Horoscope : ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ବିଗିଡ଼ିପାରେ !
ମେଷ : ଘାତବାର ଓ ଏକାଦଶ ଚନ୍ଦ୍ର, ଦ୍ୱାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ରାତ୍ରି ୯ଟା ୩୭ ମିନିଟ୍ ପର୍ଯ୍ୟନ୍ତ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ଖର୍ଚ୍ଚ ଅପେକ୍ଷା ସଞ୍ଚୟ ଅଧିକ ରହିବ ଏବଂ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଦ୍ୱିଜା ମେଷ,ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।
ବୃଷ : ଘାତତିଥି ଓ ଦଶମ, ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ମିଳିବ ନାହିଁ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : କଫି, ସଂଖ୍ୟା :୬, ଆରାଧନା : ଭଗବାନ ବିଷ୍ଣୁ ।
ମିଥୁନ : ଅପରାହ୍ଣ ୩ଟା ୨୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପଦସ୍ଥ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ଯଥାସମ୍ଭବ ବାକ୍ ସଂଯମତା ରକ୍ଷା କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଅପରାହ୍ଣ ୩ଟା ୪୭ ମିନିଟ୍ ପରେ ଦଶମ ଚନ୍ଦ୍ର ଭୋଗ ପରେ ସମସ୍ତ କର୍ମରେ ଶୁଭଫଳ ମିଳିବ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା : ମା’ ଷୋଡ଼ଶୀ ।
କର୍କଟ : ଅଷ୍ଟମ ଚନ୍ଦ୍ର, ଚତୁର୍ଥୀ ତିଥି ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ । ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ କର୍କଟ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ଧଳା, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ୱରୀ ।
ସିଂହ : ଅପରାହ୍ଣ ୩ଟା ୨୭ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଓ ରବିବାର ତଥା ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ଦାମ୍ପତ୍ୟ ଜୀବନରେ ମଧୁରତା ଓ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ଆମୋଦପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଧନ ବ୍ୟୟ କରିବେ ଏବଂ ପରିବାର ପ୍ରତି ଅଧିକ ଧ୍ୟାନ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ । ଯେଉଁମାନଙ୍କର ଫୂର୍ବାଫାଲ୍ଗୁନୀ ସିଂହ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ଛିନ୍ନମସ୍ତା ।
କନ୍ୟା : ଷଷ୍ଠ ଓ ସପ୍ତମ ଚନ୍ଦ୍ର ଓ ରବିବାର ଯୋଗୁ ରୋଗ, ଋଣ, ଦୁଃଖ, ଶୋକ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଶତ୍ରୁମାନେ ବଶୀଭୂତ ହେବେ । ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୪, ଆରାଧନା : ମା’ ଛିନ୍ନମସ୍ତା ।
ତୁଳା : ଅପରାହ୍ଣ ୩ଟା ୨୭ ମିନିଟ୍ ପର୍ଯ୍ୟନ୍ତ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ହ୍ରାସ ପାଇବ ଓ ମନ ଅସ୍ଥିର ତଥା ବିଷାଦଗ୍ରସ୍ତ ରହିବ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ତାନମାନଙ୍କ ଶିକ୍ଷା, ଦୀକ୍ଷା, କର୍ମକୁ ନେଇ ଚିନ୍ତିତ ହେବେ ଏବଂ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବାଧାବିଘ୍ନ ଲାଗି ରହିବ । ଅପରାହ୍ଣ ୩ଟା ୨୭ ମିନିଟ୍ ପରେ ଷଷ୍ଠ ଚନ୍ଦ୍ର ଭୋଗ ହେବା ପରେ ସମସ୍ତ କର୍ମରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମା’ କମଳା ।
ବିଛା : ଚତୁର୍ଥୀ ତିଥି ଅପରାହ୍ଣ ୩ଟା ୨୭ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର, ରବିବାର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଇପ୍ସିତ ପଦାର୍ଥ ହାତ ପାହାନ୍ତାରେ ଉପଲବ୍ଧ ହେବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ ତଥା ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଅପରାହ୍ଣ ୩ଟା ୨୭ ମିନିଟ୍ ପରେ ପଞ୍ଚମ ଚନ୍ଦ୍ର ଭୋଗ ହେତୁ ସମସ୍ତ କର୍ମ ଓ ବ୍ୟବସାୟରେ ଅଶୁଭଫଳ ମିଳିବ । ଯେଉଁମାନଙ୍କର ଅନୁରାଧନା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।
ଧନୁ : ଅପରାହ୍ନ ୩ଟା ୨୭ ମିନିଟ୍ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର, ରବିବାର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ, ବନ୍ଧୁବାନ୍ଧବଙ୍କ ସହ ସତ୍ଭାବ, ପଡ଼ୋଶୀଙ୍କ ସହଯୋଗ ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଅପରାହ୍ଣ ୩ଟା ୨୭ ମିନିଟ୍ ପରେ ଘାତଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ । ଯେଉଁମାନଙ୍କର ପୁର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ମା’ ତାରା ।
ମକର : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଓ ଚତୁର୍ଥୀ ତିଥି ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ ଏବଂ ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଅପରାହ୍ଣ ୩ଟା ୨୭ ମିନିଟ୍ ପରେ ତୃତୀୟ ଚନ୍ଦ୍ର ଭୋଗ ପରେ ସମସ୍ତ କର୍ମରେ ଶୁଭଫଳ ମିଳିବ । ଯେଉଁମାନଙ୍କର ଧନିଷ୍ଠା ମକର, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : କଳା, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।
କୁମ୍ଭ : ଶ୍ରୀଚନ୍ଦ୍ର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପାପ୍ତି ହେବ । ସ୍ୱଜନ, ପରିଜନ, ପରିବାର ସଦସ୍ୟଙ୍କ ସହଯୋଗରେ ଉନ୍ନତିମୂଳକ କର୍ମରେ ଅଗ୍ରସର ହେବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଅପରାହ୍ଣ ୩ଟା ୨୭ ମିନିଟ୍ ପରେ ଦ୍ୱିତୀୟ ଚନ୍ଦ୍ର ଭୋଗ ହେଲେ ସମସ୍ତ କର୍ମରେ ଓ ବ୍ୟବସାୟରେ ଅଶୁଭ ଫଳ ମିଳିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ବିମଳା ।
ମୀନ : ଅପରାହ୍ଣ ୩ଟା ୨୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ, ବ୍ୟବସାୟରେ ଅଶୁଭଫଳ ମିଳିବ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ, ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ । ରୋଗ, ଋଣ, ଶତ୍ରୁରେ ସନ୍ତୁଳିତ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଅପରାହ୍ଣ ୩ଟା ୨୭ ମିନିଟ୍ ପରେ ଶ୍ରୀଚନ୍ଦ୍ର ଭୋଗ ହେବା ପରେ ସ୍ଥିତିରେ ସୁଧାର ଆସିବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ
ଯୋଗାଯୋଗ : ୯୪୩୭୧୩୩୪୭୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।