IPO Market : ‘ଜେଫ୍ଟୋ’ ସହ ଏକାଧିକ କମ୍ପାନୀ ଅଗଷ୍ଟରେ ଆଣୁଛନ୍ତି ଆଇପିଓ,୨୫ ହଜାର କୋଟିରୁ ଅଧିକ ସଂଗ୍ରହର ପ୍ରସ୍ତୁତି
ନୂଆଦିଲ୍ଲୀ,୨୬।୭: ଆସନ୍ତା ମାସ ଅର୍ଥାତ ଅଗଷ୍ଟରୁ ବଢିବ ଆଇପିଓ ବଜାରରେ କାରବାର। ଏହି ସମୟରେ ଜେପ୍ଟୋ, ‘ଟ୍ରୁ ହୋମ୍ ଫାଇନାନ୍ସ’ ଓ ଲଜିଷ୍ଟିକ୍ ମଞ୍ଚ ‘ଶିପରକେଟ୍’ ସହିତ ଏକ ଡର୍ଜନରୁ ଅଧିକ କମ୍ପାନୀ ନିଜର ଆଇପିଓ ଆଣିବାର ପ୍ରସ୍ତୁତିରେ ଅଛନ୍ତି। ଏହି କମ୍ପାନୀର ଆଇପିଓ ମୋଟ ଭାବରେ ୨୫୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଜୁଟାଇବାର ଆଶା ରହିଛି। ମର୍ଚେଣ୍ଟ ବ୍ୟାଙ୍କ ଅନୁସାରେ, ଆଗାମୀ ଆଇପିଓରେ ନୂଆ ସେୟାର ଜାରି କରିବା ସହ ବର୍ତ୍ତମାନର ସେୟାର ଧାରକଙ୍କ ପକ୍ଷରୁ ବିକ୍ରି ମଧ୍ୟ ସାମିଲ ରହିଛି। ଇକ୍ବିରସ୍ କ୍ୟାପିଟାଲ ମ୍ୟାନେଜିଂ ଡାଇରେକ୍ଟର ଓ ନିବେଶ ବ୍ୟାଙ୍କିଙ୍ଗ ମୁଖ୍ୟ ଭାବେଶ ଶାହ କହିଛନ୍ତି, ବଜାରରେ ସ୍ଥିରତା ଓ ନିବେଶଙ୍କ ଭଲ ଧାରଣା ଯୋଗୁଁ କମ୍ପାନୀ ବି ଏବେ ଆଗକୁ ବଢୁଛି, ଯାହାକି ପୂର୍ବରୁ ଆଇପିଓ ଯୋଜନାକୁ ଘୁଞ୍ଚାଉଥିଲା।
୮୦୯୦ କୋଟି ଟଙ୍କା ହେବ ଜେପ୍ଟୋ ଆଇପିଓର ସାଇଜ୍
ସବୁଠାରୁ ବଡ ପ୍ରସ୍ତାବିତ ଆଇପିଓରେ କ୍ବିକ୍ କମର୍ସ ପ୍ଲାଟଫର୍ମ ‘ଜେପ୍ଟୋ’ର ନାଁ ରହିଛି। କମ୍ପାନୀ ନୂଆ ସେୟାର ଜାରି କରି ୮,୦୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୁଟାଇବାର ଯୋଜନା କରୁଛି। ଏହାଛଡା ସେ ୧୧.୩୪ କୋଟି ଇକ୍ବିଟି ସେୟାର ବିକ୍ରି ମଧ୍ୟ କରିପାରେ।
ଏହି କମ୍ପାନୀ ବି ଆଣୁଛି ଆଇପିଓ
