09 JULY 2026

Welcome!

Unlock your personalized experience.
Sign Up

India UK FTA : ୧୫ ଜୁଲାଇରୁ ଲାଗୁ ହେବ ଭାରତ-ବ୍ରିଟେନ ଏଫ୍‌ଟିଏ, ଶସ୍ତା ହେବ ବ୍ରିଟେନ କାର୍‌-ହ୍ୱିସ୍କି

Jul 09, 2026 - 11:20
India UK FTA : ୧୫ ଜୁଲାଇରୁ ଲାଗୁ ହେବ ଭାରତ-ବ୍ରିଟେନ ଏଫ୍‌ଟିଏ, ଶସ୍ତା ହେବ ବ୍ରିଟେନ କାର୍‌-ହ୍ୱିସ୍କି

ନୂଆଦିଲ୍ଲୀ, ୯/୭ : ୧୫ ଜୁଲାଇରୁ ଲାଗୁ ହେବ ଭାରତ ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି । ଏହା ପରେ ଭାରତ ପ୍ରସ୍ତୁତ କରୁଥିବା ୯୦% ସାମଗ୍ରୀ ବିଟ୍ରେନକୁ ଶୂନ ଟାରିଫରେ ରପ୍ତାନି ହେବ । ଅନ୍ୟପଟେ ୟୁକେର ୯୯% ସାମଗ୍ରୀ ୩% ହାରାହାରି ଟାରିଫରେ ଆମଦାନି କରାଯିବ। ଭାରତରେ ବ୍ରିଟେନର କାର୍, ହ୍ୱିସ୍କି, ପୋଷାକ, ଫୁଟ୍ୱେର ୭ ଦିନ ପରେ ଶସ୍ତା ହେବ। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ କାରବାରକୁ ୨ ଗୁଣ କରି ୧୨୦ ବିଲିୟନ ଡଲାର ଛୁଇଁବା ସମ୍ଭାବନା ରହିଛି।

୩ ବର୍ଷର ପ୍ରାୟ ୧୪ଟି ପର୍ଯ୍ୟାୟରେ ଆଲୋଚନା କରିବା ପରେ ୨୦୨୫ ଜୁଲାଇ ୨୪ରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବ୍ରିଟେନ ବାଣିଜ୍ୟ ମନ୍ତ୍ରୀ ଜୋନାଥନ ରେନଲ୍ଟସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ଏହି ବାଣିଜ୍ୟ ଚୁକ୍ତିକୁ ଲାଗୁ କରିବା ପୂର୍ବରୁ ବର୍ତ୍ତମାନ ଉଭୟ ଦେଶର ବାଣିଜ୍ୟ ଏବଂ କମ୍ପାନି ଗୁଡିକ ନିକଟରେ ପ୍ରସ୍ତୁତି ଲାଗି ଗୋଟିଏ ମାସରୁ କମ୍ ସମୟ ରହିଛି । ଭାରତରେ ଅବସ୍ଥାପିତ ବ୍ରିଟେନ ଉଚ୍ଚାୟୁକ୍ତ ଲିଣ୍ଡି କ୍ୟାମେରନ ଏକ୍ସରେ ଲେଖିଛନ୍ତି, ୧୫ ଜୁଲାଇରୁ ମୁକ୍ତ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବ । ଏହା ଭାରତ ଏବଂ ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କର ଐତିହାସିକ କ୍ଷଣ । ଏହାଦ୍ୱାରା ଉଭୟ ଦେଶର ଅର୍ଥନୀତି ନୂଆଗତି ମିଳିବ।

ଆହୁରି ପଢନ୍ତୁ- ନା ଚେକ୍ , ନା UPI... ୧୧୦,୦୦୦ର ଏକ ବାଇକ୍ କିଣିବାକୁ ୧୦ଟଙ୍କିଆ କଏନ୍ ଧରି ପହଞ୍ଚିଲେ ଯୁବକ

ୟୁରୋପୀୟବାସୀଙ୍କ ପାଇଁ କାହିଁକି ମାରାତ୍ମକ ହୋଇଥାଏ ହିଟଓ୍ବେଭ୍ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।