Death: ରାଜଧାନୀରୁ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା, ମୃତକ ମାଛ ବ୍ୟବସାୟୀ
"ଭୁବନେଶ୍ବର: ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ଏକ ବୀଭତ୍ସ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ଉପରୁ ପରଦା ହଟିଛି।
ମିଳିଛି ମୃତକଙ୍କ ପରିଚୟ।
ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମୃତକ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ମାଛ ବେପାରୀ ହାଡୁ ମଲ୍ଲିକ।
ଘଟଣାସ୍ଥଳ ଏବଂ ଏହାର ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏହା ଏକ ସଡ଼କ ଦୁର୍ଘଟଣା ବୋଲି ପୁଲିସ ସ୍ପଷ୍ଟ କରିଛି।
Advertisment ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା ବରମୁଣ୍ଡା ଟାଟା ମୋର୍ଟସ ସାମ୍ନାରେ ଏକ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ଏବଂ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।
ହାଡୁ ମଲ୍ଲିକ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା।
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଗାଡ଼ି ମାଡ଼ରେ ମୃତକଙ୍କ ମୁଣ୍ଡ ଓ ଶରୀରର ଅଧିକାଂଶ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇ ଶରୀରରୁ ଅଲଗା ହୋଇଯାଇଥିଲା ।
Accident: ସୁନାବେଶ ଦେଖି ଫେରୁଥିବା ବେଳେ ଅଘଟଣ: କାର୍–ତେଲ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା, ୬ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।