05 JULY 2026

Welcome!

Unlock your personalized experience.
Sign Up

FIFA World Cup 2026: ୮ଟି ୟେଲୋ କାର୍ଡ ସହ ୩ ଗୋଲ୍, ଦମଦାର ବିଜୟ ସହ କାନାଡାକୁ ବିଦା କରି କ୍ୱାର୍ଟରଫାଇନାରେ ମରକ୍କୋ

Jul 05, 2026 - 08:31
FIFA World Cup 2026: ୮ଟି ୟେଲୋ କାର୍ଡ ସହ ୩ ଗୋଲ୍, ଦମଦାର ବିଜୟ ସହ କାନାଡାକୁ ବିଦା କରି କ୍ୱାର୍ଟରଫାଇନାରେ ମରକ୍କୋ

ମାୟାମୀ,୦୫/୦୭: ଚଳିତ ବିଶ୍ୱକପ୍‌ରେ  ପ୍ରଥମ ଦଳ ଭାବେ ମରକ୍କୋ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ରାଉଣ୍ଡ ୧୬ ମୁକାବିଲାରେ ଦଳ ୩-୦ ଗୋଲ୍‌ରେ ଆୟୋଜକ କାନାଡ଼ାକୁ ପରାସ୍ତ କରିଥିଲା । ମ୍ୟାଚର ପ୍ରଥମାର୍ଦ୍ଧରେ କାନାଡ଼ାର ଆଧିପତ୍ୟ ରହିଥିଲା । ହେଲେ ଦ୍ୱିତୀୟାର୍ଦ୍ଧରେ ମରକ୍କୋ ଶୃଙ୍ଖଳିତ ପ୍ରଦର୍ଶନ କରି କାନାଡ଼ାକୁ ଅଟକାଇବାରେ ସଫଳ  ହୋଇଥିଲା । ଏଥିସହ ୩ଟି ଗୋଲ୍‌ ଦେଇ ବିଜୟ  ହାସଲ କରିଥିଲା । ଆଜେଡିନ ଉନାହି  ଯଥାକ୍ରମେ ୫୦ ଓ  ୮୨ତମ  ମିନିଟ୍‌ରେ  ୨ଟି ଗୋଲ୍‌ ଦେଇଥିଲେ । ସେହିପରି ସୁଫିଆନ  ରହିମି ୯୦+୮ ତମ ମିନିଟ୍‌ରେ ତୃତୀୟ  ଗୋଲ୍‌ ସ୍କୋର କରିଥିଲେ ।

କାନାଡ଼ା  ପ୍ରଥମ ଆୟୋଜକ ଦଳ ଭାବେ ବିଶ୍ୱକପ୍‌ରୁ  ବିଦାୟ ନେଇଥିଲା । ମରକ୍କୋ କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ  ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ  କରିଛି । ୨୦୨୨ କତାର ବିଶ୍ୱକପ୍‌ରେ ଦଳ  ସେମି ଫାଇନାଲ୍‌ରେ ଫ୍ରାନ୍ସ ଠାରୁ ପରାଜିତ  ହୋଇଥିଲା । ଏହାପରେ ତୃତୀୟ ସ୍ଥାନ ପାଇଁ  ଅନୁଷ୍ଠିତ ମୁକାବିଲାରେ କ୍ରୋଏସିଆ ଠାରୁ  ପରାଜିତ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  ଦ୍ବିତୀୟ ଟି-୨୦ : ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ମରକ୍କୋ ମୋଟ୍‌ ୭ଥର  ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛି ଓ ଦ୍ୱିତୀୟ  ଥର କ୍ୱାର୍ଟରରେ ପ୍ରବେଶ କରିଛି । ୧୯୭୦ରେ  ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିଥିଲା ଓ  ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଏହାପରେ  ଦଳ ୧୯୮୬ ବିଶ୍ୱକପ୍‌ରେ ପ୍ରଥମ କରି ନକ୍‌  ଆଉଟ୍‌ରେ ପ୍ରବେଶ କରିଥିଲା । ୧୯୯୪, ୧୯୯୮  ଓ ୧୦୧୮ ବିଶ୍ୱକପ୍‌ରେ ମରକ୍କୋ ଗ୍ରୁପ୍‌ ପର୍ଯ୍ୟାୟରୁ  ବିଦାୟ ନେବା ପରେ ୨୦୨୨ ବିଶ୍ୱକପ୍‌ରେ ଚତୁର୍ଥ  ସ୍ଥାନ ଦଖଲ କରିଥିଲା ।