15 JULY 2026

Welcome!

Unlock your personalized experience.
Sign Up

Gut Health Facts: ଗଟ୍‌ ହେଲଥ୍ ସଂପର୍କିତ ଏହି କଥାରେ ଭରସା କରିବା ପଡ଼ିପାରେ ମହଙ୍ଗା

Jul 14, 2026 - 22:27
Gut Health Facts:  ଗଟ୍‌ ହେଲଥ୍ ସଂପର୍କିତ ଏହି କଥାରେ ଭରସା କରିବା ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ - Gut Healthର ଏହା ଅର୍ଥ ଯେ, ଏହା ଆପଣଙ୍କର ପୂରା ପେଟର ସ୍ୱାସ୍ଥ୍ୟକୁ ଦର୍ଶାଇ ଥାଏ। ଗଟ୍ ସହ ଅନେକ ଜିନିଷ ଯୋଡ଼ି ହୋଇ ରହିଛି , ଯେଉଁଥିରେ ଅନ୍ତଃନଳୀର ହେଲଥ୍ ଉପରେ ସବୁଠୁ ଅଧିକ ଫୋକସ କରାଯାଏ। ଏଥିରେ କେବଳ ପେଟ ନୁହେଁ, ଛୋଟ ବଡ଼ ଅନ୍ତଃନଳୀ ,ଭୋଜନ ନଳୀ ,ଲିଭର , ପାନକ୍ରିଆଜ ଓ ଭଲ ବ୍ୟାକ୍ଟେରିଆ ସାମିଲ ହୋଇଥାନ୍ତି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅନେକ କଥା ରହିଛି।ଏଥିରେ ସବୁଠୁ ବଡ଼ କଥା ହେଉଛି , ଗଟ୍ ହେଲଥ(Gut Health)ର ଅର୍ଥ କେବଳ ପେଟ୍ ସଂପର୍କିତ। ହେଲେ ଏହା ହିଁ କେବଳ ନୁହେଁ, ଏହି ଟପିକରେ ଟିଭି -୯ ଡାକ୍ତର ସାଦ ଅନୱର (ସିନିୟର କନ୍ସଲଟେଣ୍ଟ , ଗ୍ୟାଷ୍ଟ୍ରୋ ସର୍ଜରୀ ଅପୋଲୋ ସ୍ପେକ୍ଟ୍ରା ହସ୍ପିଟାଲ) ଙ୍କ ସହ ବିଶେଷ ଆଲୋଚନା କରିଥିଲା। ତାଙ୍କର କହିବାନୁସାରେ , ଆଜିକାଲି ଗଟ୍ ହେଲଥ୍ ଶବ୍ଦ ଖୁବ୍ ଶୁଣିବାକୁ ମିଳିଥାଏ , ହେଲେ ଏହା ବିଷୟରେ ଅନେକ ଭୁଲ ଓ ଭ୍ରମ ମଧ୍ୟ ପ୍ରସାରିତ ହୋଇଛି। ଆସନ୍ତୁ ଏହା ସହ ଜଡ଼ିତ କିଛି ଜରୁରି କଥା ଜାଣିବା –

Gut Health କଣ ? ବିଶେଷଜ୍ଞଙ୍କ କହିବାନୁସାରେ , ଏହାର ଅର୍ଥ କେବଳ ପେଟର ଠିକ୍ ରହିବା ନୁହେଁ , ବରଂ ଆମର ଅନ୍ତଃନଳୀରେ ଥିବା ଭଲ ବ୍ୟାକ୍ଟେରିଆର ସନ୍ତୁଳନ , ସଠିକ୍ ପାଚନ ଓ ପୋଷକ ତତ୍ତ୍ୱ ଗୁଡ଼ିକର ଉଚିତ୍ ଅବଶୋଷଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବିଶେଷଜ୍ଞଙ୍କ ମତରେ ଯଦି ଖାଦ୍ୟ ଠିକରେ ହଜମ ହୁଏ , ନ୍ୟୁଟ୍ରିଏଣ୍ଟସ ପୋଷଣ ହେଉଥାଏ, ପେଟ ସଫା ରହିଥାଏ ଏବଂ ଅନ୍ତଃନଳୀରେ ଭଲ ବ୍ୟାକ୍ଟେରିଆର ସନ୍ତୁଳିତ ରହେ ତ ଆପଣଙ୍କ Gut Health ଭଲ ଅଛି।

Gut Health କାହିଁକି ଜରୁରୀ ? Gut Healthର ସିଧାସଳଖ କନେକ୍ସନ ଆମର ଆନ୍ତଃ ସହ ରହିଛି । ଏହାକୁ ଶରୀରର ମସ୍ତିଷ୍କ କୁହାଯାଏ। ଅନ୍ତଃନଳୀର ସଂଯୋଗ କେବଳ ପାଚନ ସହ ନୁହେଁ , ବରଂ ଇମ୍ୟୁନିଟି, ମେଣ୍ଟାଲ ହେଲଥ୍ ଓ ଶରୀରର ଅନ୍ୟ ଅଙ୍ଗ ଗୁଡ଼ିକ ସହ ମଧ୍ୟ ରହିଛି।ଇମ୍ୟୁନିଟି କଥା ଯଦି କହିବା ତ ଶରୀରର ୭୦ ପ୍ରତିଶତ ଇମ୍ୟୁନି ସିଷ୍ଟମ ଅନ୍ତଃନଳୀ ସହ ଜଡ଼ିତ ହୋଇଥାଏ। ସୁସ୍ଥ ଗଟ୍ ହାନିକାରକ ବ୍ୟାକ୍ଟେରିଆ ଓ ଇନଫେକ୍ସନରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

