09 JULY 2026

Welcome!

Unlock your personalized experience.
Sign Up

ISKCON : ଗଜପତିଙ୍କ ଅପିଲ୍‌କୁ ଇସ୍କନର ବେଖାତିର୍, ପୁନର୍ବିଚାର ଅନୁରୋଧକୁ ପ୍ରତ୍ୟାଖାନ

Jul 09, 2026 - 13:46
ISKCON : ଗଜପତିଙ୍କ ଅପିଲ୍‌କୁ ଇସ୍କନର ବେଖାତିର୍, ପୁନର୍ବିଚାର ଅନୁରୋଧକୁ ପ୍ରତ୍ୟାଖାନ

ଭୁବନେଶ୍ଵର, ୯/୭ : ଗଜପତିଙ୍କ ଅପିଲ୍ କୁ ଇସ୍କନ୍ ର ସିଧା ସିଧା ବେଖାତିର। ବିଦେଶରେ ମନଇଚ୍ଛା ତାରିଖରେ ରଥଯାତ୍ରା କରିବା ନିଷ୍ପତ୍ତିକୁ ବଦଳାଇବନି ଇସ୍କନ୍ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଇସ୍କନ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଗତ ୪ ଜୁଲାଇ ୨୦୨୬ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଇସ୍କନ ଗଭର୍ଣ୍ଣିଙ୍ଗ ବଡି କମିଶନ ଅଧ୍ୟକ୍ଷ ମଧୁସେବିତ ଦାସଙ୍କୁ ଏକ ଜରୁରୀ ପତ୍ର ଲେଖିଥିଲେ। ଏଥିରେ ସେ ୧୯ ଅକ୍ଟୋବର ୨୦୨୫ର ଜିବିସି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ, ଯେଉଁଥିରେ ବିଦେଶରେ ମନଇଚ୍ଛା ତାରିଖରେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ୭ ଜୁଲାଇ ୨୦୨୬ରେ ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଏକ ଇମେଲ୍ ଜରିଆରେ ଗଜପତିଙ୍କ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। 

ସେ ଦୃଢ଼ତାର ସହ ଜଣାଇଛନ୍ତି ଯେ, “ଏହି ବିଷୟରେ ଅଧିକ କିଛି କହିବାର ନାହିଁ, ଏବଂ ଆମେ ସମ୍ମାନର ସହ ଏହି ଆଲୋଚନାରୁ ସଦାସର୍ବଦା ପାଇଁ ଓହରି ଯାଉଛୁ।” ଗଜପତି ମହାରାଜା ନିଜ ଚିଠିରେ ସ୍ପଷ୍ଟ କରିଥିଲେ ଯେ ଶାସ୍ତ୍ର ମୁତାବକ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ଏବଂ ନବଦିନାତ୍ମକ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ହିଁ ଆରମ୍ଭ ହେବା ଉଚିତ। ଅଦିନିଆ ରଥଯାତ୍ରା ଆୟୋଜନ ଜଗନ୍ନାଥ ସଂସ୍କୃତିର ଅବମାନନା ବୋଲି ଗଜପତି ମହାରାଜ କହିଥିଲେ । ଇସ୍କନର ଏଭଳି ଏକତରଫା ଆଭିମୁଖ୍ୟ ପରେ ଗଜପତି ମହାରାଜା ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଦେଶରେ ଏହି ପରମ୍ପରା ଉଲ୍ଲଂଘନ ଯୋଗୁଁ ବିଶ୍ବବ୍ୟାପୀ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ସମ୍ପ୍ରଦାୟ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। 

ଆହୁରି ପଢନ୍ତୁ- ସପ୍ତାହେ ହେଲା ୧୫ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି, ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି

ପାନ ପାଇଁ ବନ୍ଧା ରହିଥିଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ!, କିଏ ବାକିରେ କାଳିଆକୁ ଦେଉଥିଲା ବିଡିଆ ପାନ ?​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।