Deep Fake Video : କିଏ ତିଆରି କଲା ପ୍ରଧାନମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡ଼ିଓ
ନୂଆଦିଲ୍ଲୀ,୧/୮ : ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆରେ ଜେନ-ଜୀଙ୍କ ସହ ଯୋଗାଯୋଗ କରୁଛନ୍ତି । ଏହାକୁ ନେଇ ସେ ଗତ କିଛିଦିନରେ କେତେକ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହାପରେ ବୃଦ୍ଧି ପାଇବାରେ ଲାଗିଛି ପ୍ରଧାନମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡ଼ିଓ । ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାର ଖାସ୍ ଲକ୍ଷ୍ୟରେ ଡିପ୍ ଫେକ୍ ଭିଡ଼ିଓର ସଂଖ୍ୟାରେ ଅଚାନକ ବୃଦ୍ଧି ପାଉଥିବା ଦେଖିବାକୁ ପାଇଛି । ଏଭଳି ଭିଡ଼ିଓର କାରଣ ଯୁବକଙ୍କୁ ପିଏମଙ୍କୁ ଟାର୍ଗେଟ କରିବା ଲାଗି ଉତ୍ସାହିତ କରିବା ବୋଲି କୁହାଯାଉଛି ।
ରିପୋର୍ଟ ଅନୁସାରେ, ଏଭଳି ବହୁତ ସାରା ଭିଡ଼ିଓ ଦ୍ରୁତଗତିରେ ସର୍କୁଲେଟ ହେଉଛି । ଯେଉଁଥିରେ ଦାବି କରାଯାଉଛି କି ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଜନ୍ତର-ମନ୍ତର ପ୍ରୋଟେଷ୍ଟରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଭାବୁଛନ୍ତି । ପାକିସ୍ତାନୀ ହ୍ୟାଣ୍ଡେଲ୍ସ ଯାହା ବି ଭିଡ଼ିଓ ଅନଲାଇନ ପକାଇବାକୁ ପ୍ରୟାସ କରୁଛନ୍ତି, ସେଥିରୁ ପ୍ରାୟ ସବୁ କେବଳ ପିଏମ୍ ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି । ଏଭଳି ଫେକ୍ ଭିଡ଼ିଓରେ ଏହାବି ଦେଖାଯାଉଛି କି ପିଏମ୍ ମୋଦୀ ଛାତ୍ରଛାତ୍ରୀଙ୍କ ବିପକ୍ଷରେ କିଭଳି ଆକ୍ସନ ନେବାକୁ ଚାହୁଁଛନ୍ତି । ପିଏମ୍ ମୋଦୀଙ୍କ ଏଭଳି କିଛି ଡିପ୍ ଫେକ୍ ଭିଡ଼ଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦାବି କରାଯାଉଛି କି ପ୍ରଧାନମନ୍ତ୍ରୀ ମୋଦୀ ଜନ୍ତର-ମନ୍ତରରେ ପ୍ରୋଟେଷ୍ଟ କରିଥିବା ଛାତ୍ରଛାତ୍ରୀଙ୍କୁ ଧମକ ଦେଉଛନ୍ତି ।
ପିଆଇବି ଫ୍ୟାକ୍ଟ ଚେକରେ ଏହି ଭିଡ଼ିଓକୁ ଖଣ୍ଡନ କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ ପିଆଇବି ସ୍ପଷ୍ଟ କରିଛି କି ଏହା ପାକିସ୍ତାନୀ ପ୍ରୋପାଗେଣ୍ଡା ଆକାଉଣ୍ଟରୁ ଏକ ଫର୍ଜି ଭିଡ଼ିଓ ସେୟାର କରାଯାଉଛି । ଯେଉଁଥିରେ ଭୁଲ୍ ଦାବି କରାଯାଇଛି କି ପ୍ରଧାନମନ୍ତ୍ରୀ ମୋଦୀ ଜନ୍ତର- ମନ୍ତର ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନର କଥା କହିଛନ୍ତି । ପିଆଇବି କହିଛି କି ଏହି ଭିଡ଼ିଓ ଫର୍ଜି ଅଟେ । ପ୍ରଧାନମନ୍ତ୍ରୀ ଛାତ୍ର ପ୍ରଦର୍ଶନକାରୀଙ୍କ ସମ୍ବନ୍ଧରେ ଏଭଳି କୌଣସି ବୟାନ ଦେଇନାହାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।