02 AUGUST 2026

Welcome!

Unlock your personalized experience.
Sign Up

CWG 2026: ଗ୍ଲାସଗୋରେ ଭାରତର ଭୁଲ ମାନଚିତ୍ରକୁ ନେଇ ବିବାଦ, ଅସନ୍ତୋଷ ବ୍ୟକ୍ତ କଲେ ମହିଳା ବକ୍ସର ଲଭଲିନ୍ ବୋରଗୋହେନ୍

Aug 02, 2026 - 15:29
CWG 2026: ଗ୍ଲାସଗୋରେ ଭାରତର ଭୁଲ ମାନଚିତ୍ରକୁ ନେଇ ବିବାଦ, ଅସନ୍ତୋଷ ବ୍ୟକ୍ତ କଲେ ମହିଳା ବକ୍ସର ଲଭଲିନ୍ ବୋରଗୋହେନ୍

ନୂଆଦିଲ୍ଲୀ,୨।୮: ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ରେ ଭାରତୀୟ ବକ୍ସର ଦମଦାର ଇତିହାସ ରଚିଛନ୍ତି। ଭାରତ ବକ୍ସିଂରେ ଏପର୍ଯ୍ୟନ୍ତ ନିଜର ସବୁଠାରୁ ଭଲ ପ୍ରଦର୍ଶନ କରି ବହୁ ଗୋଲ୍ହ ମେଡାଲ ଜିତିବାରେ ସଫଳତା ହାସଲ କରିଛି। ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିବା ଲଭଲିନ୍ ବୋରଗୋହନ୍ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ରେ ନିଜର କମାଲ ଦେଖାଇଛନ୍ତି। ଲଭଲିନା ମହିଳା ୭୫ କେଜି ବର୍ଗରେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିବା ପରେ କିଛି କଥାର ଆଲୋଚନା କରିଛନ୍ତି।

ଫାଇନାଲ ମ୍ୟାଚ୍ ହାରିବା ଯୋଗୁଁ ସ୍ୱର୍ଣ୍ଣ ପଦକ ଜିତି ନ ପାରିବାରୁ ସେ ଦୁଃଖ ପ୍ରକାଶ କରିବା ସହିତ, ସମଗ୍ର ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଆସାମର ବନ୍ୟା ପୀଡିତଙ୍କ ପାଇଁ ନିଜର ସଫଳତାକୁ ଉତ୍ସର୍ଗ କରି, ଲଭଲିନା ଏବେ ଆଗାମୀ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିବାକୁ ସଂକଳ୍ପ ନେଇଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ରେ ବକ୍ସିଂ ଖେଳ ଶେଷ ହେବା ମାତ୍ରେ ରିଙ୍ଗ ବାହାରେ ଏକ ବଡ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ଗ୍ଳାସଗୋର ପପୁଲାର ଭାରତୀୟ ରେଷ୍ଟୁରାଣ୍ଟ ‘ମିଷ୍ଟର ସିଂହ ଇଣ୍ଡିଆ’କୁ ନେଇ ରହିଛି। ଖେଳରେ ସଫଳତା ପରେ ଭାରତୀୟ ଖେଳାଳି ସେଠାରେ ଡିନର କରିବାକୁ ପହଁଞ୍ଚିଥାନ୍ତି। କିନ୍ତୁ ସେଠାରେ ଟେବଲ ଉପରେ ରଖାଯାଇଥିବା ଏକ ନାପକିନ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି।

ନାପକିନ୍ ଉପରେ ଅଧୁରା ମାନଚିତ୍ର ଦେଖି ରାଗିଲେ ଲଭଲିନ୍

ଆସାମର ଷ୍ଟାର ବକ୍ସର ଲଭଲିନ୍ କହିଛନ୍ତି, ରେଷ୍ଟୁରାଣ୍ଟର ନାପକିନ୍ ଉପରେ ଭାରତର ଯେଉଁ ମାନଚିତ୍ର ଛପା ଯାଇଥିଲା, ସେଥିରେ ଭାରତର ଉତ୍ତର ପୂର୍ବାଞ୍ଚଳର ପୁରା ଅଂଶ ଗାଏବ୍ ଥିଲା। ଏହି ଗମ୍ଭୀର ଅବହେଳା ଉପରେ ଲଭଲିନ୍ ତୁରନ୍ତ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ  କହିଛନ୍ତି , ରେଷ୍ଟୁରାଣ୍ଟର ନାପକିନ୍ରେ ଛପା ହୋଇଥିବା ମାନିଚିତ୍ରରେ ଆମର ଉତ୍ତର ପୂର୍ବାଞ୍ଚଳ ଗାଏବ୍ ହୋଇଯାଇଛି। ଭାରତର ପ୍ରତ୍ୟେକ ଅଂଶ ଖୁବ୍ ଗୁରୁତ୍ବପୂର୍ଣ୍ଣ ଓ ପ୍ରତି ସ୍ଥାନକୁ ଦେଶର ସଠିକ ଓ ପୁରା ମାନଚିତ୍ରରେ ଦେଖାଯିବା ଦରକାର।

ଲଭଲିନାଙ୍କ ଏହି ପଦକ୍ଷେପକୁ ବକ୍ସିଂ ଫେଡେରେସନ ଅଫ୍ ଇଣ୍ଡିଆ (BFI) ସଭାପତି ଅଜୟ ସିଂହ ଖୋଲାଖୋଲି ସମର୍ଥନ କରିଛନ୍ତି। ସେ କହିଛନ୍ତି, ମାନଚିତ୍ରରେ କେବଳ ଉତ୍ତର-ପୂର୍ବାଞ୍ଚଳ ନୁହେଁ, ବରଂ ଜମ୍ମୁ-କଶ୍ମୀରକୁ ମଧ୍ୟ ସଠିକ୍ ଭାବରେ ଦର୍ଶାଯାଇ ନାହିଁ। ସିଂହ ଦାବି କରିଛନ୍ତି ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ ତୁରନ୍ତ ସେହି ତ୍ରୁଟିପୂର୍ଣ୍ଣ ମାନଚିତ୍ର ଥିବା ନାପକିନଗୁଡ଼ିକୁ ହଟାଇ ସଠିକ୍ ମାନଚିତ୍ର ବ୍ୟବହାର କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦେଶରେ ଭାରତୀୟ ସଂସ୍କୃତି ଏବଂ ପରିଚୟକୁ ପ୍ରୋତ୍ସାହିତ କରୁଥିବା କୌଣସି ସ୍ଥାନରେ ଏପରି ଘୋର ତ୍ରୁଟିକୁ ବରଦାସ୍ତ କରାଯିବା ଉଚିତ ନୁହେଁ।

ଆହୁରି ପଢନ୍ତୁ :

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।