ହୋମ ଫାଇନାନ୍ସ କମ୍ପାନୀ ‘ଟ୍ରୁ ହୋମ୍ ଫାଇନାନ୍ସ’ ୩୦୦୦ କୋଟି ଟଙ୍କାର ଆଇପିଓ ଆଣିବାର ପ୍ରସ୍ତୁତି କରୁଛି। ଏଥିରେ ୧୫୦୦ କୋଟି ଟଙ୍କାର ନୂଆ ସେୟାର ଓ ଏତିକି ହିଁ ଟଙ୍କାର ଓଏଫ୍ଏସ୍ ରହିବ। ସେଭଳି ଏଲିଭେଟ୍ କ୍ୟାପସେଜ୍ ୨୫୦୦ କୋଟି ଟଙ୍କାର ଆଇପିଓ ଅନୁସାରେ ସମ୍ପୂର୍ଣ୍ଣ ଭାବରେ ନୂଆ ସେୟାର ଜାରି କରିବ। ଶିପରକେଟ୍ ୨,୩୪୨.୩୫ କୋଟି ଟଙ୍କାର ଆଇପିଓ ପାଇଁ ଦସ୍ତାବିଜ ଦାଖଲ କରିଛି, ଯେଉଁଥିରେ ୧,୧୦୦ କୋଟି ଟଙ୍କାର ନୂଆ ନିର୍ଗମ ଓ ୧,୨୪୨.୩୫ କୋଟି ଟଙ୍କାର ଓଏଫ୍ଏସ୍ ରହିଛି।
ଅନ୍ୟ କମ୍ପାନୀରେ ଇନୋଭେଟିଭଭ୍ୟୁ ଇଣ୍ଡିଆ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଓ ମିଲ୍କି ମିଷ୍ଟ ଡାଏରୀ ଫୁଡ୍ ୧,୫୫୩ କୋଟି ଟଙ୍କାର ଆଇପିଓ ଆଣିବାର ପ୍ରସ୍ତୁତିରେ ରହିଛି। ଏହା ଛଡା ଧୂତ ଟ୍ରାନ୍ସମିଶନ୍, ଏଆରସିଆଇଏଲ (ଆସେଟ୍ ରିକନଷ୍ଟ୍ରକସନ୍ କମ୍ପାନୀ ଅଫ୍ ଇଣ୍ଡିଆ), ଅର୍ଡି ଇଣ୍ଡଷ୍ଟ୍ରୀଜ୍, ଗାଜା ଅଲ୍ଟରନେଟିଭ ଆସେଟ୍ ମ୍ୟାନେଜମେଣ୍ଟ, ରେଞ୍ଚ ଅଫ୍ ବିଲିଫ୍, ହାଇ-ଟେକ୍ ଇଞ୍ଜିନିୟର୍ସ, ଶଙ୍କେଶ ଜୁଏଲର୍ସ ଓ ଲର୍ନଫ୍ଲୁଏନ୍ସ ଏଜୁକେସନ୍ ମଧ୍ୟ କ୍ୟାପିଟାଲରେ ଓହ୍ଲାଇବାର ଯୋଜନା କରୁଛି।
ଚଳିତ ବର୍ଷ ୩୬ କମ୍ପାନୀ ଆଣୁଛନ୍ତି ଆଇପିଓ
ବିଶେଷଜ୍ଞଙ୍କ ମତରେ କମ୍ପାନୀର ବଢୁଥିବା ଆଇପିଓ ଗତିବିଧି ନିବେଶକଙ୍କ ଭରସା ଓ ମଜବୁତ ଦାବିକୁ ଦର୍ଶାଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୬ କମ୍ପାନୀ ଆଇପିଓ ଆଣି ସାରିଛି, ଯାହା ଭିତରେ ୯ କମ୍ପାନୀ ଚଳିତ ମାସ ବଜାରରେ ସୂଚୀବଦ୍ଧ ହୋଇସାରିଛି। ଆଗାମୀ ଦିନରେ ମଣିପାଳ ହେଲଥ୍ ଏଣ୍ଟରପ୍ରାଇଜେସ୍ ଓ ଜୁନିଅର ଗ୍ରୀନ୍ ଏନର୍ଜିର ଆଇପିଓ କ୍ରମଶଃ ୨୯ ଓ ୩୦ ଜୁଲାଇରେ ଖୋଲିବାକୁ ଯାଉଛି। ଏହାଛଡା ଆଗାମୀ ଏମ୍ଭି ଇଲେକ୍ଟେ୍ରାସିଷ୍ଟମ ମଧ୍ୟ ଆସନ୍ତା ସପ୍ତାହରେ ନିଜର ଆଇପିଓ ଆଣିବାର ପ୍ରସ୍ତୁତି କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।