30 JUNE 2026

Welcome!

Unlock your personalized experience.
Sign Up

Crime : ସ୍ତ୍ରୀ –ଝିଅକୁ ହତ୍ୟା ଘଟଣାର ପର୍ଦ୍ଦାଫାସ :  ଅଭିଯୁକ୍ତ ସ୍ବାମୀ ଗିରଫ

Jun 29, 2026 - 22:41
Crime :  ସ୍ତ୍ରୀ –ଝିଅକୁ ହତ୍ୟା ଘଟଣାର ପର୍ଦ୍ଦାଫାସ :  ଅଭିଯୁକ୍ତ ସ୍ବାମୀ ଗିରଫ

କରଞ୍ଜିଆ, ୨୯।୬ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିରେ ଘଟିଥିବା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ହତ୍ୟା ଘଟଣାରେ ଚୈତନ୍ୟ ଟୁଡୁକୁ ପୁଲିସ ଗିରଫ କରିଛି। ପାରିବାରିକ କଳହକୁ ନେଇ ସେ ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିଲା ବୋଲି ପୁଲିସ ସୂଚନା ଦେଇଛି।

ରାଇରଙ୍ଗପୁର SP ସୁରେଶ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ, ଗତ ୨୭ ତାରିଖରେ ସ୍ତ୍ରୀ ସୀତାମଣି ଟୁଡୁ ଏବଂ ନାବାଳିକା ଝିଅ ଜବାମଣି ଟୁଡୁକୁ  ହତ୍ୟା କରାଯାଇଥିଲା। ସୀତାମଣି ଟୁଡୁର ସ୍ୱାମୀ ଏବଂ ମୃତ ନାବାଳିକା ଝିଅ ଜବାମଣୀ ଟୁଡୁର ବାପା ଚେତନ୍ୟ ଉଭୟଙ୍କୁ ହତ୍ୟା କରିଥିଲା।  ଉପଯୁକ୍ତ ପ୍ରମାଣ ପାଇବା ପରେ ଅଟକ ଥିବା ଚୈତନ୍ୟ ଟୁଡୁକୁ ଗିରଫ କରିଛି ପୋଲିସ। ଘରୋଇ କଳିକୁ କେନ୍ଦ୍ରକରି ପ୍ରଥମେ ପତ୍ନୀଙ୍କୁ ଏକ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିଥିଲା। ପରେ  ଝିଅକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଚୈତନ୍ୟ। ତେବେ ଗିରଫ ପରେ ଚୈତନ୍ୟକୁ କୋର୍ଟ ଚାଲାଣ କରିଛି ପୋଲିସ।

​​​​​​​ଆହୁରି ପଢନ୍ତୁ : ରାଜଧାନୀରେ ବିଭତ୍ସ ହତ୍ୟା : ବାପା-ଭଉଣୀ ଆଗରେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା