05 JULY 2026

Welcome!

Unlock your personalized experience.
Sign Up

Tamil Nadu Gas Tragedy: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଶ୍ରମିକ, ୧୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

Jul 05, 2026 - 11:38
Tamil Nadu Gas Tragedy: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଶ୍ରମିକ, ୧୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେନ୍ଦୁ ୦୫/୦୭:  ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ଘଟଣା ।ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ  ୨୩ ବର୍ଷିୟ ଝିଅ ରୋହିଣୀ ଜୁଆଙ୍ଗ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା  ୧୫କୁ ବୃଦ୍ଧି
ପାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରୋହଣୀଙ୍କ ମୃତଦେହ ଗାଁରେ ପହଞ୍ଚିଛି ।  ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସୂଚନା ମିଳିଛି।  ଗ୍ୟାସ ଟ୍ରାଜେଡିରେ ମୋଟ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଥିବା ବେଳେ ଏହାରି ଭିତରେ  କେବଳ କେନ୍ଦୁଝର ଜିଲ୍ଲାର ୧୪ ଜଣ ଅଛନ୍ତି ।