JNVST Exam Pattern : ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍, ନବୋଦୟ ବିଦ୍ୟାଳୟ ପାଇଁ ଆବେଦନ ଆରମ୍ଭ, ନଭେମ୍ଵର ୨୮ରେ ଏଣ୍ଟ୍ରାନ୍ସ
ଭୁବନେଶ୍ଵର, ୭/୭ : ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ଆଜିଠୁ ଆବେଦନ। ଷଷ୍ଠ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀମାନେ ଜୁଲାଇ ୭ ଠାରୁ ଆବଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୩୧ ରହିଛି। ନଭେମ୍ଵର ୨୮ରେ ଏଣ୍ଟ୍ରାନ୍ସ ପରୀକ୍ଷା ହେବ। ୨୦୨୭ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ରେଜଲ୍ଟ ଘୋଷଣା ହେବ। ଚଳିତ ବର୍ଷ ଏହି ପରୀକ୍ଷା ଗତ ଦୁଇ ବର୍ଷ ତୁଳନାରେ ଶୀଘ୍ର ଆୟୋଜନ କରାଯାଇଛି।
ଯୋଗ୍ୟତା ନିୟମ
-୨୦୨୬-୨୭ ଏକାଡେମିକ୍ସ ସେସନ ସମୟରେ କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରେ ୫ମ ଶ୍ରେଣୀ ଯାଏଁ ପାଠ ପଢିଥିବା ଦରକାର।
-ଛାତ୍ରଛାତ୍ରୀ ଯେଉଁ ଜିଲ୍ଲାର ନିବାସୀ ସେହି ଜିଲ୍ଲାରେ ଆଡମିଶନ ପାଇଁ ଆବେଦନ କରିପାରିବେ।
-ମାନ୍ୟତା ପ୍ରାପ୍ତ ସ୍କୁଲରେ ୩ୟ,୪ର୍ଥ ଏବଂ ପଞ୍ଚମ ଶ୍ରେଣୀ ପଢା ଶେଷ କରିଥିବା ଦରକାର।
ବୟସ ସୀମା
-୨୦୧୫ ମେ ୧ ଏବଂ ୨୦୧୭ ଜୁଲାଇ ୩୧ ମଧ୍ୟରେ ଜନ୍ମ ହୋଇଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ।
ଆହୁରି ପଢନ୍ତୁ- ପାଠ୍ୟପୁସ୍ତକ ତ୍ରୁଟି ଘଟଣା : ଯାଞ୍ଚ ବିନା ଏନ୍ସିଇଆର୍ଟି ବହିରୁ ସିଧା କପି, ଯୋରନ୍ଦା ମେଳା ଚିତ୍ର ସ୍ଥାନରେ ସୁରଜକୁଣ୍ଡ ମେଳା
ISKCON Issue | ଅଦିନିଆ ରଥଯାତ୍ରା ନେଇ ଚିଠି ଲେଖିଲେ ଗଜପତି, ହସ୍ତକ୍ଷେପ କରନ୍ତୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।