02 JULY 2026

Welcome!

Unlock your personalized experience.
Sign Up

Electricity Dues : ବିଇଓଙ୍କୁ କଡ଼ା ନିର୍ଦ୍ଦେଶ, ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ ନ ହେଲେ କାର୍ଯ୍ୟାନୁଷ୍ଠାନ

Jul 02, 2026 - 20:00
Electricity Dues : ବିଇଓଙ୍କୁ କଡ଼ା ନିର୍ଦ୍ଦେଶ, ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ ନ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୭।୨ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ  ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ । ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ କର , ନ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ଦେଶରେ ଦର୍ଶାଯାଇଛି ଯେ ବିଦ୍ୟୁତ ବକେୟା ପୈଠ ପାଇଁ ବ୍ଲକଭିତ୍ତିକ ଟଙ୍କା ପୂର୍ବରୁ ଆବଣ୍ଟିତ ହୋଇଛି। ଏଣୁ ସାତ ଦିନ ମଧ୍ୟରେ ଉକ୍ତ ଟଙ୍କାକୁ ଉଠାଣ ଓ ବଣ୍ଟନ କରି ବିଲ୍ ଦାଖଲ ସୁନିଶ୍ଚିତ କରିବାକୁ ହେବ। ନଚେତ୍ ସଂପୃକ୍ତ ଖିଲାପକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକର ବକେୟା ବିଦ୍ୟୁତ ବିଲ୍ ପୈଠ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୧୧ରେ ଏନେଇ ନିର୍ଦ୍ଦେଶ ପୂର୍ବରୁ ଜାରି ହୋଇଛି। ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବଙ୍କ ଜୁନ୍ ୩୦ ତାରିଖର ନିର୍ଦ୍ଦେଶକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବକେୟା ବିଦ୍ୟୁତ ବିଲ୍ ପୈଠର ଅଗ୍ରଗତି ଉପରେ ନିୟମିତ ନଜର ରଖିବା, ପ୍ରତ୍ୟେକ ବ୍ଲକର ସ୍ଥିତି ସମୀକ୍ଷା କରିବା ଏବଂ ଅନୁପାଳନ ରିପୋର୍ଟ ସଂଗ୍ରହ କରିବାକୁ କହିଛନ୍ତି। ଅର୍ଥାତ୍ କେବଳ ଅର୍ଥ ଆବଣ୍ଟନ କରିଦେଲେ ଚଳିବ ନାହିଁ, ବରଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଦ୍ୟୁତ ବିଲ୍ ପରିଶୋଧ ହୋଇଥିବା ସୁନିଶ୍ଚିତ କରିବାର ଦାୟିତ୍ୱ ମଧ୍ୟ ଜିଲ୍ଲା ସ୍ତରର ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି।

ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ, ବିଭିନ୍ନ ସ୍କୁଲରେ ଦୀର୍ଘଦିନ ଧରି ବିଦ୍ୟୁତ ବିଲ୍ ବକେୟା ରହିଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଯେପରି ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଡିଜିଟାଲ ଶିକ୍ଷା ଓ ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ନ କରେ, ସେଥିପାଇଁ ସରକାର ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ତୁରନ୍ତ ପୈଠକ ପ୍ରକ୍ରିୟା ଶେଷ କରିବାକୁ ତାଗିଦ କରିଛନ୍ତି।

ଆହୁରି ପଢନ୍ତୁ : ଖୁବ ଶୀଘ୍ର ଆସିବ ସଂଶୋଧିତ ଲକ୍ଷ୍ମୀ ପୁରାଣ, ଏକ କୋଟି ବହି ବାଣ୍ଟିବେ ସରକାର