03 JULY 2026

Welcome!

Unlock your personalized experience.
Sign Up

India vs England 2nd T20I: କେତେବେଳେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ? ଟାଇମ୍ କରିନିଅନ୍ତୁ ନୋଟ୍‌

Jul 03, 2026 - 14:28
India vs England 2nd T20I: କେତେବେଳେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ? ଟାଇମ୍ କରିନିଅନ୍ତୁ ନୋଟ୍‌

ନୂଆଦିଲ୍ଲୀ,୦୩/୦୭; ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଜାରି ରହିଛି । ଜୁନ୍ ୧ ତାରିଖରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯାଇଥିଲା । ବର୍ଷା ଯୋଗୁଁ ମ୍ୟାଚ୍ ଧୋଇଯାଇଥିଲା । ଆସନ୍ତାକାଲି ଦ୍ୱିତୀୟ ଟି-୨୦ ଖେଳାଯିବ । ମ୍ୟାଚର ସମୟ ବଦଳିଛି । ରାତି ୧୦ଟାରେ ନୁହେଁ, ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମୁକାବିଲା । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ସକାଳ ୧୦ଟାରେ ଆରମ୍ଭ ହୋଇଥିବା ପ୍ରଥମ ଟି-ଟ୍ୱେଣ୍ଟି ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଭାରତୀୟ ପ୍ରଶଂସକ ଏହି ମ୍ୟାଚ୍ ଉପଭୋଗ କରିପାରିନଥିଲ । କ୍ରିକେଟ୍ ପ୍ରେମୀଙ୍କୁ ଆଉ ରାତି ୧୦ଟା ଯାଏ ଅପେକ୍ଷା କରିବାକୁ ପଡିବ ନାହିଁ । ଏବେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ସମୟ ବଦଳିଛି । ମ୍ୟାଚ୍ ରାତି ୭ଟାରେ ଖେଳାଯିବ । ଟସ୍ ପାଇଁ ଦୁଇ ଦଳର ଅଧିନାୟକ ଅଧଘଣ୍ଟା ପୂର୍ବରୁ ମୈଦାନକୁ ଓହ୍ଲାଇବେ ।

ଆୟର ଅଧିନାୟକ ହେବା ପରେ ପ୍ରଥମ ବିଜୟ ଖୋଜୁଛନ୍ତି- ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଏବେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ପାଇଁ ପ୍ରସ୍ତୁତି କରୁଛି । ନୂଆ ଟି-୨୦ ଅଧିନାୟକ ଶ୍ରେୟସ ଆୟର ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଅଧିନାୟକତ୍ୱ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ଜିତି ନାହାଁନ୍ତି । ପ୍ରଥମେ, ସେମାନେ ଆୟର୍ଲାଣ୍ଡ ବିପକ୍ଷରେ ଲଗାତାର ଦୁଇଟି ପରାଜୟ ସହ ସିରିଜ ହାରିଥିଲେ । ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜକୁ ୨-୦ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ ।

ଏହା ବି ପଢନ୍ତୁ...Odisha Fan Meet Pandya: ହାର୍ଦ୍ଦିକଙ୍କୁ ଭେଟିବାକୁ ସାଇକେଲ୍ରେ ଓଡ଼ିଶାରୁ ବେଙ୍ଗାଲୁରୁ...ମହାପ୍ରଭୁଙ୍କ ମୂର୍ତ୍ତୀ ଦେଇ ମନ ଜିଣିଲେ  

ବର୍ଷା ଧୋଇନେଲା ପ୍ରଥମ ଟି-ଟ୍ୱେଣ୍ଟି- ଘରୋଇ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ବଣ୍ଟି ମୁକାବିଲା ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୮୯ ରନ ସଂଗ୍ରହ କରିଥିଲା । ଏହାପରେ ବର୍ଷା ହେବାରୁ ଖେଳ ଜାରି ରଖିବା ସମ୍ଭବ ହୋଇ ନଥିଲା । ୧ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନଛାଡ଼ିବାରୁ ମ୍ୟାଚକୁ ବାତିଲ କରିଥିଲେ ଦୁଇ ଅମ୍ପାୟାର । ଏହି ମ୍ୟାଚରେ ସଞ୍ଜୁ ସାମସନ ବିଫଳ ହୋଇଥିଲେ । ୭ ବଲରେ ମାତ୍ର ୧ ରନ୍ କରିଥିଲେ । ଅଭିଷେକ ଶର୍ମା ୨୪ ବଲରେ ୫୯ ରନ୍ କରିଥିଲେ । ଇଶାନ କିଷନ ଖାତା ଖୋଲି ପାରିନଥିଲେ । ଅଧିନାୟକ ଶ୍ରେୟସ ଆୟର ୪୭ ବଲରେ ୬୮ ରନର ଇନିଂସ ଖେଳିଥିଲେ । ତିଲକ ବର୍ମା ୧୩ ଓ ଶିବମ ଦୁବେ ୪୨ ରନ୍ କରିଥଲେ । ଆଇପିଏଲ୍‌ରେ ବିସ୍ଫୋରଣ ପରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବ୍ୟାଟିଂ ବସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଼ଡେବ୍ୟୁ କରିବାକୁ ସୁଯୋଗ ମିଳିନାହିଁ ।