30 JUNE 2026

Welcome!

Unlock your personalized experience.
Sign Up

Crime News : ସୁଇମିଂ ପୁଲ୍‌ରେ ଗାଧୋଇବା ବେଳେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Jun 30, 2026 - 10:24
Crime News : ସୁଇମିଂ ପୁଲ୍‌ରେ ଗାଧୋଇବା ବେଳେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ପୁରୀ,୩୦/୦୬: ସୋମବାର ଅପରାହ୍ଣରେ ସମୁଦ୍ରକୂଳ ଥାନା ଅଧୀନ ନରେନ୍‌ ପ୍ୟାଲେସ୍‌ ହୋଟେଲ ସୁଇମିଂ ପୁଲ୍‌ରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତା ହେଲେ ଟାଉନ ଥାନା ଅଧୀନ ଗୁଡ଼ିଆ ସାହିର ସୁମିତ୍ରା ମହାପାତ୍ର ଓରଫ ମାମା(୨୮) । ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସଂରକ୍ଷଣ ଗୃହରେ ରଖିଛି ।

ଖବରନେବାରୁ ଜଣାଯାଇଛି, ବାଲିସାହିର ରାଜକୁମାର ସାହୁ (୩୩), ସବିତା ବେହେରା ଓ ମାମା ସୋମବାର ସକାଳେ ହୋଟେଲକୁ ଯାଇ ଏକ ରୁମ୍‌ ନେଇଥିଲେ । ଅପରାହ୍ଣରେ ସେମାନେ ହୋଟେଲ ପରିସରରେ ଥିବା ସୁଇମିଂପୁଲକୁ ଗାଧୋଇବା ଲାଗି ଯାଇଥିଲେ । ୩ ଜଣ ଗାଧୋଉଥିବା ବେଳେ ମାମା ସୁଇମିଂପୁଲର ଗଭୀର ପାଣି ପାର୍ଶ୍ବକୁ ଚାଲିଯାଇ ବୁଡ଼ିଯାଇଥିଲେ । ରାଜକୁମାର ଓ ସବିତା ଚିତ୍କାର କରିଥିଲେ । ସୁଇମିଂପୁଲ ସିକ୍ୟୁରିଟି ସମେତ ମିଳିତ ଭାବେ ମାମାଙ୍କୁ ପାଣିରୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା କରୁଥିବା ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ  :-  Illegal opium cultivation: ଝାଡ଼ଖଣ୍ଡ ବେପାରୀଙ୍କ ପାଇଁ ଅଫିମ କ୍ଷେତ ଓଡ଼ିଶା, ଶିମିଳିପାଳ କୋର୍‌ ଏରିଆରେ ଚାଲିଛି ଅବାଧ ଚାଷ, ରାଜନେତାଙ୍କ ଛତ୍ରଛାୟା ତଳେ ମାଫିଆ

ମୃତ ଯୁବତୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୁମିତ୍ରା ମହାପାତ୍ର ଏକ ବ୍ୟାଚଲର ପାର୍ଟିରେ ହୋଟେଲକୁ ଡାନ୍ସ କରିବା ପାଇଁ ଯାଇଥିଲେ। ତାଙ୍କ ସହିତ ଆଉ ଜଣେ ଯୁବତୀ ହୋଟେଲକୁ ଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ସୁଇମିଂ ପୁଲ ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି। ବିଭିନ୍ନ ଦିଗରୁ ଛାନ୍‌ଭିନ୍ ଚଳାଇଛି ପୁଲିସ। ଆଗକୁ ସାଙ୍ଗରେ ଥିବା ଯୁବକ ଓ ଯୁବତୀଙ୍କୁ ପଚରାଉଚାର କରିବ।