Gut Health ସହ ଜଡ଼ିତ କଥା ଜାଣନ୍ତୁ ଏକ୍ସପର୍ଟଙ୍କ ଠାରୁ –

ଡିଟାକ୍ସ ଡ୍ରିଙ୍କ୍ ସହ ଜଡ଼ିତ ମିଥ୍ - ଡାକ୍ତର ସାଦ୍ ଅନୱର କୁହନ୍ତି ଯେ, ଅନେକ ଲୋକ ବିଶ୍ୱାସ କରନ୍ତି ଯେ,ପ୍ରତିଦିନ ପ୍ରୋବାୟୋଟିକ୍ ସପ୍ଲିମେଣ୍ଟ ନେବା କିମ୍ୱା ଡିଟାକ୍ସ ଡ୍ରିଙ୍କ୍ ପିଇବା ଦ୍ୱାରା Gut Health ଆପେ ଆପେ ଭଲ ହୋଇ ଯାଏ। ହେଲେ ଏହା ଠିକ୍ ନୁହେଁ। ପ୍ରତି ବ୍ୟକ୍ତିଙ୍କ ଅନ୍ତଃନଳୀ ନିଶ୍ଚୟ ଅଲଗା ରହିଥାଏ ଏବଂ ଡାକ୍ତରଙ୍କ ପରାମର୍ଶ ବିନା ସର୍ବଦା ଫଳପ୍ରଦ ନୁହେଁ।

Gutକୁ ନେଇ ଦ୍ୱନ୍ଦ୍ୱ - ଆଉ ଏକ କଥା ଏହା ଯେ, ଯଦି ପେଟରେ ଯନ୍ତ୍ରଣା , ଗ୍ୟାସ କିମ୍ୱା କୋଷ୍ଠକାଠିନ୍ୟ ନାହିଁ ତ ଗଟ୍ ସଂପୂର୍ଣ୍ଣ ସୁସ୍ଥ। ହେଲେ ଅନେକ ଥର ଗଟ୍ ସହ ଜଡ଼ିତ ସମସ୍ୟା ସ୍ପଷ୍ଟ ଲକ୍ଷଣ ବିନା ମଧ୍ୟ ହୋଇପାରେ।

ଏମିତି ଠିକ୍ ରଖନ୍ତୁ ଗଟ୍ ହେଲଥ୍ – ଏହାକୁ ଉତ୍ତମ ରଖିବା ପାଇଁ ସନ୍ତୁଳିତ ଆହାର , ପର୍ଯ୍ୟାପ୍ତ ଫାଇବର , ଦହି ଭଳି ପ୍ରାକୃତିକ ପ୍ରୋବାୟୋଟିକ୍ ଜିନିଷ, ପର୍ଯ୍ୟାପ୍ତ ପାଣି , ନିୟମିତ ବ୍ୟାୟାମ ଓ ଭଲ ନିଜ ସବୁଠୁ ଅଧିକ ଜରୁରୀ।

ଆଣ୍ଟିବାୟୋଟିକ୍ସର ଭୂମିକା – ବିନା ଆବଶ୍ୟକରେ ଆଣ୍ଟିବାୟୋଟିକ୍ ଔଷଧର ସେବନ କରିବାକୁ ନିବୃତ୍ତ ରହିବା ଉଚିତ୍, କାରଣ ଏଥିରେ ଅନ୍ତର ଭଲ ବ୍ୟାକ୍ଟେରିଆ ପ୍ରଭାବିତ ହୋଇ ପାରନ୍ତି।କୌଣସି ବି ଦୀର୍ଘ ସମୟ ଧରି ରହୁଥିବା ପାଚନ ସମ୍ୱନ୍ଧୀୟ ସମସ୍ୟାକୁ ଅଣଦେଖା କରିବା ପରିବର୍ତ୍ତେ ବିଶେଷଜ୍ଞଙ୍କ ପରାମର୍ଶ ନେବା ସବୁଠୁ ଉତ୍ତପ ପଦକ୍ଷେପ।

ଦହିରେ ଗଟ୍ ହେଲଥର ଯତ୍ନ – ଲୋକେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ,ଯଦି ସେ ଦହି ଖାଉଛନ୍ତି ତ ଏଥିରେ ତାଙ୍କର ଗଟ୍ ହେଲଥ୍ ସର୍ବଦା ଠିକ୍ ରହିଥାଏ। ଏହା ପ୍ରୋବାୟୋଟିକର ଉତ୍ତର ସୋର୍ସ, ହେଲେ ଏହା ଉପରେ ମଧ୍ୟ ଭରସା କରିବା ଠିକ୍ ନୁହେଁ। ଏକ୍ସପର୍ଟଙ୍କ ମୁତାବିକ ଗଟ୍ ହେଲଥ୍ କୁ ସୁସ୍ଥ ରଖିବା ପାଇଁ ଫାଇବର , ବାଲାନ୍ସ ଡାଇଟ୍, ଫିଜିକାଲି ଆକ୍ଟିଭ୍ ରହିବା,ଭଲ ନିଦ ସହ ଭଲ ଲାଇଫଷ୍ଟାଇଲ୍ ଜରୁରୀ।

ଆହୁରି ମଧ୍ୟ ପଢନ୍ତୁ - Cancer Risk Study: ନୂଆ ରିସର୍ଚ୍ଚରୁ ଖୁଲାସା, ୩୦ ମିନିଟ୍‌ରୁ ଅଧିକ ବସିଲେ ବଢିପାରେ କ୍ୟାନ୍ସର ଆଶଙ୍କା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।