DC LSG Trade Deal: ଲକ୍ଷ୍ନୌ ପନ୍ତଙ୍କୁ ଛାଡ଼ିବା ପଛର ବଡ଼ କାରଣ କହିଲେ ଆଭେସ୍ ଖାନ୍

Jun 25, 2026 - 17:59
DC LSG Trade Deal: ଲକ୍ଷ୍ନୌ ପନ୍ତଙ୍କୁ ଛାଡ଼ିବା ପଛର ବଡ଼ କାରଣ କହିଲେ ଆଭେସ୍ ଖାନ୍

ନୂଆଦିଲ୍ଲୀ: ଘରକୁ ଫେରିଛନ୍ତି ପନ୍ତ । ବାଣିଜ୍ୟିକ ଚୁକ୍ତିରେ ପନ୍ତଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ । ପନ୍ତଙ୍କ ବଦଳରେ କୁଲଦୀପ ଯାଦବ ଲକ୍ଷ୍ନୌରେ ସାମିଲ ହୋଇଛନ୍ତି । ଆଇପିଏଲର ସବୁଠାରୁ ଦାମୀ ଖେଳାଳି ହୋଇଥିବା ପନ୍ତଙ୍କୁ ଛାଡ଼ିବା ପରେ ଲାଗି ରହିଛି ଚର୍ଚ୍ଚା । ଯାହାକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବଡ଼ ସୂଚନା ଦେଇଛନ୍ତି ଦ୍ରୁତ ବୋଲର ଆଭେସ୍ ଖାନ୍ ।

ସେ କହିଛନ୍ତି କି, ଅଦଳ ବଦଳ କରିବା ନିଷ୍ପତ୍ତି ଉଭୟ ଦଳକୁ ଫାଇଦା ଦେବ । ଏହି ନିଷ୍ପତ୍ତି ଏକ ବିଜୟ ନିଷ୍ପତ୍ତି କୁହାଯାଇପାରେ । ଚଳିତ ସିଜିନରେ ପନ୍ତଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଲକ୍ଷ୍ନୌ ଏଭଳି ଏକ ନିଷ୍ପତ୍ତି ନେଇଛି । ଏହା ଏକ ଦଳ ପରିଚାଳନା ନିଷ୍ପତ୍ତି । ଉଭୟ ଫ୍ରାଞ୍ଚାଇଜ୍ ନିଜର ଆବଶ୍ୟକତାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଆଭେସ୍ ।

ଦିଲ୍ଲୀକୁ ପନ୍ତଙ୍କ ଆବଶ୍ୟକତା ରହିଥିବାବେଳେ ଆମ ଟିମରେ କୁଲଦୀପଙ୍କ ଭଳି ବୋଲର ଆବଶ୍ୟକ ଥିଲେ । ଚାଇନାମ୍ୟାନ ଭାବେ ପରିଚିତ ଥିବା କୁଲଦୀପ ଜଣେ ଅନ୍ତର୍ଜାତୀୟ କ୍ରିକେଟର । ଆମର ଘରୋଇ ଗ୍ରାଉଣ୍ଡରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନକୁ ହଇରାଣରେ ସହଯୋଗ କରିବେ କୁଲଦୀପ । ଏହାସହ ପନ୍ତଙ୍କ ଆବଶ୍ୟକ ଥିଲା ଦିଲ୍ଲୀ କ୍ୟାପିଟାଲ୍ସର । କହି ରଖୁଛୁ କି, ୧୫ କୋଟି ଟଙ୍କାରେ ଦିଲ୍ଲୀ ପନ୍ତଙ୍କୁ ଆଣିଥିବାବେଳେ ୧୩ କୋଟି ଟଙ୍କାରେ ଲକ୍ଷ୍ନୌରେ ସାମିଲ ହୋଇଛନ୍ତି କୁଲଦୀପ ।

ସେପଟେ ପନ୍ତ ଲକ୍ଷ୍ନୌ ଛାଡ଼ିବା ପରେ ଦଳ କାହାକୁ ଅଧିନାୟକ କରିବ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁଥିରେ ୩ ଜଣ ଦାବିଦାର ଥିବା କୁହାଯାଉଛି । ଅଷ୍ଟ୍ରେଲିୟ କ୍ରିକେଟର ମିଚେଲ ମାର୍ଶ ଆଗରେ ରହିଥିବାବେଳେ ଇଡେନ ମାକ୍ରମ ଏବଂ ନିକୋଲାସ ପୂରନଙ୍କ ନାମ ମଧ୍ୟ କୁହାଯାଉଛି । ଦଳ ପରବର୍ତ୍ତୀ ସିଜିନରେ କାହାକୁ ଦାୟିତ୍ବ ଦେବ ଏହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଦଳ ଦୁଇଟି ସିଜନରେ ଖରାପ ପ୍ରଦର୍ଶନ କରିଛି ।

ଏହାସହ ପଢ଼ନ୍ତୁ : Viral News: କିନ୍ନରଙ୍କ ସହ ଯୁବକଙ୍କ ପ୍ରେମ ବିବାହ, କାହାଣୀ ପଢ଼ିଲେ ଆପଣ ବି କହିବେ....