02 AUGUST 2026

Welcome!

Unlock your personalized experience.
Sign Up

ଦୁଇ ଦିନରେ ‘ରାମାୟଣ’ ଟ୍ରେଲର ରଚିଲା ଇତିହାସ, ୩୫କୋଟିରୁ ଅଧିକ ଭ୍ୟୁ ସହ କଲା ନୂଆ ରେକର୍ଡ଼

Aug 01, 2026 - 23:36
ଦୁଇ ଦିନରେ ‘ରାମାୟଣ’ ଟ୍ରେଲର ରଚିଲା ଇତିହାସ, ୩୫କୋଟିରୁ ଅଧିକ ଭ୍ୟୁ ସହ କଲା ନୂଆ ରେକର୍ଡ଼

ମୁମ୍ବାଇ,୧/୮ : ରଣବୀର କପୁର ଏବଂ ୟଶଙ୍କ ଅପକମିଂ ଫିଲ୍ମ ରାମାୟଣ ରିଲିଜ ପୂର୍ବରୁ ହିଁ ଏକ ଐତିହାସିକ ରେକର୍ଡ଼ କରିଛି । ପ୍ରକାଶ ଯେ, ଫିଲ୍ମର ଟ୍ରେଲର ରିଲିଜ ହେବାର ମାତ୍ର ୪୮ଘଣ୍ଟା ଭିତରେ ସବୁ ଅଫିସିଆଲ ପ୍ଲାଟଫର୍ମ୍ସରେ ୩୫କୋଟିରୁ ଅଧିକ ଭ୍ୟୁ ହାସଲ କରି ନେଇଛି । ଏହାସହ ଏହା ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ଫିଲ୍ମ ଟ୍ରେଲର ହୋଇଯାଇଛି । ଏହି ରେକର୍ଡ଼ ଏବେ ଫିଲ୍ମକୁ ବିଶ୍ବର ସବୁଠାରୁ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ କରିଛି ।

ଦୁଇଟି ପାର୍ଟରେ ନିର୍ମାଣଧିନ ଏହି ଫିଲ୍ମ ରାମାୟଣ ନିଜ ଶାନଦାର ଷ୍ଟାରକାଷ୍ଟ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବଡ଼ କ୍ରିଏଟିଭ ଟ୍ୟାଲେଣ୍ଟ୍ସ ସହ ଭାରତ ନୁହେଁ ବରଂ ବିଶ୍ବ ସାରା ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଆଣିଛି । ଲମ୍ବା ସମୟର ଅପେକ୍ଷା ପରେ ମେକର୍ସ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଏହାକୁ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ଟ୍ରେଲର ଇଣ୍ଟରନେଟରେ ଧୁମ୍ ମଚାଇଛି ଏବଂ ବିଶ୍ବ ସାରା ଲୋକ ଏହାକୁ ପ୍ରଶଂସା କରୁଛନ୍ତି ।

ଫିଲ୍ମ ସହ ଜଡ଼ିତ ଏକ ସୂତ୍ର କହିଛନ୍ତି, "ଭାରତ ଏବଂ ବିଶ୍ୱର ଦର୍ଶକଙ୍କଠାରୁ ରାମାୟଣ ଟ୍ରେଲରକୁ ଏତେ ଭଲ ପାଇବା ଦେଖିବା ଆମ ପାଇଁ ଅତ୍ୟନ୍ତ ଭାବପ୍ରବଣ ଏବଂ ଗର୍ବର ବିଷୟ। ଏହା ଦର୍ଶାଏ ଯେ ରାମାୟଣ ଏବେ ବି ସବୁ ପୀଢ଼ି ଏବଂ ସଂସ୍କୃତିର ଲୋକଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ଅଛି। ମାତ୍ର ୪୮ଘଣ୍ଟା ମଧ୍ୟରେ ୩୫କୋଟିରୁ ଅଧିକ ଭ୍ୟୁ ମିଳିବା କେବଳ ଫିଲ୍ମ ପ୍ରତି ଲୋକଙ୍କ ଉତ୍ସାହକୁ ପ୍ରତିଫଳିତ କରେ ନାହିଁ, ବରଂ ଏହି ମହାନ କଥା ସହିତ ସେମାନଙ୍କର ଭାବପ୍ରବଣ ସମ୍ପର୍କକୁ ମଧ୍ୟ ଦେଖାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।