥିଲେ । ରାସ୍ତାରେ ତାଙ୍କର ଭାଇ ସାହିଲଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । କିଛି ସମୟ ପରେ ଗାଡି଼ ଗୋଟିଏ ସ୍ଥାନରେ ଅଟକିଥିଲା । ସେଠାରୁ ଆଉ ୪ ଜଣ ଲୋକ ଗାଡ଼ିରେ ବସିଥିଲେ ।

ଏହା ବି ପଢନ୍ତୁ...Ketan Murder Case: ପ୍ରି-ୱେଡିଂ ସୁଟ୍ ପାଇଁ ଯାଉଥିଲେ ସିୟା-କେତନ; ମଝି ରାସ୍ତାରେ କ'ଣ ହେଲା ? ଡ୍ରାଇଭର କହିଦେଲେ ସବୁ ସତ

ପରବର୍ତ୍ତୀ ସମୟରେ ଗାଡି଼ ଏକ ଫୁଡ୍ କୋର୍ଟରେ ରହିଥିଲା । ସମସ୍ତେ ଖାଇବାକୁ ଯାଇଥିଲେ । ସିୟା କିନ୍ତୁ ସଙ୍ଗେ ସଙ୍ଗେ ସେଠାକୁ ଫେରିଥିଲେ । ଗାଡି଼ରୁ କିଛି ଜିନିଷ ବାହାର କରି ନିଜ ବୁଟ୍ ମଧ୍ୟରେ ଲୁଚାଇଥିଲେ । ପରେ ସେ ଖାଇବାକୁ ପଳାଇଥିଲେ । ସମସ୍ତଙ୍କୁ ସେ ଏୟାରପୋର୍ଟରେ ଛାଡ଼ି ଫେରିବାବେଳକୁ କେତନଙ୍କ ପାସପୋର୍ଟ କ୍ୟାବ୍‌ରେ ରହିଯାଇଥିବା ନେଇ ତାଙ୍କୁ ଫୋନ୍ ଆସିଥିଲା । ସେ ପୁଣି ଏୟାରପୋର୍ଟ ପହଞ୍ଚିଥିଲେ । ଗାଡ଼ିର ଭଲ ଭାବେ ଯାଞ୍ଚ କରାଗଲେ ମଧ୍ୟ ପାସ୍ପୋର୍ଟ ମିଳିନଥିଲା । ସୂଚନାଥାଉ କି, ଏହି ମାମଲାରେ ହତ୍ୟାକାଣ୍ଡର ୬ ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତ ସିୟା ଏବଂ ଚେତନଙ୍କୁ ଗିରଫ କରିଥିଲା । ବଡଗାଓଁ ମାଭଲର ଏକ କୋର୍ଟ ଜୁଲାଇ ୩ ଯାଏ ଉଭୟଙ୍କୁ ପୁଲିସ ହାଜତକୁ ପଠାଇଛନ୍ତି । ଅଭିଯୁକ୍ତଙ୍କୁ ସେହି ଲୌହଗଡ ଦୁର୍ଗକୁ ନେଇ କ୍ରାଇମ୍ ସିନ୍ ରିଏକ୍ରସନ କରିଥିଲା ପୁଲିସ୍ ।