Crime Breaking: ପୁଣି ଅଶାନ୍ତ ହେଲେ ରାଜଧାନୀ, ବିଳମ୍ବିତ ରାତିରେ ଘୁଗୁନି ବିକାଳୀଙ୍କୁ ଛୁରା ମାଡ଼ କଲେ ଦୁର୍ବୃତ୍ତ
ଭୁବନେଶ୍ୱର ୨୬/୦୭: ପୁଣି ଅଶାନ୍ତ ହେଲେ ରାଜଧାନୀ। ଛୁରାମାଡ଼ କରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ଭୁବନେଶ୍ୱରରେ ଜଣେ ଘୁଗୁନି ବିକ୍ରେତାଙ୍କୁ ଛୁରା ମାଡ଼ ହୋଇଛି। ବିଳମ୍ବିତ ରାତିରେ ଏହି ଛୁରା ମାଡ଼ କରାଯାଇଥିବା ସୂଚନା ମିଳିଛି। ସଂପୃକ୍ତ ଘୁଗୁନି ବିକାଳୀଙ୍କ ପେଟରେ ଛୁରୀ ଲାଗିଥିବା ଅବସ୍ଥାରେ କ୍ୟାପିଟାଲ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଘୁଗୁନି ବେପାରୀଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ସେ ୧ ନମ୍ବର ହାଟରେ ଘୁଗୁନି ବିକ୍ରି କରୁଥିବା ଜଣାପଡ଼ିଛି। କ୍ୟାପିଟାଲ ଥାନା ପୁଲିସ ମାମଲାର ଛାନ୍ଭିନ୍ ଚଳାଇଛି।
ଅଧିକ ପଢ଼ନ୍ତୁ :- ଏସ୍ସିବି ମେଡିକାଲ୍ରେ ଅକ୍ସିଜେନ୍ ନ ମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ୍
ସୂଚନା ଅନୁଯାୟୀ, ୟୁନିଟ୍- ୧ ହାଟ ଜଣେ ଘୁଗୁନି ବିକାଳୀଙ୍କୁ ଛୁରା ମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତି କୌଣସି କାରଣକୁ ନେଇ ଦୁର୍ବୃତ୍ତମାନେ ତାଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ପରେ ଘୁଗୁନି ବିକାଳୀ ଜଣଙ୍କ ପେଟରୁ ଛୁରି ଥିବା ଅବସ୍ଥାରେ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିବା ଜଣାପଡିଛ। ତେବେ ଛୁରାମାଡ଼ ପଛରେ ପୂର୍ବ ଶତ୍ରୁତା ନାଁ ଅନ୍ୟ କାରଣ ରହିଛି ସେ ଦିଗରେ ତଦନ୍ତ ଆରମ୍ଭ କରିଛି କ୍ୟପିଟାଲ ଥାନା ପୁଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।